
ଜାତୀୟ ରାଜପଥରେ ଦୁର୍ଘଟଣା:୨ ଗୁରୁତର
ଆନନ୍ଦପୁର,୧୮/୪(ନି.ପ୍ର) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ,୨୦ ନମ୍ବର ଜାତୀୟରାଜପଥର ଖପରାଖାଇ ଛକ ଠାରେ ଆଜି ଅପରାହ୍ନରେ ଦୁଇଟି ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ଫଳରେ ଦୁଇଟି ଯାକ ଗାଡ଼ିର ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି,ଜଣଙ୍କ ନାମ ଏମ. ଡି ନୁରାଲ ବୋଲି ଜଣା ପଡିଛି,ଅପର ଜଣଙ୍କ ପରିଚୟ ମିଳିପାରି ନାହିଁ।କେନ୍ଦୁଝର ଆଡୁ ଆସୁଥିବା ଲୁହା ବୋଝେଇ ଗୋଟିଏ ଟ୍ରକ୍ ଯାଜପୁର ଆଡୁ ଆସୁଥିବା ଏକ ଖାଲି ଟ୍ରକ୍ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା।ଖବର ପାଇ ଘଷିପୁରା ଅଗ୍ନିଶ୍ରମ ସେବା କର୍ମଚାରୀ ଦୁଇ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଥିଲେ।ମାତ୍ର ଅବସ୍ଥା ଗୁରୁତର ଥିବାରୁ କେନ୍ଦୁଝର ଟ୍ରକ୍ ମାଲିକ ସଂଘ ସଭାପତି ରମାକାନ୍ତ ନାୟକ ଓ ଗୋପବନ୍ଧୁ ସାହୁ,ପ୍ରକାଶ ସାହୁ ପ୍ରମୁଖ ପହଞ୍ଚି ଆହତଙ୍କୁ କଟକ ସ୍ଥାନାନ୍ତର କରିଛନ୍ତି।

କେଶଦୁରାପାଳ,୧୮/୪(ନି.ପ୍ର) ଘରୋଇ କଳିରୁ ଜଣେ ମହିଳା ବିଷ ଖାଇ ଆତ୍ମହତ୍ୟା କରିଥିବାର ଏକ ଦୁଃଖଦ ଖବର ହସ୍ତଗତ ହୋଇଛି।ପ୍ରାପ୍ତ ସୂଚନା ଅନୁଯାୟୀ,କେନ୍ଦୁଝର ଜିଲ୍ଲା,ନନ୍ଦିପଦା ଥାନା,ଚୋରଗଡ଼ିଆ ଗ୍ରାମର ସତ୍ୟଭାମା ସାହୁ (୫୫) ଘରୋଇ କଳିକୁ କେନ୍ଦ୍ର କରି ଶନିବାର ଦିନ ରାଗିଯାଇ ଥିଲେ ଓ ମୂଷା ମରା ବିଷ ଖାଇ ଦେଇଥିଲେ।ଏକଥା ପରିବାର ଲୋକେ ଜାଣିବା ପରେ ତାଙ୍କୁ ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଭଲ ଥିଲେ ମଧ୍ୟ ରବିବାର ଦିନ ଗୁରୁତର ହୋଇଥିଲା।ଡାକ୍ତରଙ୍କ ପରାମର୍ଶ କ୍ରମେ କଟକ ସ୍ଥାନାନ୍ତର କରା ଯାଉଥିବା ବେଳେ ସାଇଁକୂଳ ନିକଟରେ ତାଙ୍କର ପରଲୋକ ହୋଇ ଯାଇଥିଲା।