ଜାତକବିଚାର

ଜାତକସମୀକ୍ଷା ଓ ବିଚାର

Spread the love

ଜିଜ୍ଞାସୁ: ସୁବାସ ଚନ୍ଦ୍ର ଦାସ,ନେମାଳ ମହାଶୟ,ଆପଣକଂ ପ୍ରଦତ୍ତ ଉପରୋକ୍ତ ଜାତକରେ ଜନ୍ମ normal କିମ୍ବା sezerianକିମ୍ବା କଟକର ନିର୍ଦ୍ଦିଷ୍ଟ କେଉଁସ୍ଥାନ ଲେଖିନାହାନ୍ତି ।ତଥାପି ସାଧାରଣ ଭାବେ ଧରିନେଇ ବିଚାର ସମୀକ୍ଷା କରାଗଲା।ଆପଣକଂ ପ୍ରଶ୍ନଟି ସଂପ୍ରୁକ୍ତ ଜାତକର Job related ସଂପର୍କରେ:- ଜାତକର କର୍ମଭାବରେ ଶୁକ୍ର,ମଂଗଳ ଓ ଚନ୍ଦ୍ର ଅବସ୍ଥାନ କରୁଛନ୍ତି। ଶୁକ୍ର ଲଗ୍ନାଧୀପ ହୋଇ ୧୦ମରେ ଓ ୧୦ମ ପତିକଂ ଘରେ ଅବସ୍ଥାନ ହେତୁ ପାଣ୍ଡିତ୍ୟ ବଳରେ କର୍ମସଂସ୍ଥାନ ନିଶ୍ଚିତ ହେବାକଥା।ଶୁକ୍ର ବ୍ରୁହସ୍ପତିକଂ ନକ୍ଷତ୍ରରେ ଅଛନ୍ତି ଏଣୁ ବିଦ୍ୱାନ ହେବା ସ୍ୱାଭାବିକ।ବ୍ରୁହସ୍ପତି ୮ମ ଓ ୧୧ଶ ଉଭୟ ଭାବର ଅଧିପତି ଅଟନ୍ତି ମାତ୍ର ୮ମଭାବର ଅଧିକ ନିକଟତର ତଥା ୮ମ ସ୍ଥାନରେ ଥିବା ରାହୁସହ ପରସ୍ପର ଦ୍ରୁଷ୍ଟି ବିନିମୟ ସୂତ୍ରରେ ଆବଦ୍ଧ ଅଟନ୍ତି। ଉଭୟକଂ ଅଂଶ ମଧ୍ୟ ପାଖାପାଖି ସମାନ।ଏଣୁ ୮ମ ଭାବର ଫଳ ବ୍ରୁହସ୍ପତି ଅଧିକ ଦେବାକୁ ସମର୍ଥ।ଏଥିଯୋଗୁ ଜ୍ଞାନ ଅଧିକ ଥିଲେ ହେଁ ଗୁରୁଚାଣ୍ଡାଳ ଯୋଗରୁ ସାଧାରଣ ଜ୍ଞାନର ଅଭାବ ବହୁ କ୍ଷେତ୍ରରେ ଦେଖାଦେବ।ଦଶମ ସ୍ଥାନସ୍ଥ ଲଗ୍ନାଧିପତି ନିଜ କାୟୀକ ଶ୍ରମ ବୁଦ୍ଧି ଜ୍ଞାନ ବଳରେ ପ୍ରତିଷ୍ଠିତ କରାଇବ। ବ୍ରୁହସ୍ପତି ମିତ୍ର ଗ୍ରୁହରେ ବକ୍ରି ହେତୁ ଦୁର୍ବଳ ଫଳଦାତା। ଜାତକରେ ରବି,ଚନ୍ଦ୍ର,ବ୍ରୁହସ୍ପତି ଆଦି ଶନି ନକ୍ଷତ୍ରଗତ।୯ମ ଓ ଦଶମ ପତି ନିଜେ ଶନି ହୋଇଥିବା ସ୍ଥଳେ ରାହୁକଂ ପୂର୍ଣ ଦ୍ରୁଷ୍ଟିରେ ଥାଇ ରବିକୁଂ ପୂର୍ଣ ଦ୍ରୁଷ୍ଟିରେ ଦେଖୁଛନ୍ତି।ଫଳତଃ ଯେହେତୁ ଶନିମନ୍ଦ ଗ୍ରହ(ଗତି କ୍ଷୀଣ ବେଗ) ଭାବେ ଖ୍ୟାତ ତେଣୁ ସବୁକୁ ପ୍ରଭାବିତ କରୁଥିବାରୁ ବିଳମ୍ବ ଫଳଦାତା । ଜାତକ ମୁଖ୍ୟତଃ ବ୍ୟବସାୟୀକ ଅନୁଷ୍ଠାନ ଜଡିତ ଜୀବିକା ନିର୍ବାହ କରିବା ଆଶା କରା ଯାଉଛି।କର୍ମସ୍ଥାନରେ ଅସ୍ଥିରତା,ପ୍ରତିବନ୍ଧକ ଶନିକଂ ପ୍ରଭାବିତ ଏହି ଜାତକରେ ଅନୁଭୂତ ହୋଇପାରେ ବ୍ରୁତ୍ତି :-Excise,medicine, Chemical ସଂପର୍କିତ ହେବା ସହିତ ଆଇନ ବ୍ୟବସାୟ ସଂପର୍କିତ ହେବା ଆଶା କରାଯାଇପାରେ।ସମୟ କାଳ:- ବିଂଶୋତ୍ତରୀ ମତ୍ତେ ଜନ୍ମ ସମୟରେ ମଂଗଳ ମହାଦଶାର ୩ବର୍ଷ ୪ମାସ ୩ଦିନ ବାକି ଥିଲା।ଏବେ ବ୍ରୁହସ୍ପତି ମହାଦଶାର ବୁଧ ଅନ୍ତର୍ଦ୍ଦଶା ଚାଲିଅଛି।ସାଧାରଣତଃ ୮ମାଧିପତିର ଦଶା ଭଲରେ ଯାଇ ନ ଥାଏ କିନ୍ତୁ ବ୍ରୁହସ୍ପତିକଂ ଦଶା ହୋଇଥିବାରୁ କଲ୍ୟାଣକାରୀଅଟେ ମାତ୍ର ବ୍ରୁହସ୍ପତିକଂ ଦୁର୍ବଳ ଅବସ୍ଥାନ ଦୁର୍ବଳ ଫଳଦାତା ସେ ଶୁଭ ହେଉ ଅଥବା ଅଶୁଭ ହେଉ।ବ୍ରୁହସ୍ପତି କେତୁ ନକ୍ଷତ୍ରଗତ ଏଣୁ ଆଶା କରାଯାଇପାରେ କେତୁକଂ ଅନ୍ତର୍ଦ୍ଦଶା ସମୟ ୯.୭.୨୦୨୦ରୁ ୧୫.୬.୨୦୨୧ମଧ୍ୟରେ କିମ୍ବା ରବିକଂ ଅନ୍ତର୍ଦ୍ଦଶା ସମୟ ୧୫.୨.୨୦୨୪ ରୁ ୩.୧୨.୨୦୨୪ ମଧ୍ୟରେ କିଛି ନିଯୁକ୍ତି ସଂପର୍କୀତ ଶୁଭ ସୂଚନା ମିଳିପାରେ।(ପ୍ରତିକାର ନିମନ୍ତେ ଯନ୍ତ୍ର କିମ୍ବା ରତ୍ନ ଧାରଣର ପରାମର୍ଶ ଅଲଗା ଅଟେ କାରଣ ତାହାର ବିଚାର ସ୍ୱତନ୍ତ୍ର ଓ ସମୟ ସାପେକ୍ଷ )

Leave a Reply

Your email address will not be published. Required fields are marked *