
ଜନ୍ମିତ ବାଛୁରୀଛୁଆକୁ ଖାଇଗଲେ କୁକୁର:ପ୍ରାୟଶ୍ଚିତ ପାଳିବାକୁ ଗୋପାଳକକୁଂ ପଣ୍ଡିତକଂ ପରାମର୍ଶ
ଗୋ-ପାଳକକଂ ସାମାନ୍ୟ ଅବହେଳାରୁ ଗୋଟିଏ ନବଜାତକ ବାଛୁରୀ ଛୁଆକୁ ତା ର ମା କୋଳରୁ ଛଡାଇ ନେଇ କୁକୁର ମାନେ ସଂପୂର୍ଣ ରୂପେଖାଇଦେଇଥିବା ଭଳି ଅଭାବନୀୟ ଘଟଣା ଘଟିଛି ।ଫଳରେ ଗୋ-ପାଳକ ଜଣକଂ ଦୋଷ ଲାଗିବ କି ନାହିଁ ସ୍ଥାନୀୟ ପଣ୍ଡିତକଂ ପରାମର୍ଶ ନେବାରେ ଦୋଷ ପାଳିବାକୁ ପଡିବ ବୋଲିଉତ୍ତର ମିଳିଛି ।ପ୍ରାପ୍ତ ସୂଚନାନୁଯାୟୀ,କଟକ ଜିଲ୍ଲା , ଗୋବିନ୍ଦପୁରଥାନା ଚଉପଡା ଗ୍ରାମର ଜଣେ ଗୋ-ପାଳକ ୪ପାର୍ଶ୍ୱ ଖୋଲାଥିବା ଏକ ଗୁହାଳରେ ଗୋରୁ ରଖନ୍ତି ।ଗତକାଲି ତାଂକରଏକ ଗାଈ ଜନ୍ମ କରିବାର ଉପକ୍ରମ ଦେଖି ସପରିବାରେ ଗୁହାଳରେ ଜଗି ରହିଥିଲେ ,ମାତ୍ର ବିଳମ୍ବିତ ରାତିରେ ନିଦଲାଗିବାରୁ ଓ ବାଛୁରୀ ଜନ୍ମ ବିଳମ୍ବିତ ଦେଖି ଘରକୁ ଶୋଇବାକୁ ଯାଇଥିଲେ । ଟାଣ ନିଦରେ ସପରିବାରେ ଶୋଇପଡିଥିବା ବେଳେ ଗାଈ ଏକ ବାଛୁରୀକୁ ଜନ୍ମଦେଇଥିଲା। ମାତ୍ର ଗୋ- ପାଳକକଂ ଅନୁପସ୍ଥିତ ଥିବା ଦେଖି କିଛି ବୁଲା କୁକୁର ନବଜାତକବାଛୁରୀଟିକୁ ସଂପୂର୍ଣଖାଇ ଦେଇଥିଲେ। ରାତିପାହି ଆସିବା ସମୟରେ ଗୋ ପାଳକ ଜଣକଂର ନିଦ ଭାଂଗି ଯାଇଥିଲା ସେ ଗୁହାଳରେ ପହଂଚି ଯାଇଥିଲେ ।କିନ୍ତୁ ଗାଈର ବିକଳ ବୋବାଇବା ଶୁଣି ଓ ବାଛୁରୀ ଜନ୍ମ ହୋଇଥିବାର ଚିହ୍ନ ବର୍ଣ ଜାଣି ବଣବୁଦା ଖୋଜିଥିଲେ ହେଁ ବାଛୁରୀକୁ ଖୋଜି ପାଇ ନ ଥିଲେ ।କୁକୁର ମାନେ ମୁହଁ ଚାଟି ସେଠାରୁ ସ୍ଥାନ ଛାଡିପଳାଉଥିବା ସେ ଦେଖିବାକୁ ପାଇବାରୁ ଘଟଣା ଅନୁମାନ କରି ପଂଡିତକଂ ପରାମର୍ଶ ନେଇଥିଲେ । ସାରା ପରିବାରଏଥିନେଇ ଦୁଃଖିତ ଓ ଅନୁତପ୍ତ ଥିବାବେଳେବନ୍ଧା ଅବସ୍ଥାରେ ଗାଈଟି ମଧ୍ୟ ସଦ୍ୟ ଜନ୍ମ ନିଜ ବାଛୁରୀକୁ କୁକୁରକଂ ମୁଁହରୁ ମୁକାଳି ନ ପାରି ,କଷ୍ଟକୁ ମର୍ମେ ମର୍ମେ ଅନୁଭବ କରୁଛି ଓ ହରାଇଥିବା ବାଛୁରୀକୁ ଖୋଜୁଛି