
ଥାନାଧିକାରୀଙ୍କ ବିରୁଦ୍ଧରେ ଜାତିଗତ ଆକ୍ଷେପର ଅଭିଯୋଗ:ଗ୍ରାମାଞ୍ଚଳ ଏସ.ପି ଙ୍କ ତଦନ୍ତ ନିର୍ଦ୍ଦେଶ!



କଣ୍ଟାପଡ଼ା,୧୯/୪(ନି.ପ୍ର) କଟକ ଗ୍ରାମାଞ୍ଚଳ ଜିଲ୍ଲା,ଗୋବିନ୍ଦପୁର ଥାନା ଅଧିକାରୀ ମାନସ କୁମାର ମିଶ୍ର ଜଣେ ଦଳିତ ନେତାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ,ଜାତି ଉଦ୍ଦେଶ୍ୟରେ ଆକ୍ଷେପ,ଓ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବାର ଲିଖିତ ଅଭିଯୋଗ ଗ୍ରାମାଞ୍ଚଳ ଜିଲ୍ଲା ଏସପି ଙ୍କ ନିକଟରେ ହୋଇଛି।ଅଭିଯୋଗକାରୀଙ୍କୁ ଶୁଣିବା ପରେ ଘଟଣାର ତଦନ୍ତ ଭାର ଅତିରିକ୍ତ ଏସ.ପି ଙ୍କୁ ଦିଆଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗୋବିନ୍ଦପୁର ଥାନା ମାଙ୍ଖ ଗ୍ରାମର ପ୍ରଶାନ୍ତ କୁମାର ବେହେରା ପିତା: ସ୍ୱର୍ଗତଃ ଦୀନବନ୍ଧୁ ବେହେରା କୈବର୍ତ୍ତ ସଂରକ୍ଷିତ ଜାତି ବର୍ଗର ଅଟନ୍ତି।ସେ କଟକ ସଦର ବିଜେପିର ତଫସିଲ ଭୁକ୍ତ ଜାତି ମୋର୍ଚ୍ଚା ସମ୍ପାଦକ ଭାବେ କାର୍ଯ୍ୟ କରି ଆସୁଛନ୍ତି।ଜନ ସେବାରେ ନିୟୋଜିତ ଥିବାରୁ ସେ ଗତ ୧୪.୪.୨୦୨୧ ପୂର୍ବାହ୍ନ ପ୍ରାୟ ୯ଟା ବେଳେ କଟକ ଜିଲ୍ଲା ଓ ଦୌରାଜଜଙ୍କ ଅଦାଲତରେ ବିଚାରାଧୀନ ଓ କୋର୍ଟଙ୍କ ନିର୍ଦ୍ଦେଶ ଥିବା ଏକ ମାମଲାର କେସ ଡାଏରୀ ପଠାଇବା ସଂପର୍କରେ ମାମଲାର ତଦନ୍ତ ଅଧିକାରୀ ଥିବା ସବ ଇନ୍ସପେକ୍ଟର ସୁଶାନ୍ତ ଷଡ଼ଙ୍ଗୀଙ୍କ ନିକଟକୁ ସଂପୃକ୍ତ ବ୍ୟକ୍ତିଙ୍କୁ ନେଇ ପହଞ୍ଚି ଥିଲେ। ତାଙ୍କୁ ଦେଖିବା କ୍ଷଣି ଥାନାଧିକାରୀ ଶ୍ରୀ ମିଶ୍ର ହଠାତ୍ ବିନା କାରଣରେ ଉତ୍ତକ୍ଷୀପ୍ତ ହୋଇ ପଡ଼ିଥିଲେ।ବିନା କାରଣରେ ଅତ୍ୟନ୍ତ ଅଶାଳୀନ ଭାଷାରେ ଗାଳି ଗୁଲଜ,କରିବା ସହ ବଡପାଟିରେ ଗର୍ଜନ ତର୍ଜନ କରିଥିଲେ।କେସ ଡାଏରୀ ଦିଆଯିବ ନାହିଁ,ତୋତେ ଗୁଡ଼ାଏ ମିଛ କେସରେ ଫସେଇଦେବି।ଶଳା ଟାଉଟର ବୋଲି ଥାନା କର୍ମଚାରୀ ଓ ପ୍ରଶାନ୍ତଙ୍କ ସାଙ୍ଗରେ ଯାଇଥିବା ଭଦ୍ର ବ୍ୟକ୍ତିଙ୍କ ସମ୍ମୁଖରେ ଏପରି ଘଟଣା ଘଟିଥିବା ଯୋଗୁ ତାଙ୍କର ସାମାଜିକ ସମ୍ମାନ ହାନି ଘଟିଛି ବୋଲି ଅଭିଯୋଗ ରେ ଉଲ୍ଲେଖ ରହିଛି।ଯଦି ତାଙ୍କୁ ଉପଯୁକ୍ତ ନ୍ୟାୟ ନ ମିଳେ ତେବେ ସେ ମାନବ ଅଧିକାର କମିଶନ,ତଫସିଲ୍ ଜାତି ଉପଜାତି କମିଶନ,ପୁଲିସ ମହା ନିର୍ଦ୍ଦେଶକ,ଦଳିତ ମହାସଂଘ,ଦଳୀୟ ମଞ୍ଚ,ଓ ଅଦାଲତଙ୍କ ଆଶ୍ରୟ ନେବେ ବୋଲି ଉଲ୍ଲେଖ କରିଛନ୍ତି। ଲିଖିତ ଅଭିଯୋଗ ପାଇବା ପରେ ଗ୍ରାମାଞ୍ଚଳ ଏସ.ପି ଶ୍ରୀ ଯୁଗଳ କିଶୋର ବନୋଟ ଅଭିଯୋଗକାରିଙ୍କୁ ଶୁଣିଛନ୍ତି ଓ ଅତିରିକ୍ତ ଏସ.ପିଙ୍କୁ ତଦନ୍ତ ଭାର ଦେଇଛନ୍ତି।ସବୁଠାରୁ ବଡ ଗୁରୁତ୍ୱପୂର୍ଣ୍ଣ କଥା ଯେ, Lalita kumari vrs Govt of U.P and others on 12Nov.2013 ମାମଲା ପରେ ଦେଶର ଶୀର୍ଷ ଅଦାଲତଙ୍କ ସାମ୍ବିଧାନିକ ବେଞ୍ଚ ଦେଇଥିବା ରାୟ ପରିପ୍ରେକ୍ଷୀ ରେ,Cr.P.C ଧାରା 154 ଆଧାରରେ ସମସ୍ତ ଧର୍ତ୍ତବ୍ୟ ଅପରାଧର ଅଭିଯୋଗ ଥାନା ଅଧିକାରୀ ରୁଜୁ କରିବାକୁ ବାଧ୍ୟ ଅଟନ୍ତି।ଏଣୁ ଗୋବିନ୍ଦପୁର ଥାନା ଇତିହାସରେ ଜଣେ ଥାନାଧିକାରୀ ନିଜ ବିରୁଦ୍ଧରେ ଆସିଥିବା ଉକ୍ତ ଅଭିଯୋଗର ମାମଲା ରୁଜୁ କରିବାକୁ ଏବେ ବାଧ୍ୟ ହେବ ସହିତ ନିଜେ ଏହାକୁ ତଦନ୍ତ କରିପାରିବେ ନାହିଁ।ଅନ୍ୟଥା ଅଭିଯୋଗକାରୀ ଯଦି ମିଥ୍ୟା ଆରୋପ ଆଣିଥାନ୍ତି ତାଙ୍କ ବିରୁଦ୍ଧରେ ଦଫା 182/211 ରେ ମଧ୍ୟ ମାମଲା ରୁଜୁ ହେବ,କେସ ବିନା ପଞ୍ଜିକରଣରେ ତଦନ୍ତ ହେବାର ବିଧି ନ ଥିବାରୁ ଘଟଣାଟି ଉପରେ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ତୀକ୍ଷ୍ଣ ଦୃଷ୍ଟି ରହିଛି।ଶ୍ରୀ ମିଶ୍ର ଏଠାରେ ୧ ବର୍ଷ ୪ ମାସର କାର୍ଯ୍ୟକାଳ ମଧ୍ୟରେ ଅତ୍ୟନ୍ତ ବିବାଦୀୟ ହୋଇ ପଡିଛନ୍ତି।ନିଜ ଅଧସ୍ତନ ସହକର୍ମୀ ,ସାମ୍ବାଦିକ ବରିଷ୍ଟ ନାଗରିକ ସବୁ ମହଲରେ ସେ ବେଶ୍ ଅପ୍ରିୟ ହୋଇ ପଡିଛନ୍ତି,ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ।ନିଶା କାରବାର ସାହାଣ ମେଲା।ରାଜସ୍ବ ଲୁଟ୍,ଦଳିତ ବର୍ଗ,ମହିଳା କେହି ବି ସୁରକ୍ଷିତ ନୁହନ୍ତି।