
ନିଆଳି ନିର୍ବାଚନ ମଣ୍ଡଳୀ: ବିଜେଡି ପ୍ରତିଷ୍ଠା ଦିବସ ପାଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ନିଆଳି ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଧାୟକ ଡାଃ ପ୍ରଫେସର ପ୍ରମୋଦ ମଲ୍ଲୀକ କଂ ଅଧ୍ୟକ୍ଷତାରେ ଦଳର ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ କଣ୍ଟାପଡା ପୂର୍ତ୍ତ ବିଭାଗ ଡାକବଂଗଳା ପରିସରରେ ଅନୁଷ୍ଠିତ ହୋଇଥିଲା।ବିଧାୟକ କଂ ସମେତ ସାଂସଦକଂ ପ୍ରତିନିଧି ବିମାନ ବିହାରୀ ବେହେରା,କଣ୍ଟାପଡା ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ୍ତ ମୋହନ କାନୁନଗୋ,ବିଜେଡି ଜିଲ୍ଲା ସଂପାଦକ ବିପିନ ବେହେରା,ବ୍ଲକ ଆତ୍ମା ଅଧ୍ୟକ୍ଷ ତଥା ପୂର୍ବତନ ସରପଂଚ ନକୁଳରାଉତ ପ୍ରମୁଖ ମଂଚାସୀନ ଥିଲେ।ଦଳର ଶତାଧିକ ଛାମୁଆକର୍ମୀ, ମହିଳା ଗୋଷ୍ଠୀ ମୁଖିଆ,ନାରୀନେତ୍ରୀ ମାନେ ଯୋଗଦେଇଥିଲେ

