ନିଆଳିବ୍ଲକଭିତରେ ମାଡମାରିବା ଘଟଣା:ଗିରଫ ଅଭିଯୁକ୍ତକୁଂ ମୁକୁଳାଇବାକୁ ପିଡୀତକଂ ଘରକୁ ବୋମାମାଡ!
ନିଆଳି ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ଜଣେ ହିତାଧିକାରୀ ନାରଣ ସାହୁକୁଂ ବିନା ନିର୍ଦ୍ଦିଷ୍ଟକାରଣରେ ମାଡମାରି ଗୁରୁତର କରିଥିବା ଓ ଘଟଣାର ଫଟୋଉଠାଉଥିବା ପ୍ରଗତିବାଦୀ ଖବରକାଗଜର ନିଆଳି ପ୍ରତିନିଧି ମଧୁମିତା ସାହୁକୁଂ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ଜୟକ୍ରୁଷ୍ଣ ଓରଫ ଜଇନ ମହାନ୍ତିକୁଂ ଘଟଣାର ମାତ୍ର ୫ଘଣ୍ଟା ମଧ୍ୟରେ ନିଆଳି ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି।ତେବେ ଅନ୍ୟକିଛି ଅଭିଯୁକ୍ତ ପୁଲିସକୁ ଧରା ନ ଦେଇ ଲୁଚକାଳି ଖେଳୁଛନ୍ତି ।ଏତାଲାକାରୀ ନାରଣ ସାହୁକୁଂ ଭୟଭୀତ କରିବାକୁ ଗତକାଲି ରାତିରେ ନାରଣକଂ ଘର ଉପରକୁ ବୋମାମାଡ କରାଯାଇଛି। ବୋମାମାଡ ନେଇ ନିଆଳି ଥାନାରେ ନାରଣକଂ ପକ୍ଷରୁ ଆଜି ଅପରାହ୍ନରେ ଆଉଏକ ଲିଖିତଏତାଲାକୁ ପୁଲିସ ଆଜି ପଂଜିକ୍ରୁତ କରି ତଦନ୍ତ କରୁଛି।
