
ନିଆଳି ବିଧାନସଭା ଆସନ: ବିଜେପିର ଖସୁଛି ପାରା!!!ବଢୁଛି ଆଶଙ୍କା?(ଭାଗ-୨)

କଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)ବଢୁଛି ପାରଦ!ଅସ୍ତବ୍ୟସ୍ତ ଜନଜୀବନ। ଏଥି ସହିତ ଆଶ୍ଚର୍ଯ୍ୟଜନକ ଭାବେ ନିଆଳି ବିଧାନସଭା ଆସନ ଭୋଟ ରାଜନୀତି ତାତି ବି ବଢୁଛି।ଯଦିଓ ଆଗାମୀ ଦିନ କହିବ କାହାର ପଲା ଭାରି ରହିଛି ଓ ଭୋଟର ଚୁଡାନ୍ତ ଫଳାଫଳ ଘୋଷଣା ପରେ ହିଁ ସ୍ପଷ୍ଟ ହେବାକୁ ଅନେକ ସମୟ ବାକିରହିଛି।ତେବେ ସାଂଗଠନିକ ଦକ୍ଷତା ଓ ପରିଚାଳନା ନିମନ୍ତେ ବିଜ୍ଞତାରେ କମ୍ ଜୋର୍ ହେତୁ ବିଜେପିର ଛବି କ୍ରମେ ମଳିନ ପଡ଼ିପଡ଼ି ଆସୁଛି,ଯାହା କି ଭୋଟ ଦିନ ଯେତେ ପାଖେଇ ଆସୁଥିବା ବେଳେ ଓଲଟା ଗତି ଶୁଭଙ୍କର ନୁହେଁ ବୋଲି ଚର୍ଚ୍ଚା,ଆଶଙ୍କା ବଢୁଛି। ଏହାର କାରଣ ସ୍ୱରୂପ କେତେକ କହୁଛନ୍ତି କି ପ୍ରାର୍ଥୀଙ୍କ ଜନ ସମ୍ପର୍କ ପୁରା ଶୁନ,ଦିନଟି ଏ ପାଇଁ କାହାର ସୁବିଧା ଅସୁବିଧାରେ ଫୋନ୍ ଟିଏ ନା ନିଜ ଆଡ଼ୁ କେବେ କରନ୍ତି ନା କେଉଁ ନମ୍ବରରେ କେହି ଯୋଗା ଯୋଗ କରି ପାରନ୍ତି?ତା ସାଙ୍ଗକୁ ବିଭିନ୍ନ ସମୟର ଦଳ ବଦଳ ଯୋଗୁଁ ବି ସାଧାରଣ ଜନତାର ବିଶ୍ୱାସ ଭାଜନ ହୋଇ ପାରିଛନ୍ତି?ନିର୍ବାଚନ ରାତି ପାହିଲା ପର ଦିନଠାରୁ ଲୋକଙ୍କ ସହିତ “ରାତ ଗୟୀ ତୋ ବାତ୍ ଗୟି”।ଏବେ ପରି ସ୍ଥିତି ଅଧିକ ସଙ୍ଗୀନ ହୋଇପଡିଛି,ବିଜେପି ସଙ୍ଗଠନର ଜଣେ ଛାମୁଆଁ ନେତା ଅଭିମନ୍ୟୁ ମଲ୍ଲିକ,ଯେ କି କୌଣସି ରାଜନୈତିକ ଦଳ ଉପରେ ଭରସା ନହେବାରୁ “ଅଭିମନ୍ୟୁ”ସଙ୍ଗଠନ ଗଢି ଏହାର ଅଧ୍ୟକ୍ଷ ରହିଥିଲେ।ସେ ନିଜସ୍ୱ ବ୍ୟକ୍ତିଗତ ଉଦ୍ୟମରେ ଦୀର୍ଘ ୧୭ବର୍ଷ ଧରି ଦଳିତ ଲୋକଙ୍କ ନିମନ୍ତେ ନିଜସ୍ୱ ସ୍ୱଳ୍ପ ପାଣ୍ଠିରେ ରାସ୍ତା,ପାନୀୟ ଜଳ ଆନ୍ଦୋ ଳନ ଓ ସଙ୍ଗଠନ କରି ଦଳିତ ଲୋକଙ୍କ ମଧ୍ୟରେ ନିଜପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଓ ପରିଚୟ ସୃଷ୍ଟି କରିଥିଲେ।ସେ ଗତ ନିର୍ବାଚନ ବେଳେ ବିଜେପି ରେ ଯୋଗ ଦେଇଥିଲେ।ନିଆଳି ବ୍ଲକ ଅଞ୍ଚଳରେ ତାଙ୍କର ନିଜସ୍ୱ ଘର ହୋଇଥିବା ବେଳେ କଣ୍ଟାପଡ଼ା ବ୍ଲକ ଅଞ୍ଚଳରେ ତାଙ୍କର ଶ୍ଵଶୁର ଘର ହେତୁ ସେ ସାରା ଅଞ୍ଚଳରେ ସୁ-ପରିଚିତ। ଦଧିଭଦ୍ରା ନାମକ ଏକ ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ସେ ଆଗ ଧାଡ଼ିର ଜଣେ ସକ୍ରିୟ କର୍ମକର୍ତ୍ତା।ସେ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି।ଏହା ଆଗରୁ ପ୍ରଚଣ୍ଡ ରୌଦ୍ରତାପରେ ସେ ଆଜି ନିଆଳି ଠାରେ ଲୋତକପୂର୍ଣ୍ଣ ଚକ୍ଷୁରେ ଏକ ସାମ୍ବାଦିକ ସମ୍ମିଳନୀ ଡ଼ାକି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ନିଜ ଇସ୍ତଫା ପତ୍ର ପଠାଇଥିବା ଘୋଷଣା ସର୍ବ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।ତେଣୁ ଏପରି କିଛି ଘଟିଛି ଯେଉଁଥିପାଇଁ ତାଙ୍କୁ ଅଣଦେଖା କରାଯାଇଛି ଫଳରେ ବିସ୍ଫୋରଣ ଏବେ ସାମ୍ନାକୁ ଆସିଲା।ଦଳର ନିଆଳି ଆସନ ଲାଗି କ୍ରାଇସିସ ମ୍ୟାନେଜର କିଏ?ଯେ କି ଘଟଣା ଏତେ ପର୍ଯ୍ୟନ୍ତ ଗଲା ତାହା ପଚାରିବାରୁ ଜଣେ କର୍ମୀ କହିଲେ ପ୍ରାର୍ଥୀ ଜଣେ ଯଦି ନିଜେ ନିଜର ପୁସିଂ କାର୍ଡ ବାଣ୍ଟିବ ଏହି କାମ କେତେ ଅସୁନ୍ଦର?ଓ କେତେ ଦିନରେ ସରିବ?


ସବୁଠୁ ବଡ଼ କଥା ହେଉଛି କି ଏହି ନିର୍ବାଚନ ମଣ୍ଡଳୀରେ ଏକ ଅଦ୍ଭୁତ କଥା ଦେଖିବାକୁ ମିଳିଛି,ଅଧିକାଂଶ କର୍ମୀ(ପ୍ରାର୍ଥୀଙ୍କ ସମେତ)ଧରି ନେଇ ଛନ୍ତି କି କାହାକୁ ଜୟ ଶ୍ରୀରାମଟିଏ କହିଦେଇ ବଡ ସଙ୍ଗଠନ ହୋଇଯିବ ,ଅଯୋଧ୍ୟା ଇଶୁ ଓ ମୋଦୀଙ୍କ ଆଡ଼ୁ ବିରାଟ ମହାବାତ୍ୟାଟିଏ ଆସିଯିବ ସେମାନେ ଏହି ହାୱାରେ ବୋଧହୁଏ ଶୋଇବସି ଅତି ଆରାମରେ ଭୋଟ ବାକ୍ସ ଭର୍ତ୍ତିକରି ନିର୍ବାଚନ ବୈତରଣୀ ପାର ହୋଇଯିବେ।କିନ୍ତୁ ନିଆଳି ମାଟିରେ ଏହା ସମୂର୍ଣ ଅସମ୍ଭବ ଓ ପ୍ରଭାଵଶୂନ୍ୟ ସାବ୍ୟସ୍ତ ହୋଇପାରେ।ମହାମହାରଥି ବି ଏଠି ମୁହଁମାଡି ମାଟି କାମୁଡିଛନ୍ତି। ପ୍ରାର୍ଥୀ ସହ ତ୍ୟାଗ ପୂର୍ଣ୍ଣ କର୍ମୀ ନାହାନ୍ତି କିମ୍ବା କର୍ମୀଙ୍କ ସହ ବି ପ୍ରାର୍ଥୀ ନାହାନ୍ତି।ଏମିତି ସ୍ଥିତିରେ ଫାଇଦା କେଉଁ ଦଳ ପ୍ରାର୍ଥୀ ନେବେ ଓ ଗୋଳିଆ ପାଣିରୁ ବିଜେପି ପ୍ରାର୍ଥୀ କିପରି ଲାଭବାନ ହୋଇପାରିବେ ତାହା କହିବା ଏବେଠୁ ବଡ଼ ମୁସ୍କିଲ।ଅପରପକ୍ଷରେ ଷ୍ଟାଣ୍ଡିଂ ବିଜେଡି ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକ ସୁ ସହ ନ୍ତ,ସୁସଂଗଠିତ ଭାବେ ଏକ ବିରାଟ କର୍ମୀ ବାହିନୀକୁ ଶୃଙ୍ଖଳିତ ଉପାୟ ରେ ପରିଚାଳନା କରି ଆଗକୁ ବଢ଼ୁଛନ୍ତି,ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ବି କିଛି କମରେ ନାହାନ୍ତି।ମାଟି ଗନ୍ଧରେ ଭିଜିବାରେ ଅଭ୍ୟସ୍ତ ନିଆଳି ନିର୍ବା ଚନମଣ୍ଡଳୀବାସି ଆଗରୁ କେତେ ଏମିତି ଜାତୀୟ ଓ ଆଞ୍ଚଳିକ ଦଳର ଆହ୍ବାନ ଓ ମୋହକୁ ଏଡାଇଦେଇ ଥିବାର ନଜିର ଇତିହାସର ଗନ୍ତାଘ ରେ ସାଇତାହୋଇ ରହିଛି। ନିଆଳି ଲୋକେ କାହାରି ଅହମିକା ରଖି ନାହାନ୍ତି।ଏବେ ଯାହା ଅବସ୍ଥା ହେଲାଣି ୬୬ହଜାର ଭୋଟ ୫୦ହଜାର ତଳକୁ ଖସିଯିବା କିଛି ବିଚିତ୍ର ନୁହେଁ ।