ଦୁର୍ନିତି ରାଜ୍ୟଖବର

ଖେଳଶିକ୍ଷକକଂ ଜାଲିଆତି ଖେଳ !

Spread the love

ଚାକିରୀ ଶିକ୍ଷକତା,ହେଲେ ସରକାରୀ ଚାକିରୀ ରେ ଥାଇ ବି ଜାଲିଆତି ଖେଳ କୁ ଏ ସମାଜ କେମିତି ଗ୍ରହଣ କରିବ ? ପୁଣି ଶିକ୍ଷକତା ପରି ଏକପବିତ୍ର ବ୍ରୁତ୍ତିରେ ?…..ଆସନ୍ତୁ ଜାଣିବା ପୁରା ଘଟଣା କଣ ?

କଟକ୯।୧୦ (ସ୍ୱତନ୍ତ୍ର ପ୍ରତିନିଧି) ସରକାରୀ ଚାକିରୀରେ ଥିବା ଶିକ୍ଷକ ଆପଣେଇ ଥିବା ଜାଲିଆତିକୁ ଏ ସମାଜ କେମିତି ଭଲରେ ଗ୍ରହଣକରିପାରିବ ? ଶିକ୍ଷକମାନେ ଯଦି ଏପରି ପନ୍ଥା ଅନୁସରଣ କରନ୍ତି ତେବେ ଛାତ୍ରଛାତ୍ରୀକଂ ଉପରେ କି ପ୍ରଭାବ ପଡିବ ? ସମାଜ ବ୍ୟବସ୍ଥା ଭୂଷୁଡି ପଡିବ କି ନୁହେଁ ? ଜଣେ ନୁହେଁ ଏକାଧିକ ଶିକ୍ଷକ ଏପରି ଜାଲିଆତିରେ ଜଡିତ ଥିବାକୁ ଶିକ୍ଷା ବିଭାଗ ବି ଅନୁମୋଦନ ଦେଇଛି କିପରି ? କାହିଁକି ଜନସାଧାରଣକଂ ଝାଳବୁହା ଧନକୁ ଏପରି ଲୁଟିଥିବା ଅଧିକାରୀକଂ ଉପରେ କାର୍ଯ୍ୟାନୁଷ୍ଠାନ ହେବନାହିଁ ? କାହିଁକି ବନ୍ଦ ହେବନି ଏମାନକଂ ଦରମା ,ପେନସନ ଆଦି ସୁବିଧା? କାହିଁକି ଏମାନକୁଂ ଚାକିରୀରୁ ବହିଷ୍କାର କରା ନ ଯିବ ? ୪ଟି ଘଟଣାର ନମୁନା ଏଠାରେ ପ୍ରଣିଧାନ ଯୋଗ୍ୟ । ପ୍ରଥମ ଘଟଣା( ୧) ଓଡିଶା ସରକାରକଂ ଶିକ୍ଷାବିଭାଗ ଓ ତତ୍ ଅଧୀନସ୍ଥ କଟକ ଜିଲ୍ଲା ଶିକ୍ଷାଧିକାରୀ କୁଂ ସୂଚନାଧିକାର ଆଇନ ୨୦୦୫ ଆଧାରରେ ମଗାଯାଇଥିବା ତଥ୍ୟରୁ ଜଣାପଡିଛି ଯେ , ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ ମାଟ୍ରିକ ସି.ପି.ଏଡ୍ ଖେଳଶିକ୍ଷକ ମାନକଂ ଦରମା ୧୯୮୪ ମସିହାକୁ ବେସଲାଇନ ଧାର୍ଯ୍ୟ କରି ବେସରକାରୀ ଓ ସରକାରୀ ଭିତ୍ତିରେ ସ୍ଥିର କରିବା ସହିତ ମାଟ୍ରିକ ସି.ପି. ଏଡ ଓ ଆଇଏ. ସି.ପି.ଏଡ କଂ ପାଇଁ ଅଲଗା ଦରମା ଲାଗୁ କରିଥିଲେ ଯାହାକୁ ଖେଳଶିକ୍ଷକ ଓଡିଶା ହାଇକୋର୍ଟରେ ଦାୟର କରିଥିବା ରିଟ୍ ପିଟିସନ ନମ୍ବର….. ରେ ଚାଲେଂଜ କରିଥିଲେ। ସରକାରକଂ ନିୟମ ଦ୍ରୁଷ୍ଟେ ମାମଲା ଖାରଜ ହୋଇଥିଲା।ଏହା ବିରୁଦ୍ଧରେ ସେ ସୁପ୍ରିମକୋର୍ଟରେ ଅପିଲ କରିଥିଲେସୁପ୍ରିମ କୋର୍ଟରେ ବେସଲାଇନ ମସିହାର ପ୍ରାସଂଗିକତା ସପକ୍ଷରେ ସରକାର ଉପଯୁକ୍ତ ମତ ରଖିବାରେ ଅସମର୍ଥ ହେବାରୁ ହାରିଗଲେ।ଏହାକୁ ଭିତ୍ତିକରି ବହୁ ଖେଳଶିକ୍ଷକ ସୁବିଧା ପାଇଲେ । ମାତ୍ର ପ୍ରକାଶିତ ରାୟର କଦର୍ଥ ଓ ଦୂରୁପଯୋଗ କରି ଚାକିରୀରେ ଥିବା , କାର୍ଯ୍ୟରତ ,ସରକାରୀ ଦରମା ପ୍ରାପ୍ତ କେତେକ ଖେଳଶିକ୍ଷକ ଏକସମୟରେ ନିୟମିତ ଶିକ୍ଷାନୁଷ୍ଠାନର ଖେଳଶିକ୍ଷକ ଭାବେ କାର୍ଯ୍ୟକରି ଦରମା ନେବା ସହିତ ଦୂର ଦୂରାନ୍ତରେ ଥିବା ନିୟମିତ ଦିବା ମହାବିଦ୍ୟାଳୟର +୨ ନିୟମିତ ଛାତ୍ରଭାବେ ଜାଲ ପ୍ରମାଣପତ୍ର ଦର୍ଶାଇ +୨ ସି.ପି.ଏଡ ଦରମା ନେଉଛନ୍ତି । ଏକ ସମୟରେ ସମାନ କାର୍ଯ୍ୟ ନିର୍ଘଣ୍ଟ ଭିତରେ ଜଣେ ଗୋଟିଏ ଅନୁଷ୍ଠାନର ଶିକ୍ଷକ ଅନ୍ୟ ଗୋଟିଏ ଶିକ୍ଷାନୁଷ୍ଠାନରେ ଛାତ୍ରଭାବେ ଅଧ୍ୟ ୟନ କଲା କିପରି ? ଏଥିପାଇଁ ଉଚ୍ଚଶିକ୍ଷାଧିକାରୀ ଅନୁମତି ଦେଲେ କିପରି ? ଶିକ୍ଷାନୁଷ୍ଠାନ ପରିତ୍ୟାଗର ୨ଟି ପ୍ରମାଣପତ୍ର ଦେଲା କିଏ ? ନିୟମାନୁଯାୟୀ ଚାକିରୀରେ ଥିବା କର୍ମଚାରୀକୁଂ ସରକାର ଇନ ସର୍ଭିସ ତାଲିମ ବା ଉଚ୍ଚଶିକ୍ଷା ନିମନ୍ତେ ପଠାଇଥିଲେ ସଂପ୍ରୁକ୍ତ ଶିକ୍ଷାନୁଷ୍ଠାନରେ ୨ବର୍ଷ ପର୍ଯ୍ୟନ୍ତ ବିକଳ୍ପ ବ୍ୟବସ୍ଥା କରିଥାନ୍ତେ ନତୁବା ସଂପ୍ରୁକ୍ତ ଶିକ୍ଷକ ଉଚ୍ଚକର୍ତ୍ତ୍ରୁପକ୍ଷକଂ ଲିଖିତ ଅନୁମତି ନେଇଥାନ୍ତେ ଦରମା ନେଇ ନ ଥାନ୍ତେ।ଅନ୍ୟପକ୍ଷରେ ଛାତ୍ରଭାବେ ନାମଲେଖାଇବା ଆଗରୁ (ଅନ୍ୟ ଏକ ବିଶ୍ୱବିଦ୍ୟାଳୟ ଯେହେତୁ )ସେ ବିଶ୍ୱବିଦ୍ୟାଳୟ କର୍ତ୍ତ୍ରୁପକ୍ଷକଂ ଅନୁମତି ନେଇଥାନ୍ତେ କି ସେ ଜଣେ ଶିକ୍ଷକ ଭାବେ ସରକାରୀ ଦରମା ନେଉଛନ୍ତି। ଅଥଚ ଦୁଇଟି ଅନୁଷ୍ଠାନରେ ଏକ ସମୟରେ ଉପସ୍ଥାନ ବହିରେ ହାଜିରା କେମିତି ସମ୍ଭବ ? ସମାନ ଘଟଣାରେ ରିଟ୍ ଆବେଦନ ନମ୍ବର 7031/2016 ସୋମନାଥ ରଥ ବନାମ ରାଜ୍ୟସରକାର ଓ WP(c) No.24995 /2012 ମାମଲାର ରାୟ ଠିକ ଏପରି ପ୍ରକାଶ ପାଇଥିଲା । ଜାଲିଆତି କରିଥିବା ଖେଳଶିକ୍ଷକ ଜଣକଂ ଅଭିରାମ ସେନାପତି , ପୋସ୍ତଳ.ପଂଚାୟତ, ରହମ୍ବା ସ୍ଥିତ ପଂଚାୟତ ରାଜହାଇସ୍କୁଲରେ ସେ ଏବେ କ୍ରୀଡାଶିକ୍ଷକ ଅଛନ୍ତି । ତାଂକ ବିରୁଦ୍ଧରେ ଏହି ଅଭିଯୋଗ କ୍ରାଇମବ୍ରାଂଚରେ ହୋଇଛି । କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ବିରୁଦ୍ଧରେ ହାଇକୋର୍ଟରେ ବି ମାମଲା ହେବାକୁ ଯାଉଛି । ସଂପ୍ରୁକ୍ତ ଶିକ୍ଷକ ଏପରି ଜାଲିଆତି ବଳରେ ଲକ୍ଷାଧିକ ଟଂକା ଦରମା ଆକାର ରେ ରାଜକୋଷରୁ ନେଇସାରିଲେଣି। ଦ୍ୱିତୀୟ ଘଟଣାରେ କଟକ ଶିକ୍ଷାଜିଲ୍ଲା ଅଧିକାରୀକଂ ଅଧୀନସ୍ଥ ବିଳାସୁଣି ବିଦ୍ୟାପୀଠ,ଖନ୍ଦୋଳ ର କ୍ରୀଡା ଶିକ୍ଷକ ଆନନ୍ଦ ଚନ୍ଦ୍ର ଦାସ ୧୪।୭।୨୦୦୮ ରେ ଶ୍ରୀ ଜଗନ୍ନାଥ ସଂସ୍କ୍ରୁତ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଅରିଷଣ୍ଢ ସ୍ଥିତ ରାମଚନ୍ଦ୍ର ସଂସ୍କ୍ରୁତ ମହାବିଦ୍ୟାଳୟରେ ନାମ ଲେଖାଇ ୨ବର୍ଷ କାଳ ଉପଶାସ୍ତ୍ରୀ ଶ୍ରେଣୀରେ ଅଧ୍ୟୟନ କରିଥିଲେ ବୋଲି ଆଡମିଶନ ରେଜିଷ୍ଟର ନକଲ କ୍ରମିକ ସଂଖ୍ୟା 07 year 2008 ଉପଶାସ୍ତ୍ରୀ session 2008 – 2009 ସୂଚନା ତଥ୍ୟରେ ସଂପ୍ରୁକ୍ତ ଶିକ୍ଷାନୁଷ୍ଠାନ ଚିଠି ନମ୍ବର 226/16/5/2019 ରେ ତଥ୍ୟ ଦେଇଛି, ତାଂକ ରୋଲନଂ 08PU10007 ପିତାକଂ ନାମ ଧୂଳେଶ୍ୱର ଦାସ ମୋଟ ୩୬୧ ନଂ ହାସଲକରି ୨ୟ ଶ୍ରେଣୀରେ ଉତ୍ତୀର୍ଣ ହୋଇଛନ୍ତି ବୋଲି, ଶ୍ରୀ ଜଗନ୍ନାଥ ସଂସ୍କ୍ରୁତ ବିଶ୍ୱବିଦ୍ୟାଳୟ ଓ ଅଧ୍ୟକ୍ଷ ରାମଚନ୍ଦ୍ର ସଂସ୍କ୍ରୁତ ମହାବିଦ୍ୟାଳୟ ସୂଚନାଧିକାର ଆଇନରେ ତଥ୍ୟ ଦେଇଛନ୍ତି ହେଲେ ୨୫।୭।୧୯୮୮ ରେ କାର୍ଯ୍ୟରେ ଯୋଗଦେଇଥିବା ଶ୍ରୀ ଦାସ ୨୦୦୮-୨୦୦୯ ଓ ୨୦୦୯ – ୨୦୧୦ ଦୁଇବର୍ଷ ଧରି ବିଦ୍ୟାଳୟରେ ଅନୁପସ୍ଥିତରହି ମଧ୍ୟ ଶିକ୍ଷାଦାନ କରିଛନ୍ତି ବୋଲି ଦରମା ନେଲେ କେମିତି ? ସବୁୁଠୁ ବଡ କୌତୁହଳ ବିଷୟ ଯେ ଶ୍ରୀ ଦାସ ନିଜେ ଉଚ୍ଚ ଶିକ୍ଷାପାଇଁ ପ୍ରଧାନ ଶିକ୍ଷକ କୁଂ ଏକ ଆବେଦନ କରିଥିଲେ ଏହାକୁ ସେ ଅଧ୍ୟ ୟନ ନାମଲେଖା ପୂର୍ବରୁ ଅନୁମତି ନ ନେଇ କେଉଁ କାରଣରୁ ୧୧।୪। ୨୦୧୦ ରେ କରିଥିଲେ ଯାହା ଉପରେ ୨ବର୍ଷ ତଳର ପଛୁଆ ତାରିଖ ପକାଇ ପ୍ରଧାନ ଶିକ୍ଷକ ଅନୁମତି ଦେଲେ ? ପିଲାକଂ ଶିକ୍ଷାଦାନ ର ବିକଳ୍ପ ବ୍ୟବସ୍ଥା କଣ ହୋଇଥିଲା ? ଏବେ ମିଳିଥିବା ଏହି ଶିକ୍ଷାନୁଷ୍ଠାନ ପ୍ରଧାନ ଶିକ୍ଷକ ସୂଚନାଅଧିକାର ତଥ୍ୟରେ ଦେଇଛନ୍ତି କି ଶ୍ରୀ ଆନ ନ୍ଦ ଦାସ କ୍ରୀଡାଶିକ୍ଷକ ମାଟ୍ରିକ ସି.ପି.ଏଡ ଯୋଗ୍ୟତାଧାରୀ।ଉଚ୍ଚତର ଶିକ୍ଷା ପାଇଁ ସେ ଛୁଟି ନେଇ ନ ଥିଲେ ତେବେଉଚ୍ଚତର ଶିକ୍ଷାପାଇଁ ଛୁଟିନେଇ ୨ବର୍ଶ କାଳ ଗଲେ କୁଆଡେ ?ଯଦି ଧରାଯାଉ ଛୁଟିନେଇ ଚିକିତ୍ସା ପାଇଁ ଗଲେ ତାଂକ ନାଁ ରେ ପଢି ପରୀକ୍ଷାଦେଲା ଲୋକ ଜଣକଂ କିଏ? ତ୍ରୁତୀୟ ଘଟଣାଟିହେଲା କଟକ ଶିକ୍ଷା ଜିଲ୍ଲାଧିକାରୀକଂ କାର୍ଯ୍ୟାଳୟ ଅଧୀନସ୍ଥ ନୂଆଗାଁ ଶାସନରେ ଥିବା ରାଧାମାଧବ ବିଦ୍ୟାପୀଠର କ୍ରୀଡାଶିକ୍ଷକ ଶାରଦା ପ୍ରସାଦ ଦାସ । ସେ ମାଟ୍ରିକ ସି.ପିଏଡ ଭାବେ ୧୩।୧୨।୧୯୮୮ ରେ ନିଯୁକ୍ତି ପାଇଥିଲେ ।ସେ ଆଇ.ଏ ନକରି ମଧ୍ୟ ଆଇ.ଏ ସି.ପି.ଏଡ ଦରମା ପାଉଛନ୍ତି ।ସେ ଆଇ.ଏ ନ ପଢି ମଧ୍ୟ ଦୂର ନିରନ୍ତର ପତ୍ରବିନିମୟ ପାଠ୍ୟ କ୍ରମରେ ବିଏ ପଢିଛନ୍ତିହେଲେ ଆଇ. ଏ ନପଢି ଆଇ. ଏ ସିପିଏଡ ଦରମା ପାଇବେ କିପରି ? ବିଭାଗ ଏଯାଏ ସ୍ପଷ୍ଟ କରିପାରୁନି କାହିଁକି ? କେ଼ଉଁକାଗଜ ବା ନିର୍ଦ୍ଦେଶନାମା ରହିଛି ତାହା ବିଭାଗ ଦର୍ଶାଇପାରୁନି ।୪ର୍ଥ ଘଟଣା ଟି ହେଉଛି କି କଟକ ଶିକ୍ଷାଜିଲ୍ଲାନ୍ତର୍ଗତ ବିଶିପଦା ନୋଡାଲ ବିଦ୍ୟାଳୟରେ ଶିକ୍ଷାସହାୟକ ଭାବେ ଅଜିତ କୁମାର ଦାସ କାର୍ଯ୍ୟ କରୁଥିଲେ । ସେ ରେଳ ବିଭାଗରେ ଚାକିରୀପାଇଁ ଆବେଦନ କରିଥିଲେ । ନିଯୁକ୍ତି ବି ପାଇଲେ। କାର୍ଯ୍ୟରେ ଯୋଗଦେବା ଆଗରୁ ରେଳବିଭାଗ ପୂର୍ବନିଯୁକ୍ତି ସ୍ଥଳ ଅଧିକାରୀକଂ ନୋ ଅବଜେକ୍ସନ ପ୍ରମାଣପତ୍ର ପ୍ରାକ ଆବେଦନ ସର୍ତ୍ତାବଳୀ ଅନୁଯାୟୀ ଚାହିଁଲା । ଜିଲ୍ଲା ଶିକ୍ଷାଧିକାରୀ ଲିଖିତ ଭାବେ ଏହା ଦେଲେ।ତେବେ ଶ୍ରୀ ଦାସ ରେଳ ବିଭାଗରେ ନିଯୁକ୍ତିପରେ ପ୍ରାୟ ବର୍ଷେ ଦୁଇ ବର୍ଷ ଦରମା ବି ତାଂକ ଆକାଉଣ୍ଟକୁ ଆସିଛି । ମାତ୍ର ଚାକିରୀ ରେ ବିଶ୍ରୁଖଂଳିତ ଆଚରଣ ପାଇଁ ତଦନ୍ତ କାର୍ଯ୍ୟାନୁଷ୍ଠାନ ଚାଲୁଥିବା ଅବସ୍ଥାରେ, ବିନା ନିଯୁକ୍ତି ବିଞାପନରେ ବିନା ରେଳବିଭାଗର ନୋ ଅବଜେକ୍ସନପ୍ରମାଣପତ୍ରରେ ବିନାଇସ୍ତଫା ପତ୍ର ପ୍ରମାଣରେ ରେଳଚାକିରୀ ରେ ଥାଇ ଶିକ୍ଷକଭାବେ ନିଯୁକ୍ତି ପାଇଲେ।ଏହାର ମାନେ ଜଣେଏକ ସମୟରେ ଦୁଇଟି ଚାକିରୀ ?

Leave a Reply

Your email address will not be published. Required fields are marked *

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]