ଦୁର୍ନିତି

ଚାଉଳ ଦେଲା କିଏ?ପଞ୍ଚାୟତ ପାଣ୍ଠିରୁ ୮ହଜାର ଟଙ୍କା ବିଲ କଲା କିଏ?? ଅଜବ ଦୁନିଆ !!

Spread the love

ସତ୍ୟାନୁସନ୍ଧାନ(ବ୍ୟୁରୋ)୨୦/୪ ମଣିଷର,ବିବେକ,ବୁଦ୍ଧି ଓ ମାନବିକତା କେମିତି ଦିନକୁ ଦିନ ହଜିଯାଉଛି,ତାହାର ଏକ ବଳିଷ୍ଠ ଉଦାହରଣ ଏବେ ସାମ୍ନାକୁ ଆସିଛି।ନିମ୍ନରେ ଦୁଇଟି ଫଟୋଚିତ୍ର ବୟାନ କରୁଛି କି, କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଡିମିରି ପଞ୍ଚାୟତ ଅନ୍ତର୍ଗତ ଡିମିରି ଗ୍ରାମରେ ଗତ ଅପ୍ରେଲ ୯ ତାରିଖ ବିଳମ୍ବିତ ରାତ୍ରିରେ ବିଦ୍ୟୁତ୍ ସଟସର୍କିଟ ରୁ ଆକସ୍ମିକ ଅଗ୍ନିକାଣ୍ଡ ଘଟି ନିଜ ଭଉଣୀ ଭିଣୋଇ ଘରେ ରହୁଥିବା ଜଣେ ଦିବ୍ୟାଙ୍ଗ ଗୁରୁତର ହୋଇଥିଲେ ତାଙ୍କୁ ଚିକିତ୍ସାଳୟ ନିଆଯାଇ ଥିଲେ ହେଁ ଶରୀରର ଅଧିକାଂଶ ଭାଗ ପୋଡ଼ିଯାଇଥିବାରୁ ଖବର ପାଇ କଣ୍ଟାପଡ଼ା ତହସିଲଦାର ତୁରନ୍ତ ତାଙ୍କ ଭଉଣୀଘରେ ପହଞ୍ଚି ସରକାରୀ ପାଣ୍ଠିରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରି ଫେରି ବାର କିଛି ସମୟ ପରେ ସେ ମୃତ୍ୟୁ ବରଣ କରିଥିବାର ଦୁଃଖଦ ଖବର ପହଞ୍ଚି ଥିଲା।ଏ ସମ୍ପର୍କରେ ସତ୍ୟାନୁସନ୍ଧାନ ପକ୍ଷରୁ ଗତ ୧୦ ତାରିଖରେ ଏକ ଖବର ପ୍ରସାରିତ ହୋଇଥିଲାlପରେ ପରେ ନିଆଳି ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକ,ଦଳୀୟ କର୍ମୀ, ସରକାରୀ କର୍ମଚାରୀ ଓ କିଛି ଡିଲରଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ଆଶ୍ଵାସନା ଓ ସହାୟତା ଦେଇଥିଲେ,ଯାହାର ଭିଡିଓ ପ୍ରମାଣ ଏଥିସହିତ ଦିଆଗଲା।ମାତ୍ର ଏବେ ଅଭିଯୋଗ ଉଠିଛି ସହାୟତା ନାମରେ ଡିମିରୀ ପଞ୍ଚାୟତ ପାଣ୍ଠିରୁ ୮ ହଜାର ଟଙ୍କା ଉଠାଣ ହୋଇଛି !କିପରି ଏହା ସମ୍ଭବ ହେଲା ? ଏକଥା ଏବେ କଟକ ଜିଲ୍ଲା ଏ ଡି ଏମ ଦ୍ବୟ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ,ଶ୍ରୀଯୁକ୍ତ ବିଜୟ କୁମାର ଖଣ୍ଡାୟତ ରାୟ ଓ କଟକ ସଦର ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ବେଉରା ଙ୍କ ନିକଟରେ ପହଞ୍ଚି।ସବୁଠାରୁ ବଡ଼ କଥା ଯେ ଲୋକାୟୁକ୍ତ ଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ପ୍ରାଥମିକ ତଦନ୍ତରେ ସରକାରୀ ଅର୍ଥ ଆତ୍ମସାତ ଘଟଣାର ସହ ଅଭିଯୁକ୍ତ ଜଣେ ସରକାରୀ କର୍ମଚାରୀ ଏହି ଘରପୋଡି ବିପନ୍ନଙ୍କ ନାଆଁରେ ୮ ହଜାର ଟଙ୍କା ଉଠାଣ ସହ ଜଡ଼ିତ ବୋଲି ଅଭିଯୋଗ ଉଠିଛି।ବିପନ୍ନ କିଏ? ଅସଲରେ ମାନବିକତା ଭୁଲି ଫାଇଦା ନେଉଛି କିଏ? ବୋଲି ପ୍ରଶ୍ନ ଉଠିଛି। ଯାହା ସାଧାରଣ ଲୋକେ ଜାଣିବା ଉଚିତ୍ ବୋଲି ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]