
ଟେଲିଫୋନ ଯନ୍ତ୍ରାଂଶ ଚୋରୀ ,ତରଳେଇ ବିକି ବି.ଏସ.ଏନ୍. ଏଲକୁ ଡୁବାଇ ସାରିଥିବା ପ୍ରେମରୋଗୀ,ରାଜ୍ୟର ସେକ୍ସ୍ ରାକେଟ ମୁଖ୍ୟ-ସାମ୍ବାଦିକ ପାଠ ନପଢି ବି ହକର ବୋଲୁଛି ନିଜକୁ ସାମ୍ବାଦିକ!
କଟକ ଗ୍ରାମାଞ୍ଚଳ ପ୍ରତିନିଧି,୨୧/୦୪ (ଭଗବାନ ଭୋଇଙ୍କ ରିପୋର୍ଟ)ପ୍ରକୃତ ସାମ୍ବାଦିକ ଓ ମୂଲ୍ୟବାନ ସାମ୍ବାଦିକତାର ଘୋର ମରୁଡି!କାଗଜ ବିକ୍ରି ଓ ବିଜ୍ଞାପନ ନିଶାରେ ଖବରକାଗ ଜ ସଂସ୍ଥା ମାନେ ଯାହାକୁ ନାହିଁ ତାହାକୁ,ଅଗାଡି, ଅଣ ସାମ୍ବାଦିକ,ଅଣ ପୁରୁସା କେତେକ ହକରଙ୍କୁ ପ୍ରତିନିଧି କାର୍ଡ ଧରେଇ ଦେଉଛନ୍ତି,ଫଳରେ ତାହା ସମାଜ ବ୍ୟବସ୍ଥା,ପୁଲିସ,ପ୍ରଶାସନ ଓ ସର୍ବୋପରି ଜନସାଧାରଣଙ୍କ ପାଇଁ ବିପଦ ସୃଷ୍ଟି କରିଛି।ଏପରି ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି କଟକ ଜିଲ୍ଲା,କଣ୍ଟାପଡ଼ା ବ୍ଲକ ଓ ଗୋବିନ୍ଦପୁର ଥାନା ଅନ୍ତର୍ଗତ,ଚଉପଡା ଗ୍ରାମରେ। ଟେଲିଫୋନ ବିଭାଗର ତମ୍ବା,ପିତ୍ତଳ ଆଦି ଯନ୍ତ୍ରାଂଶକୁ ଚୋରୀ କରି, ବାଳକାଟିର ଜଣେ ନିର୍ଦ୍ଦିଷ୍ଟ କଂସାରି ପାଖରେ ସ୍ୱଳ୍ପ ଦାମରେ ବର୍ଷ ବର୍ଷ ଧରି ବିକି ବି. ଏସ୍. ଏନ୍.ଏଲକୁ ଡୁବାଇ ସାରିଥିବା ଓ ରାଜ୍ୟ ସାରା ସେକ୍ସ୍ ରାକେଟ ଚଳାଇ ବହୁବାର ପୁଲିସ ହାତରେ ଧରାପଡ଼ିଥିବା,ବହୁ ଝିଅ ବୋହୂଙ୍କୁ ନିଜ ପ୍ରେମ ଜାଲରେ ବିବାହ ପ୍ରଲୋଭନ ଦେଇ ଫସାଇ ଜୀବନ ବରବାଦ୍ କରିଥିବା ବ୍ୟକ୍ତି ହାଲିକୁ ବିନା ସାମ୍ବାଦିକତା ପାଠ ପଢ଼ାରେ ହକର ସାମ୍ୱାଦିକ ପାଲଟି କିପରି ଖବର ପରିବେଷଣ କରିଛି ଦେଖନ୍ତୁ।ପ୍ରାପ୍ତ ତଥ୍ୟ ସୂଚନା ଅନୁଯାୟୀ, ଚଉପଡ଼ା ଗ୍ରାମର ଗ୍ରାମ ଦେବତୀ ମା ବୁଢୀ ଠାକୁ ରାଣୀଙ୍କ ପୀଠରେ କୌଣସି ଜଳ ବ୍ୟବସ୍ଥା ନ ଥିବାରୁ ଜନ ସାଧାରଣଙ୍କ ଅନୁରୋଧ କ୍ରମେ ପଞ୍ଚାୟତର ଜନୈକ ପୂର୍ବତନ ସରପଞ୍ଚ ତତ୍କାଳୀ ନ ବିଡ଼ିଓ ଶ୍ରୀ ଦେବ ପ୍ରସାଦ ଦାଶଙ୍କୁ ନଳକୁପ ଟିଏ ଲାଗି କାକୁତି ମିନତି ହୋଇଥିଲେ।ଜିଲ୍ଲା ସ୍ତରୀୟ ଜଳପରିମଳ କମିଟିରେ ସଦସ୍ୟ ଥିବା,ଜିଲ୍ଲାପାଳ,ବିଭାଗୀୟ ନିର୍ବାହୀଯନ୍ତ୍ରୀ ପ୍ରମୁଖଙ୍କ ବୈଠକରେ ଦେବ ପ୍ରସାଦଙ୍କ ଅନୁ ରୋଧ କ୍ରମେ ଏହା ମଞ୍ଜୁର ହୋଇଥିଲା ଓ RWSSକୁ ନଳକୂପଟିଏ ସ୍ଥାପନ ନିମନ୍ତେ ଉକ୍ତ ଦାୟିତ୍ୱ ଦିଆଯାଇଥିଲା।ଏହା ୨୦୦୯-୧୦ ମସି ହାର ଘଟଣା।ଲକ୍ଷାଧିକ ଟଙ୍କା ମୂଲ୍ୟର ଏକ ଗଭୀର(ବାକ୍ସ) ନଳକୂପ ଏହି ପୀଠରେ ସ୍ଥାପିତ ହୋଇଥିଲା।ଫଳରେ ଜଳାଭାବ ସମସ୍ୟା ଦୂରୀ କରଣ ହୋଇଥିଲା।ନିୟମାନୁଯାୟୀ ନିରାପଦ ଶୁଦ୍ଧ ପାନୀୟ ଜଳ ଯୋଗାଣକୁ ସରକାର ସବୁ ବେଳେ ପ୍ରାଧାନ୍ୟ ଦେଇ ଆସୁଥିବା ବେଳେ ବିଭା ଗୀୟ ଯନ୍ତ୍ରୀ ଓ ଯୋଗ୍ୟ ଜଳବିଜ୍ଞାନୀ ମାନଙ୍କୁ ଉକ୍ତ ବିଭାଗ ଅଧୀନରେ ଅବସ୍ଥାପିତ କରିବା ସହିତ ଅଭିଯୋଗ ପାଇବା ସଙ୍ଗେ ସଙ୍ଗେ ଉଦ୍ଦିଷ୍ଟ ଆପତ୍ତି ଅଭିଯୋଗ ରେଜିଷ୍ଟରରେ ପଞ୍ଜୀକରଣ କରି, ମରାମତି,ଜଳର କ୍ଷାରୀୟ ଓ ଅମ୍ଳତ୍ଵ ପରୀ କ୍ଷା ଓ ନିରାକରଣ ତ୍ୱରିତ କରାଇ ଥାଆନ୍ତି।ଏ ଦିଗରେ ବ୍ୟବସ୍ଥା ରାଜ୍ୟର ଜନସାଧାରଣ ଊଣା ଅଧିକେ ଅବଗତ ଅଟନ୍ତି।ଦୀର୍ଘଦିନ ଧରି ମରା ମତି ଅଯୋଗ୍ୟ ନଳକୂପକୁ ଡିଫଙ୍କ୍ଟ ଘୋଷଣା କରାଯାଇ ଏହାର ବିକଳ୍ପ ନଳକୂପ ମଧ୍ୟ ସ୍ଥାପନ କରାଯାଏ।ଏହି କିସମ ଗଭୀର ନଳକୂପ ଗୁଡ଼ି କର ଯାବତୀୟ ମରାମତି,ପରିଚାଳନା ସରକାର ନିଜ ଖର୍ଚ୍ଚରେ କରିଥାନ୍ତି।ମା ବୁଢ଼ୀ ଠାକୁରାଣୀଙ୍କ ପୀଠରେ ଥିବା ଉକ୍ତ ସରକାରୀ ନଳକୂପ ବର୍ଷ ବର୍ଷ ଧରି ସଠିକ ଭାବରେ କାର୍ଯ୍ୟ କରି ଆସୁଥିବା ବେଳେ କୌଣସି ସାମାନ୍ୟ ତମ ତ୍ରୁଟି ବା ସମସ୍ୟା ଏଯାଏ ଦେଖା ଯାଇ ନ ଥିଲା,ଏମିତିକି ଗତ ଅ ପ୍ରେଲ ୭ ତାରିଖ ଦିନ ସାହିର ଜନୈକ ଆଚାର୍ଯ୍ୟ ପରିବାରର ଏକ ନବଜାତ ଶିଶୁର ଜନ୍ମଉତ୍ସବ ଓ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ନିମନ୍ତେ ଭୋଜି, ଖାଦ୍ୟପେୟ ଏହି ପୀଠରେ ରନ୍ଧନ ଓ ପରିବେଷଣ ହୋଇଥିଲା।ତେଣୁ ଏହି ଗାଲୁଆ ଖବର କାଗଜ ଲେଖାଳି ଜଣକ କେମିତି କେଉଁ ଦୁଃସାହସରେ ଏତେବଡ଼ ମିଛ ଲେଖିଲା,ଯେ ଦୀର୍ଘଦିନ ଧରି ଏହି ନଳକୂପ ପରିତ୍ୟକ୍ତ ହୋଇ ପଡିଥିବା ବେଳେ ବହୁବାର ଅଭିଯୋଗକୁ ବିଭାଗ ଶୁଣି ନ ଥିଲା ବୋଲି??ପାନୀୟ ଜଳ ପରିମଳ କିମ୍ବା ପଞ୍ଚାୟତ ରେଜିଷ୍ଟରରେ ଥରଟିଏ କେବେ ବି ହେଉ ଏହି ନଳକୂପର ସମସ୍ୟା ଅଭିଯୋଗ ଦରଜ ହୋଇଥିବା ଏହି ଗାଲୁଆ ମଳ ସାମ୍ବାଦି କ!! ହକର ତଥ୍ୟ ପ୍ରମାଣ ଦେଇ ପାରିବ କି?ବାସ୍ତବ କଥାଟି ହେଉଛି କି ସଠିକ କାର୍ଯ୍ୟ କରୁ ଥିବା ଏହି ଉଚ୍ଚମାନର ନଳକୁପକୁ ଏଠାରୁ ପ୍ରାୟ ଦୁଇ କିମି ଦୂର ବାରସାଇଲୋ ଗ୍ରାମର ସିଲୁ ଜେନା ଓ ନୀଳ ପାଇଟାଳ/ପାଇକରା ମିଶି ଗତ ୧୫ ତାରିଖ ସନ୍ଧ୍ୟାରେ ଲୁହା ଆରି ପାତ ଓ ହାତୁଡ଼ିରେ କାଟୁଥିଲେ, ଭାଙ୍ଗିଥିଲେ ଯାହା ସ୍ଥାନୀ ୟ ଲୋକେ ଦେଖି ନିଜ ଭିତରେ ଆଲୋଚନା କଲେ ଓ ଧରିବାକୁ ପ୍ରସ୍ତୁତ ହେଲେ,ମାତ୍ର ଅଭି ଯୁକ୍ତମାନେ ଛପିଯାଇ ଆଉ ଦେଖାଦେଇ ନଥିଲେ ,ପୁନଶ୍ଚ ଦିନେ ଛାଡି ଗତ ରବିବାର ୧୭ତାରିଖ ସନ୍ଧ୍ୟାରେ ସେମାନେ ସେଠାରେ ସମାନ କାର୍ଯ୍ୟ ଚଳାଇଥିବା ବେଳେ ଗୋବିନ୍ଦପୁର ପୁଲିସକୁ ଖବ ର ଦିଆ ଯାଇଥିଲା।ପୁଲିସ ଘଟଣାସ୍ଥଳରେ ପହ ଞ୍ଚି ଉଭୟଙ୍କୁ ଧରି ପଚରାଉଚରା କରିଥିଲା।ସିଲୁ କୁ ପୁଲିସ ଥାନାକୁ ନେଇ ଅଧିକ ପଚରା ଉଚରା ପରେ Cr PC ଧାରା ୪୧ Aରେ ନୋଟିସ ଜା ରୀ କରି ଛାଡିଥିଲା।ଗତ ୧୯ତାରିଖରେ ବିଧିବଦ୍ଧ ଲିଖିତ ଅଭିଯୋଗ ହେବା ଉପରେ ପୁଲିସ ଥାନା କେଶ ନମ୍ବର ୫୮/୨୨ରେ ଧର୍ତ୍ତବ୍ୟ ଅପରାଧର ମାମଲା ରୁଜୁ କରି ତଦନ୍ତ ଚଳାଇଛି।ଗ୍ରାମ ଲୋ କେ ପୁଲିସ ତଦନ୍ତରେ ସାକ୍ଷ ଦେଇଛନ୍ତି,ଓ ଭର ସା ରଖିଛନ୍ତି।ଏପରି ସ୍ଥଳେ ସରକାରୀ ସଂପତ୍ତିକୁ କ୍ଷୟକ୍ଷତି ପହୁଞ୍ଚାଇଥିବା ଅଭିଯୁକ୍ତ ମାନଙ୍କୁ କେ ତେ ଟଙ୍କା ହାତଗୁଞ୍ଜା ବିନିମୟରେ ସୁରକ୍ଷା ଦେବା କୁ” ମାନବିକତା,ବୁଦ୍ଧିଜୀବୀ “ପରି ଅତିରଞ୍ଜିତ ଶବ୍ଦ ପ୍ରୟୋଗ କରିବା ଜଣେ ସେକ୍ସ୍ ରାକେଟ ମୁଖ୍ୟ ପକ୍ଷରେ,ମୁଖରେ ହାସାସ୍ପଦ ନୁହେଁ କି??ପାଠକେ ବିଚାର କରିବା ହେବେ ଏପରି କାମଳ ହକର ମାନଙ୍କୁ।