
‘ନିରତାର’ପ୍ରତିଷ୍ଠାର ସଠିକ ତାରିଖ କେବେ?
ଦେଶ ବିଦେଶରେ ସୁପରିଚିତ ଭିନ୍ନକ୍ଷମକଂ ଏକ ଜାତୀୟ ଅନୁଷ୍ଠାନ ନିରତାରର ପ୍ରତିଷ୍ଠାଦିବସର ତାରିଖକୁ ନେଇ କର୍ତ୍ତ୍ରୁପକ୍ଷ ଜନ ସାଧାରଣକୁଂ ଭୁଆଁ ବୁଲାଉଛନ୍ତି ବୋଲି ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ ନିରତାର ହୋମ୍ ପେଜ ରେ ନିରତାର କର୍ତ୍ତ୍ରୁପକ୍ଷ ଅନୁଷ୍ଠାନର ପ୍ରତିଷ୍ଠା ମସିହା ୧୯୭୫ ମସିହା ବୋଲି ଦର୍ଶାଇଛନ୍ତି,ଯାହାର ଅବିକଳ ନକଲ ଆମେ ଆମର ପ୍ରିୟ ପାଠକ ମାନକଂ ମାନକଂ ନିମନ୍ତେ ଏଠାରେ ଉପସ୍ଥାପିତ କରୁଛୁ।ଏଥିରେ ବର୍ତ୍ତମାନର ନିର୍ଦ୍ଦେଶକ ଏସ୍.ପି ଦାସ ବି ଅପଡେଟ୍ କରିଛନ୍ତି

ଏହି ତଥ୍ୟ କହୁଛି କି ନିକଟରେ( ୨୨।୨।୨୦୨୦) ପାଳିତ ହୋଇଥିବା ଅନୁଷ୍ଠାନର ୩୬ ତମ ପ୍ରତିଷ୍ଠାଦିବସ ସଂପୂର୍ଣ ଭୁଲ। ତାହା ୪୪ ବର୍ଷ ହେବା କଥା କି ନୁହେଁ ବିଚାର କରାଯାଉ । କେଉଁ ଭିତ୍ତିରେ ୩୬ତମ ଜନ୍ମ ବାର୍ଷିକ ପାଳନ ହେଲା ?ଏକ ଜାତୀୟ ଅନୁଷ୍ଠାନର ଗୌରବୋଜ୍ୱଳ ଐତିହ୍ୟକୁ ଦେଶ-ବିଦେଶରେ ଏପରି ବିକଳାଂକ ବିକ୍ରୁତ କରାଯିବା ଦ୍ୱାରା ଭିନ୍ନକ୍ଷମ ମାନକଂର କି ଉଦ୍ଦେଶ୍ୟ ସାଧିତ ହେଉଛି?ଜନସାଧାରଣକୁଂ ବିଭ୍ରାନ୍ତ କରାଯାଇ ପ୍ରକ୍ରୁତ ଜନ୍ମ ବର୍ଷ ଲୁଚାଯିବା କେତେଦୂର ସମିଚୀନ? ଓ କାହାର କି ପ୍ରକାର ଉଦ୍ଦେଶ୍ୟ /ସ୍ୱାର୍ଥ ପୂରଣ ହେଉଛି?
#ନିରତାର ହୋମ ପେଜ୍ ନିରତାର ହିଷ୍ଟ୍ରିକୁ ଗଲେ ଦେଖିବାକୁ ମିଳୁଛି କି ୧୯୭୫ ମସିହାରେ ସ୍ୱର୍ଗୀୟା ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀକଂଓଡିଶା ଗସ୍ତ କାଳରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗୀୟା ନନ୍ଦିନୀ ଶତପଥୀ ଜଣାଇଲେ କି ଭୂବନେଶ୍ୱର ରୁ ୩୫କି.ମି ଦୂର ଓଲଟପୁର ଠାରେ ବିଜୟରାମ ମିଶ୍ରକଂର ୧୬.୫ଏକର ବିଶିଷ୍ଟଏକ ଜାଗା ଓ କିଛି କୋଠାବାଡି ଯାହାକୁ ସେ ଓଡିଶା ସରକାରକୁଂ ଦାନ କରିଛନ୍ତି। ଦିଲ୍ଲୀର ସଫଦରଜଂଗ ଠାରେ ଚାଲୁଥିବା ଭିନ୍ନକ୍ଷମକଂ ଅନୁଷ୍ଠାନକୁ ଯଦିଏହି ଗ୍ରାମାଂଚଳକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଦେଇଥିଲେ। ଦିଲ୍ଲୀ ଫେରିବାପରେ ଶ୍ରୀମତି ଗାନ୍ଧୀ ଏହାକୁ ବିଚାରକୁ ନେଇ ଡଃ ବାଲୁଶଂକରନକୁ ଅନୁଧ୍ୟାନକରି ନିଷ୍ପତ୍ତି ନେବାକୁ ପରାମର୍ଶ ଦେଇଥିଲେ। ତଦନୁଯାୟୀ ବାଲୁଶଂକରନ ଓଡିଶାର କଟକ ଜିଲ୍ଲା,ଓଲଟପୁର ଆସି ପରିଦର୍ଶନକରି ଥିଲେ ଓ ପ୍ରଧାନମନ୍ତ୍ରୀ ଶ୍ରୀମତି ଗାନ୍ଧୀକୁଂ ଫିଜିବିଲିଟୀ ରିପୋର୍ଟ ଦାଖଲକରିଥିଲେ। ତାଂକ ରିପୋର୍ଟ ଭିତ୍ତିରେ ଅନୁଷ୍ଠାନଟି ୧୯୭୫ ମସିହା ଡିସେମ୍ବର ୩ତାରିଖ ଦିନ ଦିଲ୍ଲୀରୁ ଓଲଟପୁ୍ରର ବିଜୟରାମ ମିଶ୍ରକଂ ଏହି ଦାନଭୂଖଣ୍ଡକୁ ସ୍ଥାନାନ୍ତର ହୋଇ କାର୍ଯ୍ୟାରମ୍ଭ କଲା।ତେଣୁ ନିଜେ ବର୍ତ୍ତମାନର କାର୍ଯ୍ୟରତ ନିର୍ଦ୍ଦେଶକ ଡାକ୍ତର ଶକ୍ତିପ୍ରସାଦ ଦାସ କୁହନ୍ତୁ ଅନୁଷ୍ଠାନର ପ୍ରତିଷ୍ଠା ଓ ଜନ୍ମଦିନ ୧୯୭୫ ଡିସେମ୍ବର ୩ ତାରିଖ ନୁହେଁକି ? ତାହା ହେଲେ ଫେବ୍ରୁୟାରୀ ୨୨ ପ୍ରତିଷ୍ଠା ଦିବସ କୁ ଛଦ୍ମଦିବସ କାହିଁକି ?୫୩ବର୍ଷର ଏକ ବରିଷ୍ଠ ଅନୁଷ୍ଠାନକୁ ୩୬ବର୍ଷ ଦର୍ଶାଇବା ନିର୍ଦ୍ଦେଶକ ଶ୍ରୀ ଦାସ କିଏ? ଏପରି କ୍ଷମତା ତାଂକର ଆସିଲା କେଉଁଠୁ ? ପିତାମାତା ଶିଶୁକୁ ଜନ୍ମ ଦେବାପରେ ତାର ଜନ୍ମତାରିଖ ଓ ନାମ କରଣ କରିଥାନ୍ତି । ଜନ୍ମିତ ଶିଶୁ ନିଜେ ନିଜର ଜନ୍ମତାରିଖ ଓ ମସିହାବଦଳେଇବା କେତେଦୂର ସମିଚୀନ ପାଠକେ ବିଚାର କରିବେ। ଏହାଏକ ପ୍ରକାର ଜାଲି ଆତି ନୁହେଁ କି ?
୨ୟକଥାଟି ହେଲା ୧୯୭୬ ମସିହାରେ ” ସିପଟ” ରୁ “ନିପଟ” କୁ ଅନୁଷ୍ଠାନର ନାମ ପରିବର୍ତ୍ତନ ହେଲା। ୨୧ଫେବ୍ରୁୟାରୀ ୧୯୮୪ପର୍ଯ୍ୟନ୍ତ ଏହା “ଆଲିମକୋ” ଅଧିନରେ ଥିଲା। ୨୨ଫେବ୍ରୁୟାରୀ ୧୯୮୪ ଠାରୁ ଏହାର ନାମ ” ନିରତାର” ହେଲା। ୨୦୦୪ ମସିହାରେ ଏହାର ନାମ ଏସ୍ ଭି ନିରତାର ବା ସ୍ୱାମୀ ବିବେକାନ ନ୍ଦ ନିରତାର ହେଲା।ତେବେ ୨୨ଫେବ୍ରୁୟାରୀ ୧୯୮୪ କାହିଁକି ପ୍ରତିଷ୍ଠା ଦିବସ ପାଳନ ହେବ ? ୨୦୦୪ କାହିଁକି ନୁହେଁ? ସ୍ଥାନୀୟ ଜନସାଧାରଣ ଓ ପାଠକେ ବିଚାର କରନ୍ତୁ । ଆଉଏକ ପ୍ରସଂଗ ମଧ୍ୟ ଅଭିଯୋଗ ହେଉଛି କି ଅନୁଷ୍ଠାନକୁ ଉକ୍ତ ଜମି ୯୦ ବର୍ଷୀୟା ଲିଜ ସୂତ୍ରରେ କୁଆଡେ ଦିଆ ଯାଇଥିଲା ବୋଲି ଜମିପଟା ରେକର୍ଡରେ ବାହାରୁଛି ଯଦିଏହା ସତ୍ୟ ହୋଇଥାଏ ଏହି ୯୦ବର୍ଷ ଲିଜ କେବେ ପୂରଣ ହେଉଛି ?ତାପରେ ସ୍ୱର୍ଗତ ମିଶ୍ରକଂ ଉତ୍ତରାଧିକାରୀ ଯଦି କେହି ଅଦାଲତକୁ ଯା’ନ୍ତି କଣ ପରିସ୍ଥିତି ହେବ?ଦାନପତ୍ର ପଂଜିକ୍ରୁତ ବିଧିବଦ୍ଧ ଭାବେ ହୋଇଛିତ? କେଉଁ ଭିତ୍ତିରେ ୧୮୬୦ ମସିହା ସୋସାଇଟୀ ଆଇନରେ ଏହିପ୍ଲଟ କୁ ଅନୁଷ୍ଠାନ ତା ନିଜର ବୋଲି ଦର୍ଶାଇଲା ?କାରଣ ଆଜି ମଧ୍ୟ ନିରତାର ପରିସର ମଧ୍ୟଦେଇ ଯାଇଥିବା ରାସ୍ତାର ଉନ୍ନୟନ କରାଯିବା ସମ୍ଭବ ହୋଇପାରୁନାହିଁ, କାରଣ ତାହା ଶ୍ରୀମିଶ୍ରକଂ ପରିବାର ନାମରେ ସ୍ଥିତିବାନ ରେକର୍ଡ ଭୁକ୍ତ ହୋଇ ରହିଛି ! ଏହି କୋଟିକୋଟି ଟଂକାର ସମ୍ପତ୍ତି ଦାନ କରିମଧ୍ୟ ଶ୍ରୀମିଶ୍ରକଂ ପ୍ରତିମୂର୍ତ୍ତିଟିଏ କିମ୍ବା ଜନ୍ମ/ ଶ୍ରାଦ୍ଧ ଦିବସରେ ଫୁଲକେଣ୍ଡାଟିଏ ତାଂକଉଦ୍ଦେଶ୍ୟରେ କେହି ଦିଅନ୍ତିନି ?ଏହା କଣ ପୂଜ୍ୟପୂଜାର ନମୁନା ? ଯଦି ଏହାକୁ ଆଳକରି ତାଂକ ଆଇନଗତ ଉତ୍ତରାଧିକାରୀ ଜାଗା ଫେରସ୍ତ ନେବାକୁ ନ୍ୟାୟାଳୟକଂ ଦ୍ୱାରସ୍ଥ ହୁଅନ୍ତି କଣ ହେବ ଅବସ୍ଥା ?

