
ଚାପିଦେଲା ଭିଜିଲାନ୍ସ, ଲୋକାୟୁକ୍ତଙ୍କୁ ଏକମାତ୍ର ଭରସା!
ସାଢେ଼ ୬କୋଟି ୧୮ ଲକ୍ଷ ଟଙ୍କା ନଦୀ ପଠା ପଥର ପ୍ୟାକିଂ ଦୁର୍ନୀତି,୩ ଯନ୍ତ୍ରୀ ଲୁଟରେ ସଂଶ୍ଳିଷ୍ଟ ଅଭିଯୋଗ !!!
କଟକ ଗ୍ରାମାଞ୍ଚଳ,(ନି.ପ୍ର) ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ,ଦୁର୍ନୀତି ଦୂର କରିବାକୁ ତଦନ୍ତ ବଦଳରେ ଦୁ ର୍ନୀତିକୁ ଚାପିଦେବାରେ ପ୍ରମୁଖ ଭୂମିକା ନେଇଥିବା ଭଳି ଏକ ସଙ୍ଗୀନ ଅଭିଯୋଗ ଖୋଦ୍ କଟକ ଜିଲ୍ଲା ଭିଜିଲାନ୍ସ ଏସ ପି ଙ୍କ ନାମରେ ଆସିଛି।ଏମିତିକି ଅ ଭିଯୋଗ ଗ୍ରହଣ କରିଥିବା ଏସ ପି ଙ୍କ ହାତଲେଖା କାଗଜ ବି କାର୍ଯ୍ୟାଳୟରୁ ଗାଏବ ହୋଇ ଯାଇଥିବା ର ସମସ୍ତ ପ୍ରମାଣ ଗଣ ମାଧ୍ୟମକୁ ମିଳି ଯାଇଛି।ଫଳ ରେ ଓଡ଼ିଶା ଲୋକାୟୁକ୍ତଙ୍କ କୋର୍ଟରେ ଏବେ ବଲ। ମିଳିଥିବା ତଥ୍ୟ ସୂଚନା ଓ ଆରୋପିତ ଅଭିଯୋଗ ଆଧାରରେ ଜଣା ପଡ଼ିଛି ଯେ,ଦେଵୀ (ଦେବୀ-କନ୍ଦ ଳ-ସିଡୁୁଆ-ରାଇଟ,KSDR)ନଦୀର ଏକ ଶାଖା,କ ନ୍ଦଳ ନଦୀ,ଦକ୍ଷିଣ ପାର୍ଶ୍ଵ ,ବାବଜା ଠାରେ (୪୦ରୁ ୪୧ କିମି) ପଠା ପଥର ପ୍ୟାକିଂ ନିମନ୍ତେ ପ୍ରାଚୀ ଜଳ ସମ୍ପ ଦ ବିଭାଗ ଅନ୍ତର୍ଗତ କଣ୍ଟାପଡ଼ା ଜଳ ସମ୍ପଦ ସବ ଡି ଭିଜନ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଥିଲା।ସର କାର ନାବାର୍ଡର ଆର୍ଥିକ ସହାୟତାରେ RIDF -XX VII ସ୍କିମ୍ ରେ ୬ କୋଟି ୧୯ଲକ୍ଷ ଟଙ୍କାର ଅନୁଦାନ ରାଶି (୨୦୨୧-୨୨ ଆର୍ଥିକ ବର୍ଷରେ)ଯୋଗାଇ ଥି ଲେ।ଟେଣ୍ଡରରେ ଜିତି ପବନି ନାୟକଙ୍କ ନାମରେ କାର୍ଯ୍ୟାଦେଶ ରହିଥିଲା।ମାତ୍ର କାର୍ଯ୍ୟରେ ଅଣ ଆନୁ ଷ୍ଠାନିକ ଭାବେ ଆଫି ଡେଭିଟ ବଳରେ ମୋଟ ୬ ଜ ଣ ଅଂଶୀଦାର ରହି ଥିଲେ, ଯହିଁରେ ସମାଜ ଖବର କାଗଜ ର ଜଣେ ପ୍ରତିନିଧି ମଧ୍ୟ ସାମିଲ ଥିବାର ଅ ଭିଯୋଗ ହୋଇଛି।ଅଘୋଷିତ ଭାବେ ୩ଜଣ ବିଭା ଗୀୟ ଯନ୍ତ୍ରୀ ଏଥିରେ ଗୋଟିଏ ଭାଗ ଅଂଶୀଦାର ଥି ଲେ ବୋଲି ସେମାନଙ୍କ ନାମ ଅଭିଯୋଗରେ ରହି ଛି।ମାତ୍ର ୫ ଲକ୍ଷ ଟଙ୍କାର କାମକୁ ବଢାଇ,ଚୁଢାଇ ୬ କୋଟି ୧୯ଲକ୍ଷ ଟଙ୍କାର କାଗଜପତ୍ର ଗଢା ଯାଇଥି ଲା।ନଦୀରେ କୌଣସି ଗଣ୍ଡ ନ ଥାଇ ଗଣ୍ଡ ଦର୍ଶା ଯା ଇଥିଲା।ପଥର ବ୍ଲାଷ୍ଟିଂ ଓ ନଦୀରେ ଡଙ୍ଗା ଯୋଗେ ପରିବହନର ବିଲ ପ୍ରସ୍ତୁତ ହୋଇଥିଲା।ମାତ୍ର ବ୍ଲାଷ୍ଟିଂ ନିମନ୍ତେ OPWD କୋଡ ନିୟମ ଅନୁସୃତ ହୋଇ ନ ଥିଲା।ଅଭିଯୋଗ ସମ୍ପର୍କରେ ସ୍ଥାନୀୟ କେତେକ ଲୋକ ରାଜ୍ୟ ଭିଜିଲାନ୍ସ ବିଭାଗକୁ ଲିଖିତ ଅଭିଯୋ ଗ କରିଥିଲେ।କଟକ ଜିଲ୍ଲା ଭିଜିଲାନ୍ସ ଏସପିଙ୍କୁ ଭେ ଟି ଲିଖିତ ପ୍ରମାଣ ବି ଦେଇଥିଲେ।ଏସପି ଏହି ଅଭି ଯୋଗ ଉପରେ ନିଜେ ନାଲି କାଳୀରେ କଣ ଲେଖି ଥିଲେ ଏଥିସହ ପ୍ରମାଣ ଦେଖନ୍ତୁ।କିନ୍ତୁ ତାରିଖ ପକା ଇ ନ ଥିଲେ।ନିୟମାନୁଯାୟୀ,ଅଭିଯୋଗ ଭିଜିଲାନ୍ସ ବିଭାଗର ଉଦ୍ଦିଷ୍ଟ ଅଭିଯୋଗ ଡାଏରୀରେ ତାରିଖ ୱାରୀ ଦରଜ ହେବା କଥା,ଏସ ପିଙ୍କ ନିର୍ଦ୍ଦେଶରେ ତଦନ୍ତ ଅଧିକାରୀଙ୍କୁ ତାହା ହସ୍ତାନ୍ତର ହେବା କଥା।ଯେତେବେଳେ ଅଭିଯୋଗକାରୀ ଭିଜିଲାନ୍ସ ଏସ ପିଙ୍କୁ ମୋବାଇଲ ଯୋଗେ ଯୋଗାଯୋଗ କଲେ ,ଏସ ପି କହିଲେ ଯେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚ ନ ସରିବା ପରେ ତଦନ୍ତ ହେବ।ପଞ୍ଚାୟତ ନିର୍ବାଚନ ସରିଯିବା ପରେ ପଚାରିବାରୁ ଇନ୍ସପେକ୍ଟର ସବିତା ମିଶ୍ରଙ୍କୁ ତଦନ୍ତଭାର ଦିଆଯାଇଥିବା କୁହାଯାଇଥିଲା।ମାତ୍ର ତଦନ୍ତ ବିଳମ୍ବିତ ହେବାରୁ ସବିତା ମିଶ୍ରଙ୍କୁ ଅଭି ଯୋଗକାରୀ ମାନେ ଫୋନରେ ପଚାରିଲେ,ସେତେ ବେଳେ ଉତ୍ତର ମିଳିଲା ଯେ “ଏସପି କହିଛନ୍ତି ଏ ବିଷୟରେ ସେ ବୁଝିବେ ତୁମେ ମୁଣ୍ଡ ପୁରାଅନା”।ପ ରେ ସବିତା ମିଶ୍ରଙ୍କୁ ବଦଳି କରିଦିଆ ଯାଇଥିବା ଉତ୍ତ ର ମିଳିଲା।ଅଭି ଯୋଗକାରୀ ମାନେ ଭିଜିଲାନ୍ସ କା ର୍ଯ୍ୟାଳୟରେ ପହଞ୍ଚି ସେମାନଙ୍କ ଦେଇଥିବା ଲିଖିତ ଅଭିଯୋଗ ଯାହା ସେମାନେ ଏସ ପିଙ୍କୁ ଦେଇଥିଲେ ,ଓ ଏସ ପି ଏହା ଉପରେ ନାଲି କାଳୀରେ ଲେଖିଥି ଲେ ଏହାର ସ୍ଥିତି କଣ ଜାଣିବାକୁ ପହଞ୍ଚିଥିଲେ।ରେ ଜିଷ୍ଟର ଖୋଜା ଗ ଲା।ସେହି ତାରିଖର ପୂର୍ବ ୧୫ଦିନ ଓ ପର୧୫ ଦିନ କେଉଁଠି ହେଲେ ଉଲ୍ଲେଖ ହୋଇ ନ ଥିବା ଦେଖିବାକୁ ମିଳିଲା।ତେଣୁ ଏହି ସମସ୍ତ କାଗ ଜ ପ୍ରମାଣ ଓ ଏସ ପିଙ୍କ ସହିତ ବାର୍ତ୍ତାଳାପର ପ୍ରମାଣ ମାନ୍ୟବର ଓଡ଼ିଶା ଲୋକାୟତଙ୍କ ତନଖି ବେଳେ ପ୍ର ଦାନ କରାଯିବ।ବାଡ ଯଦି ଫସଲ ଖାଇବ ତେବେ ଫସଲ କୁ ରଖିବ କିଏ??ଏଠାରେ ସୂଚନାଯୋଗ୍ୟ ଯେ,ପୂର୍ବରୁ କଟକ ଭିଜିଲାନ୍ସ ଏସ ପି ମାନ୍ୟବର ଲୋକାୟୁକ୍ତଙ୍କୁ ଝାରପଡ଼ା ଡିଷ୍ଟ୍ରିବ୍ୟୁଟାରି ବାମ ପାର୍ଶ୍ଵ ପିଚୁ ନ ହୋଇ ମଧ୍ୟ ପିଚୁ ହୋଇଥିବାର ମିଥ୍ୟା ତଦ ନ୍ତ ରିପୋର୍ଟ ଦେଇଥିବାର ତାଙ୍କ ନାମରେ ଅଭିଯୋ ଗ ଲୋକାୟୁକ୍ତଙ୍କ ନିକଟରେ ବିଚାରାଧୀନ ରହିଛି।ତେଣୁ ଘଟଣାରେ ସଂପୃକ୍ତ ଥିବା ଭିଜିଲାନ୍ସକୁ ତଦନ୍ତ ଦାୟିତ୍ୱ ନ ଦେଇ ନିଜ ପ୍ରୋସ୍ୟୁକ୍ୟୁସନ୍ ଜରିଆରେ ଘଟଣାର ତଦନ୍ତ କରିବାକୁ ଲୋକାୟୁକ୍ତଙ୍କ ନିକଟରେ ଦାବି ହୋଇଛି।
