ଦୁର୍ନିତି

ନର୍ସ ନିହାରୀକା ହତ୍ୟାକାଣ୍ଡର ନୂଆ ତଥ୍ୟ…

Spread the love

ବିରିଡି (ନି.ପ୍ର)/ଜଗତସିଂହପୁର (ଜିଲ୍ଲା ପ୍ରତିନିଧି) କଟକ (ସ୍ୱତନ୍ତ୍ର ପ୍ରତିନିଧି)୨୧।୯-ଦୀର୍ଘ ୩୯ବର୍ଷ ତଳେ ବିରିଡି ବିଲୁଆଖାଇ ନଦୀ ବାଲିରେ ସାମ୍ବାଦିକା ଛବିରାଣୀ ହତ୍ୟାକାଣ୍ଡ ରାଜ୍ୟ ତଥା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିବା ବେଳେଏବେ ନର୍ସ ନିହାରୀକା ହତ୍ୟାକାଣ୍ଡ ରହସ୍ୟ ରାଜ୍ୟରେ ବହୁଳ ଆଲୋଚିତ। ତେବେ ଯେଉଁ ନୂଆ ତଥ୍ୟ ସାମ୍ନାକୁଆସିଛି ତଦନୁଯାୟୀ, ବିଗତ ୪ବର୍ଷ ତଳୁ କିଶୋର ଅଂଚଲ ଓ ନିହାରୀକାକଂ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା ।ବିଗତ ଦୁଇବର୍ଷ ତଳୁଏହା ଦୈହିକ ସଂପର୍କରେ ପରିଣତ ହୋଇଥିଲା ଉଭୟ ବିବାହ କରିବାକୁ ନିଷ୍ପତ୍ତି ବି ନେଇଥିଲେ । ମାତ୍ର କିଶୋର କିଛି କରୁନଥିବାରୁ ନିହାରୀକାକଂ ଘରଓମାମୁଁଘର ଲୋକେ ରାଜି ନଥିଲେ । ନିହାରୀକା ନର୍ସିଂହୋମରେ କାମକରି ଯେଉଁ ପ୍ରାପ୍ୟ ପାଉଥିଲେ ସେଥିରୁ କିଶୋରକଂ ଖର୍ଚ୍ଚ ଉଠୁଥିଲା । ନିହାରୀକା କିଶୋରକୁଂ କିଛି ଧନ୍ଦା ଆପଣେଇବାକୁ ସବୁବେଳେ ଚାପ ପକାଉଥିଲେ। ସେମାନକଂ ମିଳାମିଶାର ସ୍ଥାନ ଥିଲା କିଶୋରକଂ ହିସାବରେ ମାମୁଁ ବୋଲାଉଥିବା ଜଗତସିଂହପୁର ଜିଲ୍ଲା କେନ୍ଦାଳ ଗାଁ ର ମାମୁଁଘର ପାଖ ଜନୈକ ରାଜମିସ୍ତ୍ରୀ ଯେ କି କଟକରେ ଘରଭଡା ନେଇ ରହୁଥିଲେ। କିଶୋର ଓ ନିହାରୀକା ତାଂକ ଭଡାଘରେ ସେ ନ ରହୁଥିବା ସୁଯୋଗରେ ଅବାଧ ମିଳାମିଶା କରୁଥିଲେ । ଘଟଣାଦିନ ସେହି ରାଜମିସ୍ତ୍ରୀ ମାମୁଁ ପାଖରେ ଥିବା ନିଜ ଭଉଣୀକୁ ନେଇ କେନ୍ଦାଳ ଗାଁ କୁ ଛାଡିବାକୁ ଯାଇଥିଲେ। କିଶୋର ମଧ୍ୟ ମାମୁଁକୁ ପଚାରି ବୁଝିଥିଲା ଯେ ମାମୁଁ ଆଜି ଗାଁ ରେ ରହିବେ ଫେରିବେନାହିଁ। ତେଣୁ ଘରଚାବି ମାଗିରଖିଥିଲା । ଏହି ସୁଯୋଗ ହାତଛଡା ନ କରିବା ଲକ୍ଷ୍ୟରେ ସେ ନିହାରୀକାକୁ ପ୍ରେମ ବାହାନାରେ ଏହି ଭଡାଘରକୁ ଡକାଇଥିଲା । ଗତକିଛିଦିନ ତଳୁ ନିହାରୀକାକଂ ଅନ୍ୟତ୍ର ବିବାହ ନିମନ୍ତେ ନିର୍ବନ୍ଧ ସରି ମୁଦିପିନ୍ଧା ହୋଇଥିବା ଉଭୟ ଜାଣିଥିଲେ ବୋଲି କୁହାଯାଉଛି ।ଅପରପକ୍ଷରେ କିଶୋର ବି ଅନ୍ୟଜଣେ ଝିଅକୁ ଭଲପାଉଥିଲା । ତେଣୁ ସେଦିନ ରାତିରେଉଭୟ ମିଳାମିଶାପରେ ବିବାହ କଥାକୁ ନେଇ ଯୁକ୍ତିତର୍କ ହୋଇଥିବା ଅନୁମାନ କରାଯାଇପାରେ ହତ୍ୟାପରେ କିଶୋର ନିଜର ସାଂଗ ଥିବା ହାଜିପୁ୍ରଛକର ଜନୈକ ମିଠାଦୋକାନୀକଂ ଜରିଆରେ ନନ୍ଦୀ ସାଂଗିଆ ଧାରୀ ଅନ୍ୟଜଣେ ଡ୍ରାଇଭର ସାଂଗ (ଯେ କି ଆଗରୁ ମିଠାଦୋକାନୀକଂ ଭଡାଗାଡି ଚଳାଉଥିଲା ଏବେ ନିଜେ ଏକ ସିଜ୍ ସ୍କୋର୍ପିଓ କିଣି ଚଳାଉଛି ) ତାକୁ କଟକ ଡକାଇଥିଲା । ଏଥିସହ କିଶୋର ର ହାଜିପୁର ଗ୍ରାମରୁ ଦୁଇଜଣ ଗଉଡ ସାଂଗ ବି ଯାଇଥିଲେ । ଏମାନେ ସମସ୍ତେ ମିଶି ଶବକୁ ଭଲଭାବେ ବାନ୍ଧି ପ୍ୟାକ୍ କରିଥିଲେ। ଯୋଜନାନୁଯାୟୀ ଦିନକ ଆଗରୁ ରିହରସାଲ ବି ହୋଇଥିଲା ମାତ୍ର ଘଟଣାଦିନ ନନ୍ଦୀ ଚଳାଉଥିବା ସ୍କର୍ପିଓରେଏମାନେ ଶବଲଦି ଆଣିଲେ ସେତେବେଳେ ମାମୁୁଁର ଭଡାଘରୁ ବେଡସିଟ ଟିକୁ ଶବ ବାନ୍ଧି ନେଇ ଆସିଥିଲେ ନିହାରୀକା କଂ ପଟେ କାନଫୁଲ ସେହିଘରେ ପଡିରହିଯାଇଥିଲା ଯାହାକୁ ପୁଲିସ ତଦନ୍ତରେଉଦ୍ଧାର କରି ଅନୁସଂଧାନ କରିଛି ।ଶବଧରି ଆସୁଥିବା ଗାଡିଟି ଦଳେଇଘାଇ ନିକଟରେ ନଦୀବନ୍ଧରେ ଜାଲୁଆକୁଂ ଦେଖି ସେଠାରେ ନଦୀ ବନ୍ଧକୁ ଉଠି ନ ଥିଲା ତା ଆଗକୁ ବଗୁଲା ଠାରୁ ବନ୍ଧକୁ ଯାଇଥିଲା । କେବଳ ସେତିକି ନୁହେଁ, ମାମୁଁ ଆସିଲାବେଳକୁ କିଶୋରକୁ ନପାଇ ଘରଚାବି କାଳେ ଖୋଜିବେ ତେଣୁ ଚାବିଟିକୁ ହାଜିପୁର ର ସଂପ୍ରୁକ୍ତ ମିଠାଦୋକାନି କଂ ଜିମାରେ ଦେ ଇ ଆସିବା ସହିତ କାଳେ ହେଲମେଟ ଧରପଗଡରେ ମୁହଁ ଚିହ୍ନାପଡିଯିବ ତେଣୁ ହେଲମେଟ ଟି ମିଠା ଦୋକାନିକଂ ଠାରୁ ନେବାକୁ ମାଗିଥିଲା ବେଳେ କୌଣସି କାରଣରୁ ତାହାମିଳିନଥିଲା । ପୁଲିସର ଅନୁସଂଧାନରୁ ଅଧିକ ସତ୍ୟ ସ୍ପଷ୍ଟ ହେବ ।ଏବେ ସମସ୍ତ ସହ-ଅଭିଯୁକ୍ତ ଫେରାର ରହିଛନ୍ତି ପୁଲିସ ସେମାନକୁଂ ଧରିବାକୁ ଟ୍ରାକିଂ ରେ ରଖିଛି ବୋଲି ଜଣାପଡିଛି । ତେବେ ତଦନ୍ତରେ ବିଭ୍ରାଟ ଆଶଂକାରେ ପୁଲିସ ଅଧିକ ତଥ୍ୟଦେବାକୁ ଅସମତ ହୋଇଛି ।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]