ଜିଲ୍ଲାଖବର ଦୁର୍ନିତି

ନିଆଳି:ଭିଜିଲାନ୍ସ ହାତରେ ଲାଂଚ ନେବାବେଳେ ଗିରଫ ହେଲେ ଜଳପରିମଳ କନିଷ୍ଠଯନ୍ତ୍ରୀ ବିଦ୍ୟୁତଲତା ରାଉତ,ପାଇଖାନା ବିଲ୍ କରିବାକୁ ଝାଡଖଣ୍ଡ ଠିକାଦାରକଂ ଠୁ ୩୦ହଜାର୧୦୦ଟଂକା ନେଉଥିଲେ!ଲାଂଚଟଂକା ଜବତ,ଜେଲ ଗଲେ(file photo)

Spread the love
ଭିଜିଲାନ୍ସ ଅଧିକାରୀମାନେ ବିଦ୍ୟୁତ ଲତା ରାଉତ (ଜଳଯୋଗାଣ କନିଷ୍ଠଯନ୍ତ୍ରୀ) ନିଆଳି ବ୍ଲକକୁଂ ଆଜି ବ୍ଲକ କାର୍ଯ୍ୟାଳୟ ମଧ୍ୟରୁ ଗିରଫ କରିନେଉଥିବା ବେଳର ଦ୍ରୁଶ୍ୟ

ଲାଂଚନେବା ଅବସ୍ଥାରେ ରାଜ୍ୟ ଦୁର୍ନିତି ନିବାରଣ ବିଭାଗ ହାତରେ ଧରାପଡି ଆଜି ଆଉ ଜଣେ ମହିଳା ସରକାରୀ କର୍ମଚାରୀ ଜେଲ ଯିବାଭଳି କଳଂକିତ ଅଧ୍ୟାୟ ସ୍ରୁଷ୍ଟି କରିଛନ୍ତି ଘଟଣାର ସବିଶେଷ ତଥ୍ୟ ଅନୁଯାୟୀ,ନିଆଳି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଂଚାୟତରେ ଇଣ୍ଡିଭିଜୁଆଲ ହାଉସ ହୋଲ୍ଡ ଲାଟ୍ରିନ (IHHL)ରେ ହିତାଧିକାରୀ ମାନକଂ ପାଇଖାନା ନିର୍ମାଣ ବିଳମ୍ବ ହେଉଥିବାରୁ ଝାଡଖଣ୍ଡର ଜମିଲ୍ ସେଠ୍ କୁଂ ଦାୟୀତ୍ୱ ଦିଆଯାଇଥିଲା।ଯୋଜନାରେ ପ୍ରତି ପାଇଖାନା ନିମନ୍ତେ ୧୨ହଜାର ଟଂକା ସରକାର ଦେବାର ବ୍ୟବସ୍ଥା ରହିଛି।ମାତ୍ର କେତେକ ପୁରୁଣା ପାଇଖାନାକୁ ଦେଖାଇ କିମ୍ବା ନିମ୍ନମାନର ନିର୍ମାଣ ହେଉଥିବା ସ୍ଥଳେ ଦାୟୀତ୍ୱରେ ଥିବା ବ୍ଲକର ଜଳପରିମଳ ବିଭାଗ ଯନ୍ତ୍ରୀ ମାନେ ମାପନେବା ଆଳରେ ଯୋଜନା ଅର୍ଥରୁ ମିଛକୁ ସତ ସତକୁ ମିଛ କରି ଲୋକକୁଂ ଲୁଟିଚାଲିଥିଲେ ,ନଚେତ ମାପ ନ ନେଇ ହଇରାଣ ହରକତ କରୁଥିଲେ । ଜମିଲ ସେଠ୍ ନିଆଳି ବ୍ଲକରେ ମୋଟ୍ ୧୯୧ ଟି ପାଇଖାନା କରିଥିବା କୁହାଯାଉଥିବା ବେଳେ ତାଂକ ଠାରୁ ବିଦ୍ୟୁତଲତା ପାଇଖାନା ପ୍ରତି ୭୦୦ଟଂକା ହିସାବରେ ଦାବୀ କରିଥିଲେ । ଏଥିରେ ଅମଂଗ ଜମିଲ ରାଜ୍ୟ ଦୁର୍ନିତି ନିବାରଣ ବିଭାଗ କଟକ ଡିଭିଜନ ଏସ.ପି କୁଂ ଭେଟି ଲିଖିତ ଅଭିଯୋଗ ଦେଇଥିଲେ । ତଦନୁଯାୟୀ ୨୫।୧୧।୨୦୧୯ରେ ଏକ ମାମଲା ରୁଜୁହୋଇଥିଲା।ଯୋଜନାନୁଯାୟୀ ବିଦ୍ୟୁତ ଲତାକଂ ଦାବୀମୁତାବକ ପାଇଖାନା ପିଛା ୭୦୦ଟଂକା ହିସାବରେ ୩୦ହଜାର ୧୦୦ଟଂକାରେ ଭିଜିଲାନ୍ସ ଅଧିକାରୀ ମାନେ ରାସାୟନିକ ପାଉଡର ଲଗାଇଥିଲେ।ଉକ୍ତ ଟଂକାକୁ ବିଦ୍ୟୁତ ଲତାକଂ ବ୍ଲକ କାର୍ଯ୍ୟାଳୟରେ ଥିବା ତାଂକ କକ୍ଷରେ ଜମିଲ ନେଇ ଦେଇଥିଲେ।ପୂର୍ବରୁ ଭିଜିଲାନ୍ସ ଅଧିକାରୀ ଓ ମାଜିଷ୍ଟ୍ରେଟ ନିଆଳିବ୍ଲକ କାର୍ଯ୍ୟାଳୟ ମଧ୍ୟରେ ଛକି ରହିଥିଲେ।ଲାଂଚ ଟଂକାକୁ ବିଦ୍ୟୁତଲତା ଗ୍ରହଣ କରିବାପରେ କବାଟ ଆଉଜାଇ ଗଣୁଥିବା ଅବସ୍ଥାରେ ଭିଜିଲାନ୍ସ ଅଧିକାରି ମାନେ ଧରିଥିଲେ।ଟଂକାକୁ ଜବତ କରାଯିବା ସହିତ ତାଂକୁ ଗିରଫ କରାଯାଇଥିଲା।ଜାମିନ ନାକଚ ହେବାରୁ ଚୌଦ୍ୱାରଜେଲ୍ ପଠାଯାଇଛି ତାଂକ ନାମରେ ଦୁର୍ନିତି ନିବାରଣ ଆଇନ୍ ଧାରା ୧୩ (୨)ଆଧାରରେ ମାମଲା ରୁଜୁ ହୋଇଛି।ଅଧିକ ତଦନ୍ତ ଚାଲୁରହିଛି ।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]