ଦୁର୍ନିତି

ଡେଲାଂଗ:ଦୁର୍ଦ୍ଦାନ୍ତ ଦମନ କରିବାକୁ ଗାଁ ଲୋକେ ମେଳିହେଲେ,ଆଇନଗତ ସହଯୋଗ ଦେବ ପୁଲିସ

Spread the love

ଡେଲାଂଗ: ଡେଲାଂଗ ମାଛପଡାରେ,କେବଳ ଗାଁ ନୁହେଁ,ସାରାପଂଚାୟତକୁ ଅପରାଧୀକ କାର୍ଯ୍ୟକ୍ରମ ବଳରେ ଭୟଭୀତ କରି ରଖିଥିବା ଗୋଟିଏ ପରିବାର ବିରୁଦ୍ଧରେ ଗାଁ ଲୋକେ ଏକାଠି ମେଳି ବାନ୍ଧିଛନ୍ତି।ଅପରାଧୀକ କାର୍ଯ୍ୟକୁ ଏଥର ଦମନ କରାଯିବ,ହେଲେ ଆଇନଗତ ବାଟରେ।ଏଥିପାଇଁ ସହଯୋଗ ଦେବ ପୁଲିସ।ଏ ସଂପର୍କରେ ଆଜି ଥାନାରେ ଡେଲାଂଗ ତହସିଲଦାର ରାଜେନ୍ଦ୍ର ଆଚାର୍ଯ୍ୟକଂ ଉପସ୍ଥିତିରେ ଆଲୋଚନା ହୋଇଛିସୂଚନାନୁଯାୟୀ ଗାଁ ର ଏକ ଦୁର୍ଦ୍ଦାନ୍ତପରିବାର ଉତ୍ପାତ କରି ଗ୍ରାମବାସୀକୁଂ ଦୀର୍ଘଦିନ ହେଲା ଭୟଭୀତ କରିରଖିଥିବାରୁ ସେମାନେ ନିର୍ଯ୍ୟାତନା ଭୋଗୁଛନ୍ତି।ଗତ କାର୍ତ୍ତିକ ପୂର୍ଣୀମା ବେଳେ ଘରପୋଡି ଦେବାରୁ ୨୧ଜଣ ପରିବାର ଘୋର କ୍ଷତିଗ୍ରସ୍ତ ହୋଇଛନ୍ତି । ପୁଲିସ ସଂପ୍ରୁକ୍ତ ଅଭିଯୁକ୍ରକୁ ଘଣ୍ଟ ଘୋଡାଉଥିବାରୁ ଗିରଫ କରୁନାହିଁ ବୋଲି ଅଭିଯୋଗକାରୀମାନେ ଦର୍ଶାଇଥିବା ବେଳେ ଗତ ୭ତାରିଖରେ ଡେଲାଂଗ ଥାନାରେ ରାତିସାରା ଆନ୍ଦୋଳନରେ ବସିଥିଲେ। ୧୧ ତାରିଖରେ ସମାଧାନ ନିମନ୍ତେ ତହସିଲଦାର ରାଜେନ୍ଦ୍ରଆଚାର୍ଯ୍ୟ ପ୍ରତିଶ୍ରୁତି ଦେଇଥିଲେ। ତଦନୁଯାୟୀ ଦିନ ପ୍ରାୟ ୧.୩୦ ସୁଦ୍ଧା ଡେଲାଂଗ ଥାନାରେ ଉପସ୍ଥିତ ଥିଲେ । ଗ୍ରାମବାସୀକଂ ସୁରକ୍ଷା ନିମନ୍ତେ ଗ୍ରାମରେ ପୁଲିସ ପାଟ୍ରୋଲିଂ କରାଯିବ।ଫେରାର ଅପରାଧୀ ମାନକୁଂ ଧରିବାକୁ ପୁଲିସ ଚେଷ୍ଟା ଏଯାଏ ସଫଳ ହୋଇପାରି ନ ଥିବାକୁ ଥାନାପକ୍ଷରୁ ସ୍ୱୀକାର କରାଯିବା ସହିତ ସଠିକ ତଥ୍ୟ ଯୋଗାଡ କରି ଦେବାକୁ ଲୋକ ମାନକଂ ସହାୟତା ପୁଲିସ ଚାହିଁଥିଲା। ମିଛମାମଲା ପ୍ରତ୍ୟାହାର ପ୍ରସଂଗରେ ୧୧ଜଣକଂଉପରୁ ମାମଲା ପ୍ରତ୍ୟାହାର ହେବ। ଅନ୍ୟ ଦୁଇଜଣକୁଂ ଥାନାରୁ ଜାମିନ ଦିଆଯିବାକୁ ଆଲୋଚନାରେ ନିଷ୍ପତ୍ତି ହୋଇଛି । ଶାନ୍ତି ଶ୍ରୁଖଂଳାର ସହିତ ଆଲୋଚନା ନିମନ୍ତେ ଗ୍ରାମବାସୀକଂ ପକ୍ଷରୁ ନେତ୍ରୁତ୍ୱ ନେଇଥିଲେ ବଟକ୍ରୁଷ୍ଣ ସ୍ୱାଇଁ,ବିଶ୍ୱନାଥ ମହାପାତ୍ର, ଓ ନିର୍ବାଚିତ ଲୋକ ପ୍ରତିନିଧି (ୱାର୍ଡସଭ୍ୟ)ପ୍ରତାପ ଜେନା ଓ ଶିବକୁମାର ଜେନା ପ୍ରମୁଖ।ଗ୍ରାମର ଶତାଧିକ ମହିଳାଓପୁରୁଷ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]