breaking News ଜିଲ୍ଲାଖବର ଦୁର୍ନିତି

ଜିଲ୍ଲାପାଳକଂ ଜନଅଭିଯୋଗ ଶୁଣାଣି ଶିବିର:ଅଧିକାଂଶ ଅଭିଯୋଗ ଫନି ସହାୟତାରେ ଅନିୟମିତତା

Spread the love
କଣ୍ଟାପଡାବ୍ଲକରେ କଟକ ଜିଲ୍ଲାପାଳକଂ ଜନ ଅଭିଯୋଗ ଶୁଣାଣି ଶିବିର୧୮।୧୧।୨୦୧୯

କଣ୍ଟାପଡା(ନି.ପ୍ର)/କଟକ ସଦର (ସ୍ୱ.ପ୍ର)୧୮।୧୧ କଟକ ଜିଲ୍ଲାପାଳକଂ ବ୍ଲକସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଆଜି କଣ୍ଟାପଡା ବ୍ଲକରେ ଅନୁଷ୍ଠିତ ହୋଇଯାଇଛି।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଜୟକୁମାର ଖଣ୍ଡାୟତ ରାୟ ,ଗ୍ରାମାଂଚଳ ଜିଲ୍ଲାଆରକ୍ଷୀ ଅଧୀକ୍ଷକ, ରାଧାବିନୋଦ ପାଣିଗ୍ରାହୀ,ଜିଲ୍ଲା ଉଦ୍ୟାନକ୍ରୁଷି ଅଧିକାରୀ ବୈଷ୍ଣବ ଚରଣ ବାରିକ, ଜିଲ୍ଲା କ୍ରୁଷି ଅଧିକାରୀ ଶଂକର୍ଷଣ ସାହୁ, କଣ୍ଟାପଡା ତହସିଲଦାର ଆର୍ତ୍ତ ତ୍ରାଣ ମଲ୍ଲୀକ ,ସଦରଉପଖଣ୍ଡ ପୁଲିସ ଅଧିକାରୀ ସୁବାସ ଚନ୍ଦ୍ର ପଣ୍ଡା, କଣ୍ଟାପଡା ବ୍ଲକ ବିଡିଓ କେ. ଅଶୋକ କୁମାର,ସମିତି ଅଧ୍ୟକ୍ଷା ସ୍ମିତାରାଣୀ ସ୍ୱାଇଁ ,ଉପାଧ୍ୟକ୍ଷ ସୁଦର୍ଶନ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ।ମୋଟ୩୫୧ ଟି ଅଭିଯୋଗ ଦାଖଲ ହୋଇଥିଲା।ଖଣ୍ଡିଆରୀପୁର ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ ଘୋଷଣା ପ୍ରତିବାଦ,କର୍ମଚାରୀ ଅଭାବରୁ ଡିମିରିଫାଣ୍ଡି ଅଚଳାବସ୍ଥା,ବରାହୀପୁର ଚକଜମି ମଡାଣ ହେଉ ନ ଥିବା,ଡ୍ରେନେଜ ହୋଇପାରୁ ନ ଥିବାରୁ ବାଲିପଡା ସମସ୍ୟା, ବଡମୂଳାଇ ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ଆଦି ୧୨ଗୋଟିଆବେଦନ ସମୁହ ସମସ୍ୟା ଭିତ୍ତିକ ହୋଇଥିବା ସ୍ଥଳେ,ଅଧିକାଂଶ ସମସ୍ୟା ପ୍ରାୟ ୨୦୦ରୁ ୨୫୦ଟିଆବେଦନଫନି ସହାୟତା,ପ୍ରଧାନମନ୍ତ୍ରୀ ଆବାସ ଓ ଭତ୍ତା ଉପରେ ଆସିଥିଲା,ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ସହାୟତା ଜଣେ ,ରେଡକ୍ରସ ସହାୟତା ୨ଜଣକୁଂ ୨୦୦୦ଟଂକା ଲେଖାଁ ୪ହଜାର ଟଂକା ପ୍ରଦାନ କରାଯାଇଥିଲା,ମଣିକୁଣ୍ଡା ର ଶ୍ରୀଧର ମଲ୍ଲିକଂକୁ ଟ୍ରାଇସାଇକେଲ,ବଡବିଲ ର ଗୋପାଳରଣା ଓ ଚଂଚଳା ମଲ୍ଲିକକୁଂ ହୁଇଲ ଚେୟାର ବଣ୍ଟନ କରାଯାଇଥିଲା ।ଅବଶିଷ୍ଟ ଆବେଦନ ବ୍ୟକ୍ତିଗତ ସମସ୍ୟା ଉପରେ ପର୍ଯ୍ୟବସିତ ଥିଲା।ତେବେ ଉଲ୍ଲେଖନୀୟ ଯେ ଚଳିତ ଥର ସର୍ବାଧିକ ସଂଖ୍ୟକ ଆବେଦନ ମିଳିଥିବା ବେଳେ ଏଥିରୁ ପ୍ରାୟ୧୫୨ଟିର ସମାଧାନ ନିର୍ଦ୍ଦେଶ ଦିଆଯାଇଥିଲା।ଅବଶିଷ୍ଟ ଆବେଦନ ଗୁଡିକୁ ସଂପ୍ରୁକ୍ତ ବିଭାଗକୁ ପଠାଇ ଦିଆଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]