
ନିଆଳି:ଆନ୍ତଃଜିଲ୍ଲା ଜୁଆଆଡ୍ଡା ଉପରେ ପୁଲିସଚଢ଼ାଉ,୧୧ ଗିରଫ ଜେଲ ଗଲେ,୧୪ ବାଇକ୍ ଜବତ;ପୁଲିସ ଛାନିଆରେ ଦୌଡ଼ି ପଳାଇଥିବା ଜଣେ ମୃତ
କଟକ,୧୨/୪(ବ୍ୟୁରୋ) କଟକ ଗ୍ରାମାଞ୍ଚଳ ପୁଲିସ ଜିଲ୍ଲା ଅନ୍ତର୍ଗତ ନିଆଳି ଥାନା ପକ୍ଷରୁ ଚଢାଉ କରାଯାଇ ଦୀର୍ଘଦିନ ରୁ ନିଆଳି କୁନ୍ଦପାଟଣା ଶ୍ମଶାନ ପାଖ ବିରାଟ ଜଙ୍ଗଲରେ ଚାଲି ଆସୁଥିବା ଏକ ଆନ୍ତଃ ଜିଲ୍ଲା ଜୁଆଆଡ୍ଡାର ୧୧ ଜଣଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇଛି,୧୪ ଟି ବାଇକ୍ ଜବତ ହୋଇଛି।ପୁଲିସ ଭୟରେ ଦୌଡ଼ି ପଳାଉଥିବା କାକଟପୁର ଥାନା,ବାଙ୍ଗୁରି ଗାଁ ର ମାଧବାନନ୍ଦ ପାତ୍ର(୫୫)ଙ୍କର ହୃଦ୍ ଘାତ ତଥା ଦୁର୍ଘଟଣାରେ ମୃତ୍ୟୁ ଘଟିଛି।ଗିରଫ ୧୧ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଅଭାବରୁ ସେମାନଙ୍କୁ ଆଜି ଜେଲ ଯିବାକୁ ପଡ଼ିଛି।ମୁଖ୍ୟ ଆସାମୀ କୁହାଯାଉଥିବା ପ୍ରଦୀପ ଭୋଇ ଘଟଣା ସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି।ଗିରଫ ମାନଙ୍କ ମଧ୍ୟରେ ୧)ମାନସ ରଞ୍ଜନ ପାଢ଼ୀ ଓରଫ ବୁଲୁ(୩୦) ପିତା:ବ୍ରଜବନ୍ଧୁ ପାଢ଼ୀ ଗ୍ରାମ ନରସିଂହହାଟ,ଥାନା ଗୋପ,ଜିଲ୍ଲା ପୁରୀ ୨) ରଞ୍ଜନ କାଣ୍ଡି (୨୮) ପିତା ଶିବ କାଣ୍ଡି ଗ୍ରାମ ଅଥଙ୍ଗା,ବରଣି ସାହି,ଥାନା କାକଟପୁର ଜିଲ୍ଲା ପୁରୀ ୩)ମୁନା ଭୋଇ (୨୮) ପିତା ପ୍ରାଣବନ୍ଧୁ ଭୋଇ ଗ୍ରାମ ଦେବୀପାଟଣା,ଥାନା ନିଆଳି ଜିଲ୍ଲା କଟକ(୪)ତ୍ରିନାଥ ବାରିକ (୩୯) ପିତା( ମୃତ) ବାବାଜୀ ବାରିକ ଗ୍ରାମ କୁନ୍ଦପାଟଣା ଥାନା ନିଆଳି ଜି କଟକ(୫)ସନ୍ତୋଷ ମଲ୍ଲିକ(୩୨)ପିତା ଦ୍ଵିଜବର ମଲ୍ଲିକ ଗ୍ରାମ ଜାମୁଦଣ୍ଡା,ଥାନା ନିମାପଡ଼ା ଜି ପୁରୀ (୬) ସେକ୍ ଜଲା ଲୁଦ୍ଦିନ(୩୮) ପିତା(ମୃତ)ଶେଖ୍ ଆଲାଉଦ୍ଦିନ,ଗ୍ରାମ ବିଶ୍ୱାଳି ପଡ଼ା,ଥାନା ଗୋପ ଜିଲ୍ଲା ପୁରୀ (୭)ଆନନ୍ଦ କାଣ୍ଡୀ (୩୦) ପିତା ପ୍ରମୋଦ କାଣ୍ଡି ଗ୍ରାମ ବଡ଼କରମଳା ଥାନା ଗୋପ ଜିଲ୍ଲା ପୁରୀ(୮)ସେକ ସନା(୫୪)ପିତା ଶେଖ୍ ଧଡ଼ିଆ ଗ୍ରାମ ବିଶିଲି ପଡ଼ା,ଥାନା ଗୋପ ଜିଲ୍ଲା ପୁରୀ(୯)ବିରେନ୍ଦ୍ର ସ୍ୱାଇଁ (୫୪) ପିତା ବାସୁଦେବ ସ୍ୱାଇଁ ଗ୍ରାମ ପୋଟଳ ଶାସନ ଥାନା ଗୋପ ଜିଲ୍ଲା ପୁରୀ(୧୦)ନିରଞ୍ଜନ ତାରେଣିଆ (୨୭)ପିତା କୈଳାସ ତାରେଣିଆ ଗ୍ରାମ ପିଣ୍ଡଲ ଥାନା ଗୋପ ଜିଲ୍ଲା ପୁରୀ (୧୧) ମୋହନ ଗୋଚ୍ଛାୟତ(୩୮)ପିତା ଚୈତନ ଗୋଚ୍ଛାୟତ ଗ୍ରାମ ତୁଳସୀପୁର ଥାନା ନିମାପଡ଼ା ଜିଲ୍ଲା ପୁରୀ ରହିଛନ୍ତି।