
ଚାଉଳକାରଖାନାଗୁଡିକର ପ୍ରଦୂଷଣରେ ଜନଜୀବନ ଅସ୍ତବ୍ୟସ୍ତ:ଦଳିତ ସଂଗଠନପକ୍ଷରୁ ବିକ୍ଷୋଭ
ରାଜ୍ୟରେ ପ୍ରତିଷ୍ଠିତ ଚାଉଳ ପ୍ରସ୍ତୁତକାରୀ କାରଖାନା ଗୁଡିକରୁ ବାହାରୁଥିବା ରାସାୟନିକ ପଦାର୍ଥ ସମିଶ୍ରିତ ବର୍ଜ୍ୟ ଜଳ, ଓ ଉଡୁଥିବା ଗୁଣ୍ଡ ସମଗ୍ର ଅଂଚଳର ଜନ ଜୀବନକୁ ବର୍ଷ ବର୍ଷ ଧରି ବିପର୍ଯ୍ୟସ୍ତ କରିସାରିଲାଣି ଅଥଚ ଶିଳ୍ପକୁ ପ୍ରୋତ୍ସାହନ ନାଁ ରେ ସାଧାରଣ ଜନତାକଂ ସ୍ୱାର୍ଥକୁ ରାଜ୍ୟସରକାର ଓ ପ୍ରଦୂଷଣ ବିଭାଗ ଅବହେଳା କରୁଥିବା ଅଭିଯୋଗରେ ଗତ ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିଅନ୍ତା ଥାନା ପୁଲିସ ଅଂଚଳର ପାରିବାସୁଦେବପୁର ସ୍ଥିତଏକ ଚାଉଳ ପ୍ରସ୍ତୁତ କରୁଥିବା କାରଖାନା ସମ୍ମୁଖରେ ଜାତୀୟ ଦଳିତ,ଆଦିବାସୀ, ମାଇନରିଟୀ ମହାସଂଘ ଓଡିଶା ପକ୍ଷରୁ ସଂଗଠନର ରାଜ୍ୟସଭାପତି ବିଜୟ କୁମାର ସେଠୀକଂ ନେତ୍ରୁତ୍ୱରେ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ମହିଳାଓ ପୁରୁଷ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ସେମାନକଂର ୩ ଗୋଟି ମୁଖ୍ୟଦାବୀ ମଧ୍ୟରେ ଜନବସତି ଠାରୁ କାରଖାନା ସ୍ଥାନାନ୍ତର,କାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଦ୍ୱାରା କ୍ଷତିଗ୍ରସ୍ତ ଜନସାଧାରଣକଂ ଚିକିତ୍ସା ଓ କ୍ଷତିପୂରଣ ଓ କାରଖାନା ମାଲିକକଂ ଗିରଫ ଦାବୀ।ଆଇନ ଶ୍ରୁଂଖଳା ଆଶଂକାରେ ବାଲିଅନ୍ତା ପୁଲିସ କାରଖାନା ସମ୍ମୁଖରେ ଜଗି ରହିଥିଲେ।ସୂଚନା ଯୋଗ୍ୟ ଯେ ଉକ୍ତ କାରଖାନା ନିକଟସ୍ଥ ପ୍ରାୟ ୫୦ ଦଳିତ ପରିବାର ସମେତ୫୦୦୦ ଲୋକଓ ଗୋରୁଗାଈ ଆଦି ବ୍ୟାପକ କ୍ଷତି ସହୁଛନ୍ତି । ବହୁଥର ଆଲୋଚନା ଚୁକ୍ତି ନାମା ବିଫଳ ହୋଇଛି ବୋଲି ବିକ୍ଷୋଭ କାରୀ ଦାବୀ କରିଛନ୍ତି।ଜଳ ,ବାୟୁ ଆଦି ବ୍ୟାପକ ପ୍ରଦୁଷଣ ହୋଇଛି।
