
ଜାତକ ସମୀକ୍ଷା ଓ ବିଚାର


ଶ୍ରୀ—– ନାୟକ ,ଘସିପୁରା ,କେଉଁଝର (ଭାଗ୍ୟଚକ୍ର ପ୍ରଶ୍ନୋତ୍ତର କ୍ରମିକ ସଂଖ୍ୟା ୩/୨୫-୩-୨୦୨୦)
ମହାଶୟ,ଆପଣକଂ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଉପରେ ଜାତକଟିକୁ ପ୍ରସ୍ତୁତ କରାଯାଇଛି।ଆପଣ ନିଯୁକ୍ତି ସଂପର୍କରେ ଜାଣିବାକୁ ଆଗ୍ରହୀ ଥିଲେ। ଯେହେତୁ ଶିଶୁଟିଏ ମାତ୍ରୁଗର୍ଭରେ ଗର୍ଭାଧାନ/ ଭ୍ରୁଣ ସଂଚାର ସମୟ କିମ୍ବା ଭୂମିଷ୍ଠ ସମୟ ଉପରେ ଜନ୍ମଜାତକ ପ୍ରସ୍ତୁତି ଅଧିକ ନିର୍ଭୁଲ ହୋଇଥାଏ ଓ ଆପଣକଂ ଜନ୍ମ ସିଜେରିଆନ, ଅର୍ଥାତ ମା’ର ଜୀବନ ନିରାପତ୍ତା ପାଇଁ ଡାକ୍ତରଖାନାରେ ସମୟ ହୋଇ ନ ଥିବା ଶିଶୁକୁ ଅସ୍ତ୍ରୋପଚାର ଜରିଆରେ ମାତ୍ରୁ ଗର୍ଭରୁ ବାହାରକୁ ଅଣାଯାଇଥାଏ। ତାହା ବାସ୍ତବ ଜନ୍ମ ସମୟ ନୁହେଁ।ଏଥିଯୋଗୁ ଫଳାଦ୍ଦେଶରେ ବ୍ୟାପକ ତାରତମ୍ୟ ଦେଖାଦେଇପାରେ। ଏହିଭିତ୍ତିରେ ଲଗ୍ନ ଅପେକ୍ଷା ଚନ୍ଦ୍ର ଲଗ୍ନକୁ ପ୍ରାଧାନ୍ୟ ଦେବାକୁଉଚିତ ମନେକରୁଛି।ଚନ୍ଦ୍ର ଲଗ୍ନରୁ ଦଶମ ସ୍ଥାନ ଶନିକଂ ଗ୍ରୁହ ସେ ମଧ୍ୟ ଚନ୍ଦ୍ରକଂ ସହିତ ଅଛନ୍ତି ଯଦ୍ଦ୍ୱାରା ଆପଣକଂ ନିଜସ୍ୱଉଦ୍ୟମରେ ହିଁ କର୍ମସଂସ୍ଥାନ ହେବା କଥା,ଶନିମଧ୍ୟ ଚନ୍ଦ୍ରକଂ ସହିତ ଥାଇ ନିଜସ୍ୱ ଗ୍ରୁହ ମକରକୁ ପୂର୍ଣ ଦ୍ରୁଷ୍ଟିରେ ଦେଖୁଛନ୍ତି ହେଲେ ଶନିକଂର ଗତି ରାଶିଚକ୍ରରେ ଅତ୍ୟନ୍ତ ମନ୍ଥର ହେତୁ ଫଳାଫଳ ମଧ୍ୟ ବିଳମ୍ବିତ ହୋଇଥାଏ ସେଥିଯୋଗୁ ଭାଗ୍ୟଭାବ ଯେହେତୁ ଶନିକଂ ପୂର୍ଣ ଦ୍ରୁଷ୍ଟିରେ ରହିଛି ଭାଗ୍ୟ ଆନୟନରେ ଅହେତୁକ ବିଳମ୍ବ ସ୍ୱାଭାବିକ ହେବ ତାହା ଅତି ନିରାଶ,ପ୍ରତିବନ୍ଧକ ମଧ୍ୟରେ ହେବାରଆଶା କରାଯାଇପାରେ।ଶନିମଧ୍ୟ ନିଜର ପରମ ନିଚ୍ଚରେ ଅବସ୍ଥାନ କରୁଛନ୍ତି ତେଣୁ ତାଂକଠାରୁ ସେତେ ଉନ୍ନତ ଫଳ ଆଶା କରିବା କଥା ନୁହେଁ ମାତ୍ର ଭାଗ୍ୟସ୍ଥାନଟି ପୂର୍ବ ଜନ୍ମର ସୂଚକ ହୋଇଥିବାରୁ ତଥା ଶନି ନିଜର ପରମ ନିଚ୍ଚଅଂଶରେ ଅବସ୍ଥାନ ଥାଇ ବକ୍ରି ମଧ୍ୟ ଅଛନ୍ତି ଫଳରେ ଆଶାନୁରୂପ ନ ହେଲେବି ବିଳମ୍ବରେ ଭଲଫଳଦେବାକୁ ସମର୍ଥ।ଅଧିକାଂଶ ଜାତକରେ ଶନି ଭାଗ୍ୟ ବା କର୍ମ ଭାବକୁ ପ୍ରଭାବିତ କରୁଥିଲେ ବ୍ୟକ୍ତିକୁଂ ରାଜନୈତିକ ପଦ ପଦବୀ ମିଳିଥାଏ ଅବଶ୍ୟ ଜାତକରେ ଅନ୍ୟାନ୍ୟ ଗ୍ରହ ବଳାବଳଉପରେ ନିରଭର କରିଥାଏ।ରାଶି ଚକ୍ରକୁ ବିଚାରକୁ ନେଲେ ଶନି ହେଉଛନ୍ତି ଭାଗ୍ୟ ଓ କର୍ମ ଉଭୟ ଭାବର ଅଧିପତି,ଅର୍ଥାତ ଜାତକର କି- ପ୍ଲାନେଟ।ସେ ଭାଗ୍ୟ ଓ କର୍ମ ଉଭୟ ପାଇଁ ଦାୟୀ।କିନ୍ତୁ ସେ ଯେହେତୁ ଉଭୟ ଭାବ ମଧ୍ୟରୁ ଭାଗ୍ୟଭାବକୁ ପୂର୍ଣ ଦ୍ରୁଷ୍ଟି ରେ ଦେଖୁଛନ୍ତି ତେଣୁ ସେ ୯ମ ଭାବର ଅଧିକ ନିକଟତର ଫଳତଃ ଭାଗ୍ୟଉଦୟରେ ଯଥେଷ୍ଟ ବିଳମ୍ବ ହେବା ସ୍ୱାଭାବିକ।ଧୈର୍ଯ୍ୟହରା ହେଲେ ଚଳିବ ନାହିଁ।ରାଶିଚକ୍ର ଅନୁଯାୟୀ ୧୦ମସ୍ଥାନରେ ବ୍ରୁହସ୍ପତି ଓ କେତୁ ତାହା ପୁଣି ରାହୁଯୁକ୍ତ ମଂଗଳକଂ ପୂର୍ଣ ଦ୍ରୁଷ୍ଟିରେ,୬ଷ୍ଠରେ ପରମ ନିଚ୍ଚ ନ ହେଲେ ବି ନିଚ୍ଚସ୍ଥ ରବି ଶତ୍ରୁ ଗ୍ରୁହରେ ଶତ୍ରୁ ସହିତ ଫଳତଃ ସରକାରୀ ନିଯୁକ୍ତିର ଆଶା କମ୍ ବରଂ କୌଣସି ବାହୁବଳ ପ୍ରୟୋଗ ସିକ୍ୟୁରିଟୀ ସଂସ୍ଥାରେ ନିଯୁକ୍ତିମିଳିପାରେ। ତେବେ ଜୀବନ ସାରା ନିଯୁକ୍ତି ଓ କର୍ମସଂସ୍ଥାନ ups and downs ମଧ୍ୟରେ ଗତି କରିବ।ପାର୍ଟ ଟାଇମ ଭାବେ ଏକ ଗ୍ରୋସେରୀ ବା ଖାଦ୍ୟଦ୍ରବ୍ୟ ଦୋକାନ ସୂଚନା ବି ମିଳୁଛି।ଜନ୍ମ ସମୟରେ ଶୁକ୍ର ମହାଦଶା ୫ବର୍ଷ ୬ ମାସ ୧୧ଦିନ ବାକିଥିଲା।ଏବେ ଚନ୍ଦ୍ର ମହାଦଶାର ରବିଅନ୍ତର୍ଦ୍ଦଶା ୧୫.୫.୨୦୨୦ ପର୍ଯ୍ୟନ୍ତ ଚାଲୁଅଛି।ଏହାପରେ ମଂଗଳ ମହାଦଶା ୧୫.୫.୨୦୨୦ରୁ ୧୫.୫.୨୦୨୭ ପର୍ଯ୍ୟନ୍ତ ଚାଲିବ।ଭାଗ୍ୟରେ ଯାହା କିଛିଉନ୍ନତି ହେବ ୧୫.୫.୨୦୨୭ ପରେ ବୋଲି ଆଶା କରାଯାଇପାରେ ।