
ଟିଉସନ ଖେଳ ଖତମ ମୂଳରେ ଅସଲ କାହାଣୀ !
ସତ୍ୟାନୁସଂଧାନ ନିଉଜ ବ୍ୟୁରୋ): >ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଡଃ ଅରୁଣସାହୁକଂ କଠୋର ଆଭିମୁଖ୍ୟରେ ସାଧାରଣରେ, ଅଭିବାବକ ଓ ଛାତ୍ରଛାତ୍ରୀ ମହଲରେ ଗଭୀର ଆନନ୍ଦ ଉଲ୍ଲାସ >ନିଷ୍ପତ୍ତି ସଠିକ ରୂପେ କାର୍ଯ୍ୟ କାରୀ ହେଲେ ଉଚ୍ଚଶିକ୍ଷାରେ ବୈପ୍ଲବିକ ପରିବର୍ତ୍ତନ ଆଶା >ବଢିଲା ରାଜ୍ୟସରକାରକଂ ପ୍ରତି ଆସ୍ଥା
ରାଜ୍ୟଉଚ୍ଚଶିକ୍ଷାମନ୍ତ୍ରୀ ଡଃ ଅରୁଣ କୁମାର ସାହୁକଂ, ଟିଉସନ ବନ୍ଦ ର କଠୋର ନିଷ୍ପତ୍ତି ନିର୍ଦ୍ଦେଶ ଯୋଗୁ ଏବେ ସରକାରକଂ ଭାବମୂର୍ତ୍ତି ବଢିଛି,ସରକାରକଂ ପ୍ରତି ସାଧାରଣ ଜନତାର ଆସ୍ଥା ମଧ୍ୟ ବ୍ରୁଦ୍ଧିପାଇଛି।ଏଭଳିଏକ ସମୟରେ, ଓ ସମ୍ବେଦନଶୀଳ ପ୍ରସଂଗରେ ସରକାର ହାତମାରିଛନ୍ତି ଯେ ଯେଉଁଥିରେ କେବଳ କାଁ ଭାଁ ଟିଉସନ ଗୋଷ୍ଠୀ ସମଥର୍କକଂ ବ୍ୟତୀତ ଅନ୍ୟ କାହାରି ସେଭଳି ଆପତ୍ତି ନାହିଁ।ନିଷ୍ପତ୍ତି କଡାକଡି କାର୍ଯ୍ୟକାରୀ ହେଲେ ରାଜ୍ୟଉଚ୍ଚ ଶିକ୍ଷାର ଚିତ୍ର ଉଲ୍ଲେଖନୀୟ ଭାବେ ବଦଳିବା ସହିତ ରାଜ୍ୟରେ ଟିଉସନ ଜନିତ ମୁଣ୍ଡବ୍ୟଥା କମିବାର ସାଧାରଣରେ ବିଶ୍ୱାସ ହୋଇଛି।ଖାସ ଉକ୍ତକାରଣରୁ ସରକାରକଂ ଭାବମୂର୍ତ୍ତି ବି ଯଥେଷ୍ଟ ବଢିଛି ଖାଲି ନୁହେଁ ସଂଘ ନାଁ ରେ ବଡବଡ ଭାଷଣବାଜି କରୁଥିବା ନେତାକୁଂ ବି ଗୋଟାଏ ଗୁଳିରେ ଦୁଇଟି ଶୀକାର କରି ଧରାଶାୟୀ କରାଯାଇଛି। ଅନ୍ୟ ଏକ ଦିଗକୁ ବି ଏହାଦ୍ୱାରା ଇଂଗିତ କରାଯାଇଛି ତାହାହେଲା ଅତୀତରେ ନିଜର ନ୍ୟସ୍ତସ୍ୱାର୍ଥର ଦାବୀ ପୂରଣ ପାଇଁ ରାସ୍ତାରେ ଆନ୍ଦୋଳନରତ ଶିକ୍ଷକ ମାନେ ମାଣବସାଠୁ ଆରମ୍ଭକରି ନାଚଗୀତ କରିବା,ଗାଁ ଗଣ୍ଡାରୁ ଛାତ୍ରଛାତ୍ରୀକଂ ଭବିଷ୍ୟତର ନାରାରେ ଆନ୍ଦୋଳନ ସ୍ଥଳକୁ ଆଣି ସମର୍ଥନ ଜୁଟେଇବା କାର୍ଯ୍ୟକରି ସରକାରକୁଂ କେବଳ ବିଚ୍ ରାସ୍ତାରେ ଯେ ଦିନ ଦିପହରେ ଲଂଗଳା ମୁକୁଳା କରିଥିଲେ ତା ନୁହେଁ,ବରଂ ଅହିଂସା ଆନ୍ଦୋଳନ ସହିତ ହିଂସାବ୍ରୁତ୍ତି ବି ଅବଲମ୍ବନ କରିଥିଲେ,ଘଟଣାରେ ଆଦୌ ସଂପ୍ରୁକ୍ତ ନ ଥିବା ମୁଖ୍ୟମନ୍ତ୍ରୀକଂ ବ୍ୟକ୍ତିଗତ ସଚୀବ ଭି.କାର୍ଥୀକେୟନ ପାଣ୍ଡିଆନ ସରକାରୀ ବାସଭବନରେ ନ ଥିବାବେଳେ,କିଛି ଅସାମାଜିକକଂ ସହାୟତାରେ ତାଂକ ସରକାରୀ ବାସ ଭବନ ହତାରେ ପ୍ରବେଶକରି ଫାଟକକୁ ଗୋବର ମାରିବା ଭଳି ନିନ୍ଦନୀୟ ତଥା ଅମାନୁଷିକ କାର୍ଯ୍ୟକରିଥିବାର ଅଭିଯୋଗ,ବିଶ୍ୱାସ ବଳବତ୍ତର ରହିଛି।ଏମିତିକି ସେତେବେଳେ ଶ୍ରୀ ପାଣ୍ଡିଆନ ଯଦି ହାବୁଡେ ପଡିଥାନ୍ତେ ତେବେ ଶାରୀରିକ ଆକ୍ରମଣର ଶୀକାର ହେବା କିଛି ବିଚିତ୍ର ନ ଥିଲା।ଆନ୍ଦୋଳନରତ ଶିକ୍ଷକ ମାନେ ପବିତ୍ର ବ୍ରୁତ୍ତିରେ ନିତୀ ନୈତିକତା ଭୁଲି ଦୀର୍ଘଦିନ ଆନ୍ଦୋଳନ ଜନିତ ଏକପ୍ରକାର ଘାଇଲା ବାଘ ପାଲଟି ଯାଇଥିଲେ।ହିଂସା ଓ ଗଣ୍ଡଗୋଳ ରୋକିବାରେ ମୁତୟନ ଥିବା ପୁଲିସ କର୍ମଚାରୀ ଅନୁପ କାନୁନଗୋକୁଂ ବି ବଦନାମ କରିବାକୁ ଭୁଲି ନ ଥିଲେ ଆନ୍ଦୋଳନକାରୀ।ଅଧ୍ୟାପକ ଶତ୍ରୁଘ୍ନ ନାଥକଂ ଲିଖିତ’ଯୁଦ୍ଧକଣ ଅବଶ୍ୟମ୍ଭାବୀ’ପ୍ରବନ୍ଧର ଅଂଶବିଶେଷ “ସଂଗଠିତ ଗୁଣ୍ଡାଶକ୍ତି ରାଷ୍ଟ୍ରଶକ୍ତି” ଓ “ଦଳିତ ନିଷ୍ପେସିତ ଲୋକକଂ ମନରେ ଯୁଦ୍ଧର ଭାବ ଶୀଘ୍ର ଜନ୍ମେ”କୁ ପ୍ରମାଣିତ କରିଥିଲେ ତଥା କଥିତ ଆନ୍ଦୋଳନ ରତ ଶିକ୍ଷକ ମାନେ।ଅବଶ୍ୟ ମୁଖ୍ୟମନ୍ତ୍ରୀ ଅତି ଦୁଃଖର ସହିତ ଘଟଣାର ନିନ୍ଦାକରି ଗଣମାଧ୍ୟମରେ ସେତେବେଳେ ବିବ୍ରୁତି ରଖିଥିଲେ।ତେବେ,ସରକାର ଆନ୍ଦୋଳନରତ ଉଲୁକୁମତା ଶିକ୍ଷକ ମାନକଂ କାରନାମାକୁ ଭୁଲିଯାଇନଥିଲେ ବରଂ ଆଗ ଅପେକ୍ଷା ଅଧିକା ଧ୍ୟାନରେ ରଖିଥିଲେ,ଯଥା:- ସରକାରକଂ ବିରୁଦ୍ଧରେ ସୁପ୍ରିମ କୋର୍ଟଯିବା,ଚାକିରୀ ସର୍ତ୍ତାବଳୀ,ଭିନ୍ନ ଭିନ୍ନ ନିଯୁକ୍ତି ନିୟମ, ସତ୍ତ୍ୱେ ସଂଖ୍ୟା ଗରିଷ୍ଠତା ଦର୍ଶାଇବାକୁ ଅଲଗା ଅଲଗା ବର୍ଗର ଶିକ୍ଷା କର୍ମଚାରୀକୁଂ ନେଇ ଏକ ମଂଚ ବି ଗଠିତ ହୋଇଥିଲା।ଏମିତି ଦ୍ୱାରା ବହୁ ପୂରଣ ହୋଇନପାରିବା ଦାବିକୁ ଆନ୍ଦୋଳନକରି ସରକାରକଂ ମୁଣ୍ଡ ମୋଡିମକଚିବା ଏକମାତ୍ର ଉଦ୍ଦେଶ୍ୟ ଥିଲା। ତେବେ ଯେହେତୁ ନିର୍ବାଚନ ପାଖରେ ଥିଲା ସରକାର ସେ ସବୁକୁ ଅନିଛା ସତ୍ତ୍ୱେ ଆଖିବୁଜି ହଜମ କରିନେଲେ। ତେବେ ଶିକ୍ଷକ ମାନେ ସେମାନକଂ ଦାବି ପୂରଣ କରିବାକୁ ଜିଦ ଓ ଆନ୍ଦୋଳନ ନାଁ ରେ ଦିନଦିନ ଧରି ଶିକ୍ଷାନୁଷ୍ଠାନ ବନ୍ଦକରି ଓଲଟା ଛାତ୍ରଛାତ୍ରୀ ତଥା ଅଭିବାବକକଂ ସ୍ୱାର୍ଥ ,ଭବିଷ୍ୟତ, ସରକାର ନଷ୍ଟ କରୁଛନ୍ତି ବୋଲି ଅଭିଯୋଗ ବି କଲେ।ତେଣୁ କିଏ ବାସ୍ତବରେ ଛାତ୍ର ଛାତ୍ରୀକଂ ହିତରେ ତାହାର ପ୍ରମାଣ ଦେବାକୁ ସରକାର ସୁଯୋଗ ଅପେକ୍ଷାରେ ଥିଲେ ଓ ତଦନୁଯାୟୀ ଯୋଜନା ପ୍ରସ୍ତୁତି ମଧ୍ୟ କରିଥିଲେ।ସେହି ଲକ୍ଷ୍ୟରେ ପରିଚାଳନା କମିଟୀରେ ଆଉ ଏଣିକି ନିର୍ବାଚିତ ବିଧାୟକ,ସାଂସଦ ନ ରହିବାକୁ ସରକାର ନିଷ୍ପତ୍ତି ନେଲେ ଯେହେତୁ ଶିକ୍ଷକମାନକଂ ଆନ୍ଦୋଳନ ବେଳେ ପରିଚାଳନା କମିଟୀରେ ସଦସ୍ୟ ଥିବା ବିଧାୟକ,ସାଂସଦମାନକଂ ଜରିଆରେ ସରକାରକଂ ଉପରେ ଚାପ ପକେଇବାରେ ସମର୍ଥ ହୋଇଥିଲେ।ଅବଶ୍ୟ ଘରୋଇ ଟିଉସନ ବାରଣ କରାଯିବା କିଛି ନୂଆକଥା ନୁହେଁ କାରଣ ୨୦୧୨ ମସିହା ଠାରୁ ଏପର୍ଯ୍ୟନ୍ତ ଏକାଧିକ ନିର୍ଦ୍ଦେଶନାମା ସରକାର ଜାରୀ କରିଥିଲେ ହେଁ ତାହା କେବଳ କାଗଜପତ୍ରରେ ସିମୀତ ଥିଲା।ଏମିତିକି ତାହାକୁ ବେଖାତିର କରି ଶିକ୍ଷକମାନେ ଯଥାରିତି ଟିଉସନ ଚଳାଇ ରଖିଥିଲେ।ଏଥର କିନ୍ତୁ ସରକାର ସଂପୂର୍ଣ ମାନସିକ ଭାବେ ପ୍ରସ୍ତୁତ ହୋଇଥିବା ଆକଳନ କରାଯାଉଛି।ଓଡିଶା କେବଳ ନୁହେଁ ପଶ୍ଚିମବଂଗ ତ୍ରିପୁରା ଭଳି କେତେକ ରାଜ୍ୟରେ ଏହି ଘରୋଇ ଟିଉସନ ଯୋଗୁ ଶ୍ରେଣୀରେ ଶିକ୍ଷାଦାନ ପ୍ରତି ଗୁରୁତର ଅବହେଳା ସାଂଗକୁ,ଟିଉସନ କରୁଥିବା ଶିକ୍ଷକ ବ୍ୟାପକ ଲାଭବାନ ହୋଇଥିବା ବେଳେ ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାରରେ ଶୋଷିତ ହୋଇଥିବାର ବ୍ୟାପକ ଅଭିଯୋଗ ରହିଛି ସେଠିକାର ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ରୁଜୁ ବହୁ ମାମଲାରେ ନ୍ୟାୟାଳୟ ଶିକ୍ଷକକଂ ଘରୋଇ ଟିଉସନ ବିରୁଦ୍ଧରେ ପ୍ରତିକୂଳ ମନ୍ତବ୍ୟ ଦେଇଛନ୍ତି । ଶିକ୍ଷାଧିକାର ଆଇନଧାରା୨୮ମଧ୍ୟ ସମସ୍ତକଂର ମାଗଣା ଶିକ୍ଷା ଏକ ଅଧିକାର । ଓ କୌଣସି ଶିକ୍ଷକ ଏଭଳି ଟିଉସନ କାର୍ଯ୍ୟରେ ନିୟୋଜିତ ଥିଲେ ତାଂକ ବିରୁଦ୍ଧରେ ଶ୍ରୁଖଂଳାଗତ କାର୍ଯ୍ୟାନୁଷ୍ଠାନ ପରିସରଭୁକ୍ତ ବୋଲିଉଲ୍ଲେଖ କରିଛି ।ଯାହାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟଉଚ୍ଚଶିକ୍ଷାମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଏକପ୍ରକାର ବଦ୍ଧପରିକର ବୋଲି ସୂଚନା ମିଳୁଛି ଘଟଣାଟି ଉପରକୁ କେବଳ ଉଚ୍ଚଶିକ୍ଷା ବିଭାଗ ନିମନ୍ତେ ନିର୍ଦ୍ଦେଶ ବୋଲି ଲାଗୁଥିଲେ ବି ବାସ୍ତବରେ ଗଣଶିକ୍ଷାବିଭାଗ ମଧ୍ୟଏହି ଆଇନଆଧାରରେ ଯିବ ବୋଲି ଜଣାପଡିଛି।ଯାହା ବିରୁଦ୍ଧରେ ଆନ୍ଦୋଳନକାରୀ ଶିକ୍ଷକ ସଂଘ ମିଳିତ ମଂଚ ମୁହଁ ଖୋଲିପାରିବା ଦୁର୍ବଳ ପଡିବ,ମହଂଗା ସାବ୍ୟସ୍ତ ବି ହୋଇପାରେ। ପୂର୍ବରୁ ଅପ୍ରେଲ ୨୦୧୨,ଅପ୍ରେଲ୨୦୧୩,ଜୁଲାଇ୨୦୧୪,ଜୁନ୨୦୧୬ ଓ ରାଜ୍ୟଶିକ୍ଷାମନ୍ତ୍ରୀ ଦେବୀପ୍ରସାଦ ମିଶ୍ରକଂ ସମୟରେ ଅପ୍ରେଲ ୨୦୧୭ ରେ ଅନୁରୂପ ନିର୍ଦ୍ଦେଶନାମା ଓ କଠୋର କାର୍ଯ୍ୟାନୁଷ୍ଠାନ ସୂଚନା ଜାରୀ ହୋଇଥିଲା।ଦେଶର ଶୀର୍ଷଅଦାଲତରେ ଏହିପରି ମାମଲା ବିଚାର ବେଳେ ସରକାରୀ ଶିକ୍ଷକକଂ ପ୍ରତି କେବଳଏହି ଆଇନ ଲାଗୁ ହୋଇପାରିବ ଯୁକ୍ତିକୁ ବିଚାରପତି ଗ୍ରହଣ ନ କରି ସରକାରୀ ,ବେସରକାରୀ ସବୁଶିକ୍ଷାନୁଷ୍ଠାନ ପ୍ରତି ଏହା ଲାଗୁହେବ ବୋଲି ରାୟ ଦେଇଥିଲେ।ତେଣୁ ରାଜ୍ୟଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ସାହୁକଂ ବର୍ତ୍ତମାନ ପରିପ୍ରେକ୍ଷୀରେ ଏପରି ନିଷ୍ପତ୍ତି ଅତ୍ୟନ୍ତ ପ୍ରଣିଧାନ ଯୋଗ୍ୟ।ଏହାଦ୍ୱାରା ହଜାର ହଜାର ଗରୀବ ଓ ମେଧାବୀ ଛାତ୍ରଛାତ୍ରୀକଂ ଏକ ବିରାଟ ଉପକାର ହେବା ଆଶା କରାଯାଏ।ଜ୍ଞାନଦାନ ଅନ୍ଧକୁ ଚକ୍ଷୁଦାନ ସଦ୍ରୁଶ।ଏହା ଦ୍ୱାରା ଗରୀବ ବାପା,ମା କଂ ଉପରୁ ସିଧାସଳଖ ତଥା ବିରାଟ ଆର୍ଥିକ ବୋଝକୁ ହାଲୁକା କରିବା ଯୋଗୁ ରାଜ୍ୟସରକାର ଜନସାଧାରକଂ ନିକଟତର ହୋଇପାରିବେ।ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେଲେ ଟିଉସନ ଯୋଗୁ ବ୍ୟବସାୟୀକ ମନୋବ୍ରୁତ୍ତିରେ ଉଜୁଡାଶିକ୍ଷା ବ୍ୟବସ୍ଥା ସୁଧୁରିବ।କାରଣ ଯେଉଁ ଶିକ୍ଷାନୁଷ୍ଠାନର ଫଳ ଖରାପ କିମ୍ବା ଯେଉଁ ବିଷୟରେ ଫଳ ଖରାପ ପ୍ରଦର୍ଶିତ ହେବ, ସରକାର କାର୍ଯ୍ୟାନୁଷ୍ଠାନର ଖଣ୍ଡା ଆଗରୁ ଝୁଲାଇ ରଖିଛନ୍ତି ।ଏଥିସହିତ ଶିକ୍ଷକ ସଂଘର ଆନ୍ଦୋଳନ ରାଜନିତୀ ବି ସାବାଡ ହେବା ଆଶା ରଖା ଯାଇଥିବା ପ୍ରତୀତ ହେଉଛି।ଠିକ୍ଏହି ସମୟରେ ଟିଉସନକୁ କେନ୍ଦ୍ରକରି ୨ଦିନ ତଳେ ଏସ.ଭି.ଏମ କଲେଜର ବାଣିଜ୍ୟ ବିଭାଗର ଦୁଇ ଅଧ୍ୟାପକ ଧୀରେନ କୁମାର ମହାନ୍ତି ଓ ଜଗନ୍ନାଥ ବେହେରାକଂ ମଧ୍ୟରେ ଗୁଣ୍ଡା ଗର୍ଦ୍ଦି ବନ୍ଧୁକ ଗୁଳି ଓ ମାଡମରାମରି ଓ ପୁଲିସ ଦ୍ୱାରା ଗିରଫ ଘଟଣା ସାରା ରାଜ୍ୟରେ ଏହି ପବିତ୍ର ବ୍ରୁତ୍ତିରେ ନିୟୋଜିତ ଅଥଚ ଟିଉସନ ମୁଖାପେକ୍ଷୀ ତଥା କଥିତ ଗୁରୁକଂ ଭୂମିକା କୌତୁହଳ ସ୍ରୁଷ୍ଟି କରିବା ସାଂଗକୁ ଟିଉସନର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛି।ମନ୍ତ୍ରୀକଂ ନିର୍ଦ୍ଦେଶ ନାମା ପରେ ବହୁ ଶିକ୍ଷକ ଧରାପଡିବା ଓ କାର୍ଯ୍ୟାନୁଷ୍ଠାନ ଭୟରେ ଛାନିଆରେ ରହିଛନ୍ତି