
ନିହାରୀକା ହତ୍ୟାକାଣ୍ଡର ସନ୍ଦିଗ୍ଧ ମୁଖ୍ୟଆସାମୀ କିଶୋରଅଂଚଲର ବିରିଡି ଥାନାରେ ଆତ୍ମସମର୍ପଣ
ଅପରାଧ: BREAKING NEWS

ମ୍ରୁତ୍ୟୁ ପୂର୍ବରୁ ପୁରୁଷ ବନ୍ଧୁ କିଶୋର ଅଂଚଲ ହାଜିପୁର ବିରିଡି କଂ ସହିତ ନିହାରୀକା କଂ ଫାଇଲ ଫଟୋ । ଏକମାତ୍ର “ସତ୍ୟାନୁସଂଧାନ” ହାତରେ ଲାଗିଛି ।
ବିରିଡି (ନି.ପ୍ର)ଜଗତସିଂହପୁର(ସ୍ୱ.ପ୍ର)କଟକ(ସ୍ୱ.ପ୍ର)୨୦।୯- କଟକ କଲ୍ୟାଣୀ ନଗର ସ୍ଥିତଏକ ବେସରକାରୀ ନର୍ସିଂହୋମରେ ଜଣେନର୍ସ ଭାବେ କାର୍ଯ୍ୟରତ ଥିବା ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଭିଂଗାରପୁରର ନିହାରୀକା ପାତ୍ର (୨୩)କଂ ଅପହରଣ ଓ ହତ୍ୟାକାଣ୍ଡର ସନ୍ଦିଗ୍ଧ ମୁଖ୍ୟ ଆସାମୀ କୁହାଯାଉଥିବା ବିରିଡିଥାନା ହାଜିପୁରର କିଶୋର ଅଂଚଲ ଆଜି ସକାଳେ ବିରିଡି ଥାନାରେ ଆତ୍ମସମର୍ପଣ କରିଛି।ପୁଲିସ ଦ୍ୱାରା ବିଲୁଆ ଖାଇ ନଦୀପଠା,ନୁଆପାରି ନିକଟରୁ ହାତଗୋଡ ବନ୍ଧା ଅବସ୍ଥାରେ ଏକ ମୁହଁବନ୍ଧା ଅଖାଭିତରୁ ଅଚିହ୍ନା ଶବ ବିରିଡି ପୁଲିସ ଗତ ୩ଦିନ ତଳେଉଦ୍ଧାର କରିଥିଲା। ପୂର୍ବରୁ ଗତ ୯ତାରିଖ ଠାରୁ ନିହାରୀକାକଂ ନିଖୋଜ ହୋଇଥିବା ସଂପର୍କରେ ମଧୁପାଟଣା ଥାନା ପୁଲିସରେ ଲିଖିତ ଅଭିଯୋଗ ହୋଇଥିଲା ଉକ୍ତ ଅଭିଯୋଗ କ୍ରମେ ପୁଲିସ ଠାରୁ ଖବରପାଇ ଘରଲୋକେ ମିଳିଥିବା ଶବକୁ ନିହାରୀକା ବୋଲି ଚିହ୍ନଟ କରିଥିଲେ। ସେମାନେ କିଶୋରଅଂଚଲ ସହ ନିହାରୀକାକଂ ପ୍ରେମ ସଂପର୍କ ଥିବା ପୁଲିସକୁ ସୂଚନା ଦେବାସହ କିଶୋର ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଇ ତାଂକ ଝିଅକୁ ହତ୍ୟା କରିଛି ବୋଲି ନିହାରୀକାକଂ ମା ‘ ପ୍ରତିମାଦେବୀ କହିଥିଲେ। ଶବମିଳିବା ପରଠାରୁ କିଶୋର ମଧ୍ୟ ଫେରାର ଥିବାରୁ ପୋଲିସର ସନ୍ଦେହ କିଶୋର ଉପରେ କେନ୍ଦ୍ରୀତ ହୋଇଥିଲା।ଦୀର୍ଘ ୩ ଦିନକାଳପୁଲିସ ସହ ଲୁଚକାଳି ଖେଳିବାପରେ ଶେଷରେ ଆଜିପ୍ରତ୍ୟୁଷରେ ବିରିଡିପୁଲିସ ଥାନାରେ ପହଂଚି ଆତ୍ମସମର୍ପଣ କରିବାକୁ ଏକପ୍ରକାର ବାଧ୍ୟହୋଇଥିଲା । ମଧୁପାଟଣା ପୁଲିସର ଜୋରଦାର ଚଢାଉ ଏଥିପାଇଁ ତାକୁ ବାଧ୍ୟ କରିଥିବା କୁହାଯାଉଛି। କାରଣ କିଶୋରର ଆର୍ଥିକ ଅବସ୍ଥା ସେତେ ଭଲ ନ ଥିବାରୁ ବେଶୀ ସମୟ ଓ ଦୂରକୁ ଯାଇ ଆତ୍ମଗୋପନ କରିବା ସମ୍ଭବ ନୁହେଁ ବୋଲି ମଧୁପାଟଣା ପୁଲିସ ଜାଣିପାରିଥିଲା । କିଶୋର କଟକରେ କେଉଁଠି ରହୁଥିଲା ଜାଣିବାକୁ ଅନୁସଂଧାନ ଆରମ୍ଭ କରିଥିଲା ।ସେଥିରୁ ଜଣାପଡିଥିଲା ଯେ କିଶୋର କଟକରେ ରାଜମିସ୍ତ୍ରୀକାମ କରୁଥିବା ଓ ଚାଉଳିଆଗଂଜରେ ଘରଭଡା ନେଇ ରହୁଥିବା ମାମୁଁ ପାଖରେ ରହୁଥିଲା । ବିଶେଷ ସୂତ୍ରରୁ ମିଳିଥିବା ତଥ୍ୟଅନୁଯାୟୀ,ସନ୍ଦିଗ୍ଧକୁ ଆଶ୍ରୟ ଦେଇଥିବା ନେଇ ପୁଲିସ ବିଭିନ୍ନ ଆଡୁ ନିଶ୍ଚିତ ହେବାପରେ ପୁଲିସର ଏକ ମିଳିତ ଟିମ ସେଇ ଘରଉପରେ ଚଢାଉ ଆରମ୍ଭ କଲା।ନିର୍ଭର ଯୋଗ୍ୟ ଖବର କୁହେ ଯେ ସେହି ଘର ଭିତରୁ ଏକ ମହିଳାକଂ ପଟେ ସୁନାର କାନ ଫୁଲ/ପେଣ୍ଡି ପୁଲିସକୁ ମିଳିଲା ।ଏଠାରୁ ହିଁ ପୁଲିସକୁ କିଶୋର କିମ୍ବା ତା ମାମୁଁ ଗିରଫ ହେବାର ପଥ ପ୍ରଶସ୍ଥ ହୋଇଯାଇଥିଲା। ଫଳରେ କିଶୋର ଧରା ନ ଦେଇ ଆଉ ଯାଆନ୍ତା ବା କୁଆଡେ?ତେବେ ପୁଲିସ ସୂତ୍ରରୁ ଯଦି ବି ନୁହେଁ ଅନୁସଂଧାନରୁ ଜଣାପଡିଛି ଯେ ଏହି ହତ୍ୟାକାଣ୍ଡରେ ଅନ୍ୟୁନ ୩ଜଣ ସଂପ୍ରୁକ୍ତ।ସେଥିରୁ କିଶୋର ବ୍ୟତିତ ଅନ୍ୟ ୨ଜଣ। ଯହିଁରୁ ଜଣେ ଅଟୋ ଚାଳକ । ହତ୍ୟାକାଣ୍ଡ ସ୍ଥଳ ଶବ ମିଳିବାସ୍ଥାନ ନୁହେଁ। ସମ୍ଭବତଃ ହତ୍ୟାକାଣ୍ଡ ପରେ ଶବ ଦଳେଇଘାଇରେ ଭସାଇଦେଇ ପ୍ରମାଣ ନଷ୍ଟ କରିବା ଉଦ୍ୟମରେ ସେମାନେ ସେଠାକୁ ନିରୋଳାଭାବି ଶବଧରି ଆସିଥିଲେ,ମାତ୍ର ମାଛଧରାଳୀ ମାନେ ସେଠାରେ ଦଳଦଳ ହୋଇ ବିଳମ୍ବିତ ରାତିଯାଏ ମାଛଧରୁଥିବାଦେଖିଥିଲେ ତେଣୁ ଶବକୁ ସେଠାରେ ନଦୀକୁ ପକାଇଲେ ଶବ୍ଦହେବ ଫଳରେ ମାଛଭାବି ମାଛଧରାଳୀ ଦୌଡି ଆସିବେ ଘଟଣା ଧରାପଡିଯିବ। ତେଣୁ ହତ୍ୟାକାରୀମାନକଂ ଯୋଜନା ସେଇଠାରୁ ହିଁ ବଦଳିଥିଲା ଓ ସେଇ ଦଳେଇଘାଇ ନଦୀବନ୍ଧରେ ସେମାନେ ବିଲୁଆଖାଇ ନୂଆପାରିପର୍ଯ୍ୟନ୍ତ ଆସିଥାଇପାରନ୍ତି। ତେବେ ସତ୍ୟାନୁସଂଧାନ ର ଅନୁସଂଧାନରୁ ଏକଥା ସ୍ପଷ୍ଟ ଯେ ଉଭୟକଂ ମଧ୍ୟରେ ଘନିଷ୍ଠ ପ୍ରେମସଂପର୍କ ଥିଲା ଉଭୟକଂ ଫାଇଲଫଟୋ ଯାହା କହୁଛି। ତେବେ ଭୁଲ ବୁଝାମଣା ହେଲା କାହିଁକି ?ଯେଉଁଥିପାଇଁ ହତ୍ୟା କରି ରାସ୍ତାରୁ କଣ୍ଟା ହଟେଇବାକୁ ବାଧ୍ୟହେବାକୁ ନିଷ୍ପତ୍ତି ନେଲେ ସେମାନେ ? ନିହାରୀକାକଂ ଚରିତ୍ରକୁ ସନ୍ଦେହ ? ନା ପରକୀୟା ପ୍ରିତୀ ? ନା ନିହାରୀକା ଗର୍ଭବତୀ ଥିବାରୁ ତୁରନ୍ତ ବିବାହ ଦାବୀରୁ ଏ ପରିଣାମ ?ଶବ ବ୍ୟବଛେଦ ରିପୋର୍ଟ,ଆସାମୀ ମାନକଂ ବୟାନ, ପୁଲିସର ଅନୁସଂଧାନରୁ ସତ୍ୟ କଣ ସ୍ପଷ୍ଟ ହେବା ଆଶାକରାଯାଏ।କିନ୍ତୁ ଏକଥା ବି ସତ୍ୟ ଯେ କୌଣସି ନା କୌଣସି କାରଣ ରୁ ପ୍ରେମୀଯୁଗଳକଂ ମଧ୍ୟରେ ସଂପର୍କ ଆଉ ଭଲ ନ ଥିଲା ।
।