
ନର୍ସ ନିହାରୀକା ହତ୍ୟାକାଣ୍ଡ ପ୍ରମାଣ କଲା,ପୁଲିସର ନାକତଳେ ଭଡାଘରେ କଣ ସବୁ ଚାଲିଛି?
କଟକ ୨୬।୯ (ସ୍ୱତନ୍ତ୍ରପ୍ରତିନିଧି) ନିହାରୀକା ହତ୍ୟାକାଣ୍ଡ ପ୍ରମାଣ କଲା କି କମିଶନରେଟ୍ ପୁଲିସର ନାକତଳେ ଭଡାଘର ମାନକଂରେ କିଭଳି ନାରକୀୟ କାଣ୍ଡସବୁ ଚାଲିଛି।ଏକଥା ସତ୍ୟ ଯେ ସବୁକାଳେ ପୁଲିସର ସଂଖ୍ୟାବଳ ଗୋଟିଏ ବର୍ଦ୍ଧିତ ଜନଗହଳି ପୂର୍ଣ ଜନସଂଖ୍ୟା ତୁଳନାରେ ନିହାତି କମ୍, ଏଥିଲାଗି ପୁଲିସ ର ଦୋଷ ଆଦୌ ଦେଇହେବନାହିଁ କିମ୍ବା ଦେବା ଉଚିତ ନୁହେଁ ମଧ୍ୟ। ମାତ୍ର ପୁଲିସକୁ ଏଥିପାଇଁ ଦୋଷ ଦି ଆ ଯିବ ଯେଏଭଳି ଘଟଣାରେ ଅପରାଧ ନିୟନ୍ତଣ କୌଶଳକୁ ସୁ ନିୟନ୍ତ୍ରିତ କରାଯାଇ ନପାରିବା । ଉଦାହରଣ ସ୍ୱରୁପ ନିଆଯାଇ ପାରେ କି ସହରାଂଚଳ ପୁଲିସ ଆଇନପ୍ରଣୟନ କରି ସହରଗୁଡିକରେ ଚାଲିଥିବା ବେଆଇନ ଛାତ୍ରାବାସ ଗୁଡିକୁ ପୁଲିସ କିଛିପରିମାଣରେ କେବଳ ଯେ ନିୟନ୍ତ୍ରଣକୁ ଆଣିଛି ,ତାହା ନୁହେଁ ଲାଗୁ ନିୟମର ସର୍ତ୍ତାବଳୀରେ ଯେଉଁ ସବୁ ବ୍ୟବସ୍ଥା ରହିଛି ତାହା ପାଳନ ହେଉ ନ ଥିଲେ ଛାତ୍ରାବାସ ଚଳାଉଥିବା ବ୍ୟକ୍ତି ଓ ଘରମାଲିକ ବି ଫସିଯିବାଏକଦମ ସହଜ ।ଅଥଚ ସହର ରେ ଚାଲିଥିବା ଖୁବ ଲାଭଜନକ ଘରଭଡା ବ୍ୟବସାୟ ଉପରେ କମିଶନରେଟ ପୁଲିସ ର ଅଂକୁଶ ନ ଥିବାରୁ ଘରଭଡା ଦେବା ଓ ନେବା ଅନ୍ତରାଳରେ କଣ ସବୁଚାଲିଛି ? ତାହା ଭଗବାନକୁଂ ବି ଅଗୋଚର। ଫଳରେ ଘରଭଡା ଦେଇଥିବା ଓ ନେଇଥିବା ବ୍ୟକ୍ତିମାନେ ପୁଲିସ କିମ୍ବା ସରକାରକଂ ଆଇନରେ ଉତ୍ତର ଦାୟୀ ହେଉନାହାନ୍ତି। କେବଳ ଏତିକି ନୁହେଁ ଗୋଟିଏ କମିଶନରେଟ୍ ପୁଲିସ ଅଂଚଳରେ କିଏ କେ ଉଁଠୁ ଆସି ଘରଭଡା ନେଇଛି , ପରିଚୟ ପତ୍ର କି ଆଧାର କାର୍ଡ ପ୍ରମାଣ ନାହି,ଏଣୁ ଏତେବଡ ସହର ରେ ସନ୍ତ୍ରାସବାଦୀ ବି ଆସି ସହଜରେ ଭଡାନେଇ ରହିଯାଇ ତା କାର୍ଯ୍ୟକଳାପ ସୁରୁଖୁରୁରେ ଚଳାଇପାରୁଛି । ଯାହା ଦେଶର ଅନ୍ୟକମିଶନରେଟ ପୁଲିସ ଅଂଚଳରେ ଏତେଟା ସହଜ ନୁହେଁ । କଟକଣା ଲାଗିଲେ ପୁଲିସ ପ୍ରତି ଅଂଗୁଳିଉଠିପାରେ ହେଲେ ବିନା କଟକଣାରେ ଅପରାଧ ବଢୁଥିବାରୁ ଯେଉଁ ପ୍ରକାର ଅଂଗୁଳି ଉଠୁଛି ତାହା ହେବନାହିଁ , ପୁଲିସର ନିୟନ୍ତ୍ରଣ ସହଜ ହେବ , ସହର ରେ ଶ୍ରୁଂଖଳା ବଢିବ ସହରବାସୀ ଶାନ୍ତିରେ ଜୀବନ ଜିଇଁବାର ପଥ ସୁଗମ ହେବ । ନିହାରୀକା ହତ୍ୟାକାଣ୍ଡ ପୁଲିସର ଅପାରଗ ପଣିଆ ଉପରେ ବଡ ପ୍ରଶ୍ନ ଚିହ୍ନଟିଏ ଲଗାଇଦେଇଛି ଯେ ରାଜ୍ୟପୁଲିସ ମୁଖ୍ୟାଳୟ ଠାରୁ ଅନତିଦୂରରେ ଖୋଦ ସହର ଭିତରେ,ସହରବାସୀ ଶୋଇଯିବା ଆଗରୁ ଜଣେ ମହିଳାକୁ ହତ୍ୟା କରାଯାଉଛି ଅଥଚ କେହି ସାମାନ୍ୟ ସୁରାକ ବି ପାଉନାହାନ୍ତି? ଶବକୁ ଅଖାରେ ବାନ୍ଧି ଅପରାଧୀ ୨ /୩ ଟି ଥାନାଂଚଳ ଓ ପୁଲିସ ପାଟ୍ରୋଲିଂ ଏଡାଇ ବାଇକ୍ ରେ ବୋହିନେଉଛି ଅଥଚ କେହି ଜାଣିପାରୁ ନାହାନ୍ତି?ଏହାଠୁ ବଡ ଆଶ୍ଚର୍ଯ୍ୟ ବର୍ତ୍ତମାନ ସମୟରେ ଆଉକଣ ହୋଇପାରେ? ଏଣୁ ଏଥିଯୋଗୁ କେବଳ ଆସାମୀ ଶେଷରେ ନିର୍ଦ୍ଦୋଷରେ ଖଲାସ ହେବା ବିଚିତ୍ର ନୁହେଁ । ଘଟଣାର ପ୍ରତ୍ୟେକ୍ଷଦର୍ଶୀ କେହି ଜଣେ ବି ନାହିଁ ପୁଲିସ କେମିତିକଣ ନିଜର ପକ୍ଷ କୋର୍ଟରେ ରଖିବ ? କେବଳ କଣ ହତ୍ୟାକାଣ୍ଡର ଡାକ୍ତରୀ ରିପୋର୍ଟ ଏକମାତ୍ର ସମ୍ବଳ ? ହଁ ରିପୋର୍ଟ ତ କହିବ ନିଶ୍ଚୟ କି ଶବ ନିହାରୀକାର ଓ ଗଳାଚିପି ବା ଶ୍ୱାସ ରୁଦ୍ଧକରି ମରାଯାଇଛି , ହେଲେ କିଶୋର ଅଂଚଲ ଯେ ତାକୁ ମାରିଛି କିଏ ଦେଖିଛି ? ପ୍ରମାଣ କଣ? ସନ୍ଦେହ ଭିତ୍ତିରେ ତ ଜଣକୁଂ ଫାଶୀରେ ଝୁଲାଇ ହେବନି ନା ! ଘର ଭଡା ଦେଉଥିବା ଲୋକମାନେ ବିଶେଷତଃ ସହରାଚଂଳ ରେ ସି.ସି ଟି.ଭି ଲଗାଇବାକୁ କେବେ ଆଇନରେ ବାଧ୍ୟହେବେ ? ପୁଲିସ କେତେଦିନ ଯାଏ ୟା ତା କାନ୍ଥ ପ୍ରାଚୀର ଘରୋଇଲୋକକଂ ଛାତର ସି.ସି.ଟି.ଭି ଉପରେ ଭରସା କରି ମାମଲା ଲଢିବ ?ନିହାରୀକା ହତ୍ୟାକାଣ୍ଡରେ ଘର ଭଡା ଦେଇଥିବା ବ୍ୟକ୍ତି ଓ ନେଇଥିବା ବ୍ୟକ୍ତି କାହିଁକି ସହ ଅଭିଯୁକ୍ତ ନ ହେବେ ? ସରଳ ବିଶ୍ୱାସରେ ଭଲପାଇବା କଣ ଭୁଲ୍? ଗାଉଁଲୀ ଝିଅଟିର ଜୀବନଦୀପ ଅକାଳରେ ଲିଭିବା ପାଇଁ ସେ କଣଏକମାତ୍ର ଦାୟୀ ? ଆମେ କେହି ନୁହେଁ ? କେତେଦିନ ଆମେ ନିଜକୁଏମିତି ଠକି ଚାଲିଥିବା ? ଅଭିଯୁକ୍ତ ହୁଏତ ହତ୍ୟାକାଣ୍ଡ ଏକା ଭିଆଇ ଥାଇପାରେ, ମାତ୍ର ଶବ ସ୍ଥାନାନ୍ତର କରିବା ଶବ ବାନ୍ଧି ଅଖାରେ ପୁରାଇ, ଏତେବାଟ ବାଇକପଛରେ ନିଜେ ବାଇକ ଚଳାଇ ନେବାର ସ୍ୱାଭାବିକ ମାନସିକ ସ୍ଥିତି କଦାପି ସମ୍ଭବ ନୁହେଁ, ଯାହା ଝିଅର ମା ବି ସନ୍ଦେହ କରିଛନ୍ତି । ଅନ୍ୟକଥା ଟି ହେଉଛି ଯେ ଅଭିଯୁକ୍ତ କିଶୋର ଅନ୍ୟ ଜଣକୁଂ ଭଲପାଉଥିଲା ବୋଲି ଗୁଂଜରଣ ହେଉଛି, ତେବେ ଏହାଉପରେ ପୁଲିସ ର ତଦନ୍ତ କଣ କହୁଛି ? ଯେଉଁଥିପାଇଁ ଏହି ହତ୍ୟାକାଣ୍ଡ ଘଟିଥିବାର ଆଶଂକା କରାଯାଇପାରେ । ତେବେ ପୁଲିସର ତଦନ୍ତ ଠିକଣା ବାଟରେ ଯାଉ ନ ଥିବା ସାଧାରଣରେ ମତପ୍ରକାଶ ପାଉଛି ।ଅଭିଯୁକ୍ତ ଅନ୍ୟସହ ଅଭିଯୁକ୍ତ ମାନକଂ ନାଁ କାହିଁକି ଖୋଲୁନି ?ରାତିରେ ଶବ ନେବାରେ ଅନ୍ୟ କେଉଁମାନେ ସହାୟତା କରିଥିଲେ ? ହାଜିପୁରର ନ ନ୍ଦୀ ଘର ସ୍କର୍ପିଓ କିଭଳି ବ୍ୟବହାର ହୋଇଥିଲା ?ଏଣୁ ପୁଲିସ ତଦନ୍ତ ଅଧାପନ୍ତରିଆ ବୋଲି ସାଧାରଣଲୋକେ ଅଭିଯୋଗ କରୁଛନ୍ତି ।
