
ଡିଜେ ବାଜିଲେ ନ୍ୟାୟାଳୟରେ ପୁଲିସକୁ ଉତ୍ତରଦାୟୀ କରାଯିବ !
ଏଥର ଡି.ଜେ ବାଜିଲେ ଥାନା ପୁଲିସ ବାବୁ ଉତ୍ତରଦାୟୀ ହେବେ!!!!

କଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)ଏଣିକି କୌଣସି ବି ସ୍ଥାନରେ ଡିଜେ ବାଜିଲେ ଏଥିପାଇଁ ଥାନା ପୁଲିସ କୁ ନ୍ୟାୟାଳୟରେ ଉତ୍ତରଦାୟୀ କରାଯିବ ବୋ ଲି ସର୍ବସାଧାରଣରୁ ଲିଖିତଅଭିଯୋଗ ଭିତ୍ତିରେ କଟକ ସଦର ଉପଜିଲ୍ଲାପାଳଙ୍କ ଇଜିଲାସରେ ମାମଲା ରୁଜୁଲାଗି ନିଷ୍ପତ୍ତି ହୋଇଛି।ପ୍ରାପ୍ତ ସୁଚନା ଅନୁଯା ୟୀ,ପୂଜା,ପାର୍ବଣ,ଉତ୍ସବ,ଅନୁଷ୍ଠାନ ନାମ ରେ ମଦ ପିଇ, ବିଳମ୍ବିତରାତି ଯାଏଁ ସର୍ବ ସାଧା ରଣରେ ଉଦଣ୍ଡ ନାଚିବା କାର୍ଯ୍ୟରେ ଡିଜେ ଏକ ପ୍ରମୁଖ ମାଧ୍ୟମ ପାଲଟିଛି।ଫଳରେ କେବଳ ବୃଦ୍ଧ, ଅସହାୟ,ହୃଦରୋଗୀ ନୁହେଁ ସର୍ବସାଧାରଣ ଆ କ୍ରାନ୍ତ,ଅସୁସ୍ଥ,ଆହତ,ହେଉଥିବା ଓ ବେଳେ ବେଳେ ମୃତ୍ୟୁ ବି ହୋଇଯାଉଛି।ଘର ଗୁଡ଼ିକର କବାଟ ଝ ରକା ସବୁ ଏହି ଶବ୍ଦରେ ଥରିଥରି କମ୍ପୁଥିବା ବେ ଳେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପ ଡ଼ୁଛି।ଏହି ସଂଘବଦ୍ଧ ମଦୁଆ ମାନଙ୍କ ଉତ୍ପାତ ଆଗ ରେ ଥାନାପୁଲିସ ବଳ ବି ନିଷ୍ପ୍ରଭ,ଅସହାୟ ଓ ନୀ ରବଦ୍ରଷ୍ଟା ସାଜୁଛନ୍ତି।ଏହାର ନିୟନ୍ତ୍ରଣ ଲାଗି ଆଇ ନରେ ଯେ,ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ,ତାହା ନୁହେଁ କିନ୍ତୁ ଭିନ୍ନଭିନ୍ନ କାରଣରୁ ପୁଲିସ ନିଷ୍କ୍ରିୟ ରହୁଛି ଅଥବା ଅଣଦେଖା କରୁଛି।ପୁଲିସକୁ ନ୍ୟାୟାଳୟ ନିକଟରେ ଏଥିଲାଗି ଉତ୍ତରଦାୟୀ କରିବାକୁ ସର୍ବ ସାଧାରଣରୁ ଆଗତ ଏକ ଲିଖିତ ଅଭିଯୋଗ କ୍ର ମେ ନିଆଳି,ଓଲଟପୁର ଓ ଗୋବିନ୍ଦପୁରଥାନା,କ ଟକ ଗ୍ରାମାଞ୍ଚଳ ଜିଲ୍ଲାପୁଲିସ ଏସପି ଙ୍କୁ ପକ୍ଷଭୁକ୍ତ କରାଯାଇ ଡ଼ାକବାଜି ଓ ଆତସବାଜି ନିୟନ୍ତ୍ରଣ ଆଇନ ଆଧାରରେ ଏକ ମାମଲା ରୁଜୁ କରିବାକୁ ଆଇନଜୀବୀଙ୍କ ଜରିଆରେ ଏକ ପିଟିସନ ଆଗତ ହୋଇଛି।ଧାର୍ଯ୍ୟ ନିୟମ ୬୫ଡେସିବଲରୁ ଅଧିକ ଶବ୍ଦପ୍ରଦୂଷଣ କରୁଥିବା ଡ଼ାକବାଜି ଯନ୍ତ୍ର,ଏହାକୁ ପ ରିବହନ କରୁଥିବା ଯାନଗୁଡ଼ିକୁ ଜବତ କରାଯିବା ସମେତ ଯେଉଁ ଥାନା ଅଧିକାରୀ ଏହାକୁ ପରିଚା ଳନାରେ ଖିଲାପ କରିବେ ସେମା ନଙ୍କ ବିରୁଦ୍ଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହୋଇଛି।ଡେ ସିବଲ ମାପିବାକୁ ଯନ୍ତ୍ର ସରକାର ଥାନା ଗୁଡ଼ିକୁ ଯୋଗାଇଦେଇ ନାହାନ୍ତି ଆଦି ଟାଳଟୁଳନୀତି ଧରି ଖସିଯାଉଥିବା ପୁଲିସ ଏଣିକି ସାଧାରଣରୁ କୌଣ ସି ଗୋଟିଏ ବି ଅଭିଯୋଗ ହେଲେ,କିମ୍ବା ଫୋନ୍ କଲ୍ ପାଇ ମଧ୍ୟ ଅଣଦେଖା କଲେ,ତାହା ଅଦାଲତ ଅବମାନନା ବୋଲି ବିଚାର କରାଯିବାକୁ ପ୍ରାର୍ଥନା ରହିଛି।ଯାହାକି ଆଗାମୀ ଦିନରେ ପୁଲିସବାବୁ ମା ନଙ୍କ ନିମନ୍ତେ ମହଙ୍ଗା ସାବ୍ୟସ୍ତ ହୋଇପାରେ!