
ଜ୍ୱରପରୀକ୍ଷାକୁ ଡାକିବାରୁ ମହିଳା ସ୍ୱାସ୍ଥ୍ୟକର୍ମୀକୁଂ ଫିଲ୍ମ ଷ୍ଟାଇଲରେ ଧମକ;ଥାନାରେ ଫସିଲେ! ୪ଜଣକଂ ଭିତରୁଜଣେ ସରକାରୀ ସ୍କୁଲର ଖେଳ ଶିକ୍ଷକ
କଟକ ଗ୍ରାମାଂଚଳ ( ସତ୍ୟାନୁସଂଧାନ ବ୍ୟୁରୋ): ବିଶ୍ୱବ୍ୟାପୀ କରୋନା ମହାମାରୀର ଭୟାବହତା ମଣିଷ ସମାଜକୁ ନିଶ୍ଚିହ୍ନ କରିଦେବାର ଆଶଂକା ପ୍ରକଟ କରିଥିବା ବେଳେ ଆମ ଦେଶରେ କେନ୍ଦ୍ର ତଥା ରାଜ୍ୟ ସରକାରକଂ ଆଗୁଆ ଓ ମିଳିତ ନିଷ୍ପତ୍ତି ଜନସାଧାରଣକଂ ପାଇଁ ବେଶ୍ ଆଶା ଓ ଆଶ୍ୱାସନାର ବିଷୟ ହୋଇଛି।ତେବେ ସରକାରକଂ ନୀତିନିର୍ଦ୍ଦେଶକୁ ସମସ୍ତକଂ ମଂଗଳ ପାଇଁପାଳିବା ବଦଳରେ ଏକ ସରକାରୀ ହାଇସ୍କୁଲର ଦରମାପ୍ରାପ୍ତ ଜଣେ ଖେଳ ଶିକ୍ଷକ ନିଜର ଗୁଣ୍ଡା ବାହିନୀ ସହାୟତାରେ ସ୍ୱାସ୍ଥ୍ୟ ସେବା କାମରେ ନିୟୋଜିତ ଜଣେ ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀକୁଂ ଫିଲ୍ମ ଷ୍ଟାଇଲରେ ସରକାରୀ ରାସ୍ତା ଉପରେ ସର୍ବସାଧାରଣ ସ୍ଥାନରେ ଚାରିପଟୁ ମୋଟର ସାଇକେଲ ଘୁରାଇ ଧମକ ଚମକ ଦେବାର ଦ୍ରୁଶ୍ୟ ପାଟଣାଗଡ କଲେଜ ଅଧ୍ୟାପକ ପୁଂଜିଲାଲର ଲୋମହର୍ଷକ କାରନାମାକୁ ସ୍ମରଣ କରାଇଦେଉଛି ।ମହିଳା ସ୍ୱାସ୍ଥ୍ୟ କର୍ମୀ ଜଣକଂର ଭୂଲ ଏତିକି ଯେ ସ୍ଥାନୀୟ ଜଣେ ଯୁବତୀକଂ ଜ୍ୱର ଛାଡୁ ନ ଥିବା ସାହିପଡୋଶୀ ବର୍ତ୍ତମାନର ସମୟ ଦ୍ରୁଷ୍ଟିରୁ ଆଶଂକା ପ୍ରକାଶ କରିଥିଲେ।ଯେ କି ରାଜ୍ୟବାହାରେ ରହୁଥିଲେ ଓ ଗତ କିଛିଦିନ ତଳେ ଭୂବନେଶ୍ୱର ଫେରିଥିଲେ । ସରକାରକଂ ନିର୍ଦ୍ଦେଶନାମା ପଡୋଶୀକଂ ସୂଚନା କ୍ରମେ ସ୍ୱାସ୍ଥ୍ୟକର୍ମୀ ଜଣକଂ ସଂପ୍ରୁକ୍ତ ଯୁବତୀକୁଂ ସ୍ୱାସ୍ଥ୍ୟ କେନ୍ଦ୍ର ନେବାକୁ ପହଂଚିଥିଲେ ହେଲେ ସେ ତାହା କରିବା ବଦଳରେ ଘୋର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ତାଂକୁ ବୁଝାଶୁଝା କରି ସ୍ୱାସ୍ଥ୍ୟକେନ୍ଦ୍ର ନେବା କିମ୍ବା ମହିଳା ସ୍ୱାସ୍ଥ୍ୟ କର୍ମୀ ଜଣକୁଂ ସହଯୋଗ ଦେବା ବଦଳରେ ସ୍ଥାନୀୟ ଏକ ସରକାରୀ ଗ୍ରାଣ୍ଟ-ଇନ୍-ଏଡ୍ ହାଇସ୍କୁଲର ଦରମାପ୍ରାପ୍ତ ଖେଳ ଶିକ୍ଷକ ମହିଳା ସ୍ୱାସ୍ଥ୍ୟକର୍ମୀକଂ ସରକାରୀ କାର୍ଯ୍ୟ ଓ ଦାୟୀତ୍ୱରେ ବାଧାଦେଇ ନିଜର ୩ଜଣ ସହଯୋଗୀକଂ ସହ ରାସ୍ତାରେ ତାଂକ ଚାରିପଟେ ମୋଟରସାଇକେଲ ଘୂରାଇ ଫିଲ୍ମ ଖଳନାୟକ ଢଂଗରେ ଭୟଭୀତ ଓ ଧମକ ଚମକ ଗାଳିଗୁଲଜ ଦେଇଥିଲେ। କେବଳ ସେତିକି ନୁହେଁ ନିଜର ସହଯୋଗୀ ସାଥୀମାନକଂ ସହାୟତାରେ ଫେସବୁକ, ହ୍ୱାଟସ ଆପ ଆଦି ସାମାଜିକ ଗଣ ମାଧ୍ୟମ ଜରି ଆରେ ବାର୍ତ୍ତାମାନ ଛାଡି ଘଟଣାକୁ ଚପାଇଦେବା ଓ ସମସ୍ତକଂ ମୁହଁବନ୍ଦ କରିବାକୁ ଜାଲ ବି ବିଛାଇଥିଲେ।ଅପର ପକ୍ଷରେ ନିଜର ସରକାରୀ ଦାୟୀତ୍ୱ ତୁଲାଇବାରେ ଏପରି ପ୍ରତିବନ୍ଧକ ଦେଖି ନିରୁପାୟ ମହିଳା ସ୍ୱାସ୍ଥ୍ୟକର୍ମୀ ଜଣକଂ ସରକାରକଂ ସହାୟତା ଲୋଡିଥିଲେ।ସେ ଏହି ଘଟଣାକୁ ନିଜର ଉପରିସ୍ଥ ଅଧିକାରୀ ଭାବେ ଅଡଶପୁର ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀକୁଂ ଜଣାଇଥିଲେ।ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ବର୍ତ୍ତମାନର ଉଦବେଗ ଜନକ ସ୍ଥିତିରେ ମାଜିଷ୍ଟ୍ରେଟ ଦାୟୀତ୍ୱରେ ଥିବା କଣ୍ଟାପଡା ତହସିଲଦାର ତଥା ଏକ୍ସକ୍ୟୁଟିଭ ମାଜିଷ୍ଟ୍ରେଟ କୁଂ ଜଣାଇବା ପରେ ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା। ତଦନୁଯାୟୀ ଥାନାରେ ଲିଖିତ ଏତାଲା ଦାଖଲ ହୋଇଥିଲା।ତେବେ ଘଟଣାର ଦଫାରଫା କରିବାକୁ ସଂପ୍ରୁକ୍ତ ଶିକ୍ଷକ ଜଣକଂ ପାଟଣାଗଡ ପୁଂଜିଲାଲ ଉପାୟ ଧରିଥିଲେ ଓ ମୋଟା ଅଂକ ବିନିମୟରେ ଜଣେ ଥାନା ଦଲାଲକୁ ନିଯୁକ୍ତି ଦେଇଥିବା ବେଳେ ସେ ଥାନା ବାବୁକୁଂ କହି ମାମଲାଉଠାଇଦେବାକୁ କୁଆଡେ ନିର୍ଭର ପ୍ରତିଶ୍ରୁତି ଦେଇଛି ବୋଲି ନିର୍ଭର ଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।ଆଜି ଥାନା ପକ୍ଷରୁ ଅଭିଯୁକ୍ତ ୪ଜଣକୁଂ ଗୋବିନ୍ଦପୁର ଥାନାକୁ ଡକା ଯାଇଥିଲା ସଂଧ୍ୟାରେ ଅଭିଯୋଗ କାରୀଣି ମହିଳା ସ୍ୱାସ୍ଥ୍ୟକର୍ମୀକୁଂ ବି ଡକାଯାଇଥିଲା ହେଲେ ଘଟଣାର କୌଣସି ଆପୋଷ ସମାଧାନ ହୋଇପାରି ନାହିଁ। ପୁନଶ୍ଚ ଆସନ୍ତା କାଲି ପୂର୍ବାହ୍ନକୁ ଉଭୟ ପକ୍ଷକୁଂ ଡକାଯାଇଛି।ହେଲେ ମୁଖ୍ୟ ସମସ୍ୟାଟି ହେଉଛି କି ମାମଲା ରୁଜୁ ନ କରି ଏହି ତଥାକଥିତ ପୁଂଜିଲାଲକୁ ଦ୍ରୁଷ୍ଟାନ୍ତ ମୂଳକ ଶାସ୍ତିବିଧାନ ନ ହେଲେ ଯଦି ଆଗକୁ ପାଟଣାଗଡ ଘଟଣାର ପୁନରାବ୍ରୁତ୍ତି ଘଟିଲା ତେବେ କିଏ ଦାୟୀ ରହିବ ?? ବୋଲି ଜନସାଧାରଣରୁ ପ୍ରଶ୍ନଉଠିଛି । ନୂତନ ଭାବେ ଯୋଗଦେଇଥିବା ଥାନାଧିକାରୀ ମାନସକୁମାର ମିଶ୍ର ଜଣେ ଦକ୍ଷ ଅଧିକାରୀ ଯେ କି ମାତ୍ର ଖୁବ କମ ସମୟ ମଧ୍ୟରେ ନିଜ ଦକ୍ଷତାର ଝଲକ ପ୍ରତିପାଦନ କରିପାରିଛନ୍ତି ।ଅପର ପକ୍ଷରେ ନୂତନ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟକଂ ସୁନାମ ,ରାଜ୍ୟ ଗ୍ରୁହ ସଚୀବ ସଂଜୀବ ଆରୋରା ବି ଅପରାଧୀକ କାର୍ଯ୍ୟକଳାପ ଦମନରେ ବେଶ୍ ସିଦ୍ଧହସ୍ତ। ତେଣୁ ରାଜ୍ୟର ଏପରି ସଂକଟଜନକ ସ୍ଥିତିରେ ଏହି ସରକାରୀ ଶିକ୍ଷକକଂ ବିରୁଦ୍ଧରେ ଏତାଦ୍ରୁଶ କାର୍ଯ୍ୟକଳାପ ନିମନ୍ତେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହେବା ସ୍ୱାଭାବିକ । ତା ହେଲେ ରାଜ୍ୟବ୍ୟାପି ଏହି ଘଟଣାର ପ୍ରଭାବ ବେଶଅନୁଭୁତ ହେବ ।
