breaking News ଅଂଚଳ ଖବର ଦୁର୍ନିତି

ତାତିଲେ ଜନତା!ବାଲିଘାଟ ପାଇଁ ବନ୍ଧର ସିଙ୍ଗଲ ରାସ୍ତା ଧ୍ବସ୍ତବିଧ୍ବସ୍ତ, ଦୁଇ ଅକାଳମୃତ୍ୟୁ ପରେ ବି ଚେତିଲାନି ପ୍ରଶାସନ,ପୁଲିସ ଓ ତହସିଲ ସଲାସୁୁତରା ??

Spread the love

କଟକ ଗ୍ରାମାଞ୍ଚଳ,୧୫/୦୭(ନି.ପ୍ର) ଦୁଇ ଦୁଇଟି ଅକାଳ ମୃତ୍ୟୁ ପରେ ବି ଚେତିଲାନି ପୁଲିସ କିମ୍ବା ତହସିଲ ପ୍ରଶାସନ!ଦେବୀ ନଦୀର ଦକ୍ଷିଣପାର୍ଶ୍ଵ ବନ୍ଧକୁ ଲାଗି ଚାରି ଚାରିଟି ବାଲିଘାଟକୁ ନିଲାମ ଦେଇ ଜନ ସାଧାରଣଙ୍କୁ ଅକଥନୀୟ ନିର୍ଯାତନା ଦେଇ ଚାଲିଛି ପ୍ରଶାସନ।ଲୋକଙ୍କ ନିତ୍ୟ ବ୍ୟବହା ର୍ଯ୍ୟ ଏହି ବନ୍ଧ ରାସ୍ତା ଶହ ଶହ ଓଜନଦାର ବାଲି ହାଇୱା ଦିନରାତି ଚାଲିବା ଫଳରେ ଏବେ ପାଲଟିଛି ମାଛ ପୋଖରୀ ପରି ଖାଲ,ସବୁଠୁ ବଡ଼ କଥା ଏଠାରୁ ଧୁମ୍ ବାଲି ବି ଚୋରା ଚାଲାଣ ହେଉଛି ବିନା ରସିଦ ରେ।ତେବେ ପ୍ରଶ୍ନ ଉଠୁଛି କାହାର ହେଉଛି ଏଥିରେ ଲାଭ?କଥା ଉଠିଛି,ତହସିଲ ପ୍ରଶାସନ ଓ ଥାନା ସହିତ ସଲା ସୁତରାରେ ଦୈନିକ ଶହଶହ ବାଲି ଟ୍ରିପ ଲୁଟି ନେଉଛନ୍ତି ମାଫିଆ।ବାଲି ମାଫିଆଙ୍କ ସହିତ ଅଛନ୍ତି ଜଣେ ଜିଲ୍ଲା କାର୍ଯ୍ୟାଳୟର ବଡ଼ ଅଧିକାରୀ! ତାଙ୍କ ପରିଚୟ ଦେଇ ଲୁଟ୍ ଚାଲିଛି କୋଟି ଟଙ୍କାର ରାଜସ୍ବ।ସହି ପାରିଲେନି ଆଉ ସାଧାରଣ ଜନତା।ଗୋବିନ୍ଦପୁର ପଞ୍ଚାୟତ ମଜୁରାଇ ଗ୍ରାମର ଜଣେ ଯୁବ ନେତା ଲଲାଟେନ୍ଦୁ ପାତ୍ରଙ୍କ ନେତୃତ୍ବରେ ଆଜି ପୂର୍ବାହ୍ନରୁ ପ୍ରବଳ ବର୍ଷାରେ ଛତା ଧରି ରାସ୍ତାରେ ବସିଛନ୍ତି ସେମାନେ,ଅଟକି ରହିଛି ସଂଖ୍ୟାଧିକ ହାଇୱା,ତନ୍ମଧ୍ୟରୁ ଅନେକଙ୍କ ପରିବହନ କାଗଜ ପତ୍ର ଖିଲାପ ଥିବା ପୂର୍ବରୁ ଧରା ପଡିଛି,ଜିଲ୍ଲା ପରିବହନ ଅଧିକାରୀ ଏଗୁଡ଼ିକୁ ତୁରନ୍ତ ଯାଞ୍ଚ କରିବା କୁ ଦାବି ଉଠିଛି।ଆଶା ପ୍ରଶାସନ ପୂର୍ବ ଲିଖିତ ଆପତ୍ତିକୁ ଅଣଦେଖା କରିଥିଲେ ହେଁ ତୁରନ୍ତ ପଦ କ୍ଷେପ ନ ନେଲେ ପରିସ୍ଥିତି ଆଗକୁ ଅଣାୟତ ହେବା ଅସମ୍ଭବ ନୁହେଁ।ବାଲିଘାଟ ରେ ଭାରି ଯନ୍ତ୍ରପାତି ବ୍ୟବହାର ନ ହେବାକୁ ଓ ସି ସି ଟିଭି ଲଗାଇବାକୁ ପୂର୍ବରୁ ରାଜସ୍ବ ସଚିବ ନିକୁଞ୍ଜ କିଶୋର ଧଳ ଏକ ନିର୍ଦ୍ଦେଶ ନାମା ଜାରି କରିଥିଲେ,ଯାହାକୁ ବର୍ତ୍ତମାନର କଣ୍ଟାପଡ଼ା ତହସିଲଦାର କୌଣସି ରହସ୍ୟ ଜନକ କାରଣରୁ ଉଲଂଘନ କରିଥିବା ଅଭିଯୋଗ ହେଉଛି।ଘଟଣା ସମ୍ପର୍କରେ ତାଜା ସ୍ଥିତି ଓ ମତାମତ ଜାଣିବା କୁ ଆମ ପ୍ରତିନିଧି ଭଗବାନ ଭୋଇ ତହସିଲଦାର ମିତାଞ୍ଜଳି ଦାଶଙ୍କ ମୋବାଇଲକୁ ଯୋଗାଯୋଗ ଚେଷ୍ଟା କରିଥିଲେ ।ମାତ୍ର ସେ ଫୋନ ଉଠାଇ ନ ଥିଲେ,ଫଳରେ ତାଙ୍କ ବକ୍ତବ୍ୟ ସଂଗ୍ରହ ସମ୍ଭବ ହୋଇ ନାହିଁ।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]