ଗାଈ ଉପରେ ବି ୧୦୦୦ ଟଂକା ଜୋରିମାନା !
କଟକସଦର ୧୧।୯ (ବିଶେଷ ପ୍ରତିନିଧି) ମୋଟରଯାନ ଆଇନରେ ସଂଶୋଧନ ପରେ ଗାଡିଚାଳକ ମାନକଂଉପରେ ଭିନ୍ନଭିନ୍ନ ଭୁଲପାଇଁ ୫୦୦ ରୁ ଆରମ୍ଭ କରି କେତେହଜାର ଟଂକା ପର୍ଯ୍ୟନ୍ତ ଧାର୍ଯ୍ୟ ହେଉଥିବା ଜୋରିମାନା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି , ହେଲେ କଟକ ସଦର ଅଂଚଳରେ ଗୋଟିଏ ଗର୍ଭବତୀ ଗାଈ ଉପରେ ଲାଗିଥିବା ୧୦୦୦ ଟଂକା ଜୋରିମାନା ସାଧାରଣରେ କୌତୁହଳ ସ୍ରୁଷ୍ଟି କରିଛି ।ପ୍ରାପ୍ତ ସୂଚନାନୁଯାୟୀ, କଟକ ସଦର ,ବାରଂଗ ବ୍ଲକ ଅନ୍ତର୍ଗତ ହରିଅନ୍ତା ପଂଚାୟତର ଅଶୋକ ରାଉତକଂ ଦୁଇଟି ଗାଈ ଗତକାଲି ବିଳମ୍ବିତ ରାତିରେ ଗୁହାଳରୁ ଫିଟି କେଉଁ ଆଡେ ଚାଲିଯାଇଥିଲେ। ଗତକାଲି ରାତିରୁଏକଥା ଘରଲୋକେ ଜାଣିପାରିବା ପରେ ଚିନ୍ତାରେ ପଡିଯାଇଥିଲେ ।କାଳେ ଚୋର ନେଇଯାଇଥିବେ ଭାବି ଖୋଜଖବର ଆରମ୍ଭ ହୋଇଥିଲା ,ଗୋଟିକୁ ପାଖ ଗାଁ ର କେହିଜଣେ ପାଇ ନିଜଗୁହାଳେ ବାନ୍ଧି ରଖିଥିଲେ ଫେରାଇଦେଲେ।ମାତ୍ର ଅନ୍ୟଟି ଅନେକବାଟ ଚାଲିଯାଇଥିଲା ,ଆଜି ଖୋଜିବାବେଳେ କେହି ସଂଧାନ ଦେଇଥିଲେ ଯେ ଖଲର୍ଦ୍ଦା ଗାଁ ର ଜଣେ ବ୍ୟକ୍ତି ପାଇ ଗାଈଟିକୁ ରଖିଛନ୍ତି ,ଗାଈ ମାଲିକ ଅଶୋକ ରାଉତ ସେଠାରେ ପହଂଚି ନିଜ ହଜିଲା ଗାଈକୁ ଚିହ୍ନିପାରିଲେ । ହେଲେ ଗାଈକୁ ପାଇଥିବା ବ୍ୟକ୍ତି ଦେବାକୁ ନାରାଜ । ଶେଷରେ ମାତ୍ର ୧୦୦୦ଟଂକା ଜୋରିମାନା ଧାର୍ଯ୍ୟ ହେଲା ।ନ ଦେଲେ ଗାଈ ମିଳିବନି ବୋଲି ରୋକ ଠୋକ୍ ଜଣେଇ ଦିଆଗଲା। ଭଦ୍ରଲୋକକଂ ଅନୁରୋଧ ବି ରହିଲାନି। ଅଗତ୍ୟାଉପାୟ ନ ପାଇ ସ୍ଥାନୀୟ ଲୋକକଂ ପରାମର୍ଶକ୍ରମେ ସଦର ଥାନାରେ ଏତାଲା ଦେବାକୁ ଗାଈମାଲିକ ଯିବାବେଳେ ବିନା ଜୋରିମାନାରେ ଗାଈଟି ମିଳିଯାଇଥିଲା