breaking News ଜିଲ୍ଲାଖବର ଦୁର୍ନିତି

ନିଆଳି ବିନିଶପୁର,ଗଜାବର ଚୋରାକରତକଳ ଉପରେ ବନବିଭାଗର ଚଢାଉ,ଲକ୍ଷାଧିକଟଂକା ମୂଲ୍ୟର ଶାଗୁଆନ କାଠ ଓ ଯନ୍ତ୍ରାଂଶ ଜବତ;ମହୀଧରପଡା, ଗୋଗଳକୁ ଅନୁକମ୍ପା ଅଭିଯୋଗ!

Spread the love

ଜଂଗଲ ଓ ବନ୍ୟଜନ୍ତୁକଂ ସୁରକ୍ଷା ନିମନ୍ତେ ପ୍ରଣୀତ ହୋଇଥିଲା ସ’ ମିଲ୍ ସ’ ପିଟ୍ ନିୟନ୍ତ୍ରଣଆଇନ୍ ୧୯୯୧ଉକ୍ତ ଆଇନ ଆଧାରରେ ବେସରକାରୀଉଦ୍ୟମରେ କରତକଳ ପ୍ରତିଷ୍ଠା ଓ ପରିଚାଳନାକୁ ନିଷେଧ କରାଯାଇଛି ଏମିତି କି ବେଆଇନ କରତକଳକୁ ବିଦ୍ୟୁତ ଯୋଗାଉଥିବା ଅଧିକାରୀକଂ ପ୍ରତି କଠୋର ଦଣ୍ଡ ବ୍ୟବସ୍ଥା ବି ଏଥିରେ ରହିଛି।ପୂର୍ବରୁ ଥିବା କରତକଳ ଗୁଡିକ ବି ଏଥିରୁ ନିସ୍ତାର ପାଇପାରି ନାହାନ୍ତି । ଆତ୍ମ ନିଯୁକ୍ତି ହରାଇଥିବା କରତକଳ ମାଲିକମାନକଂ ପକ୍ଷରୁ ହାଇକୋର୍ଟ ଓ ସୁପ୍ରିମ କୋର୍ଟରେ ବହୁସଂଖ୍ୟକ ମାମଲା ରୁଜୁହୋଇଥିଲା ହେଲେ ତାହା ନିଷ୍ଫଳ ପ୍ରମାଣିତ ହେବାପରେଆତ୍ମନିଯୁକ୍ତି ହରାଇଥିବା କରତକଳ ମାଲିକମାନକୁଂ ଥଇଥାନ ନିମନ୍ତେ ସରକାର ସ୍ଥାନ ଚିହ୍ନଟକରି କ୍ଲଷ୍ଟରରେ ସେହିସବୁ କରତକଳ ସ୍ଥାପନ ଯୋଜନା କରିଥିଲେ।ସେତିକି ବ୍ୟତିତ ଆଉ ନୂତନ କରତକଳ ନିଷେଦ୍ଧ ହୋଇଛି ଏହା ସତ୍ତ୍ୱେ ସଂଖ୍ୟାଧିକ ଚୋରାକରତ କଳ ଏବେ ବର୍ଷାଦିନିଆ ଛତୁପରି ମେଲିଚାଲିଛି ନା ଅଛି କଟକଣା ନା ଅଛି କାର୍ଯ୍ୟାନୁଷ୍ଠାନ । କେବଳ ଧର୍ମକୁ ଆଖିଠାର ସଦ୍ରୁଶ କାଗଜ ପତ୍ର ରେ ଆଇନ ସିମୀତ ରହିଛି। ବିଭାଗ ନାମକୁମାତ୍ର ଲୋକଦେଖାଣିଆ ନଟ୍ ବୋଲ୍ଟ କେତେଟା ଖୋଲି ନେବା ପରେ ସ୍ୱଳ୍ପ ବ୍ୟବଧାନରେ ପୁଣି ଏସବୁକାରଖାନା ସ୍ୱାଭାବିକ ରିତୀରେ ଚାଲିଥାଏ। ଅଭିଯୋଗ ହୁଏ ଯେ ବିପୁଳ ପରିମାଣ ମାସିକିଆ ବଟି ନେଇ ବନବିଭାଗ ଅଧିକାରୀ ଚେଇଁ ଶୋଇଥାନ୍ତି ସେପଟେ ବିପୁଳ ବନସଂପଦ ଲୁଟ୍ ହୋଇଚାଲିଥାଏ।ଏମିତି ଏକ ପରିସ୍ଥିତି କ୍ରମେ ଆଜି ବନ ବିଭାଗ ପକ୍ଷରୁ ନିଆଳି ବିନିଶିପୁର, ରତନପୁର ଗଜାବର ସ୍ଥିତ ଦୁଇଟି ବେଆଇନ କରତକଳ ଉପରେ ଚଢାଉ ହୋଇଥିଲା ।ଏକ ବସରେ ସଶସ୍ତ୍ର ସୁରକ୍ଷାବଳ, ନିଆଳି ଥାନା ପୁଲିସ ନିରୀକ୍ଷକ ବିଜୟ କୁମାର ମଲ୍ଲିକ,ତହସିଲଦାର ତଥା ଏକ୍ସକ୍ୟୁଟିଭ ମାଜିଷ୍ତ୍ରେଟ୍ ରଂଜନ କୁମାର ଜେନା,ଏ.ସି ଏଫ ରଜନୀକାନ୍ତ ୪ଗୋଟି ରେଂଜ ଅଧିକାରୀ ଭରତକୁମାର ଘଡେଇ , ଆଦିତ୍ୟନାରାୟଣ ମିଶ୍ର,ବି.ବି ମହାପାତ୍ର, ଦୂର୍ଗା ଚରଣ ସାହୁ,ପ୍ରମୁଖ ଚଢାଉରେ ଅଂଶଗ୍ରହଣ କରିଥିଲେ।ତେବେ ଗଜାବର ମିଲ କୌଣସିକ୍ରମେ ଆଗୁଆ ଖବର ପାଇ ମୁଖ୍ୟ ମୁଖ୍ୟ ଯନ୍ତ୍ରାଂଶ ରାତିଆ ଖୋଲି ଦେଇଥିବାରୁ ବିଭାଗ କେବଳ ସାମାନ୍ୟ କିଛି ଯନ୍ତ୍ର ସମେତ ଲକ୍ଷାଧିକ ଟଂକାର ଶାଗୁଆନ କାଠ ଜବତ କରିଥିଲା।ସେହିପରି ନିଆଳି ବିନିଶିପୁର ମିଲ୍ ରୁ ଲକ୍ଷାଧିକ ଟଂକାର ଯନ୍ତ୍ରାଂଶ ଓ ଚିରେଇ କାଠ ବିଭାଗ ଜବତ କରିଛି ।ତେବେ ଦୀର୍ଘଦିନ ଧରି ମହୀଧରପଡାର ନାଥମିଲ ,ଗୋଗଳର ମହାରଣା ମିଲ,ବରିଷଣ,ଉତ୍ତାରଣ , ବାଘୁଆ, ଗରଗରା,ବାବୁକା ଡିହ ଆଦି ସ ମିଲ ଗୁଡିକ ଉପରେ କୌଣସି ଚଢାଉ ହେଉ ନ ଥିବାରୁ ବିଭାଗୀୟ ଅନୁକମ୍ପା ବୋଲି କେତେକ ସଂଦେହ କରିଛନ୍ତି ।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]