
ପଦ୍ମବନ ନେମାଳ:ମହାପୁରୁଷ ଅଚ୍ୟୁତାନଂନ୍ଦକଂ ପୁଷ୍ୟାଭିଷେକ
ପଦ୍ମବନ ନେମାଳରେ ମହାପୁରୁଷ ଅଚ୍ୟୁତାନନ୍ଦକଂ ପାରମ୍ପରିକ ରିତୀ ନିତି ଅନୁଯାୟୀ ଆଜି ପୁଷ୍ୟାଭିଷେକ ଅନୁଷ୍ଠିତ ହୋଇଛି।ଅବକାଶ,ମଂଗଳଆଳତି, ମହାସ୍ନାନ,ଚନ୍ଦନଲାଗି,ନିତ୍ୟାନୀ,ସର୍ବସାଧାଣ ଦର୍ଶନ,ଶ୍ରୀ ପଗଡି ଶୋଭାଯାତ୍ରା,ଶ୍ରୀ ପଗଡିଲାଗି,ପ୍ରସାଦସେବନ,ସଂଧ୍ୟାଆଳତି, ସାଂସ୍କ୍ରୁତିକ କାର୍ଯ୍ୟକ୍ରମ,ସରଲବଣୀ ଭୋଗ , ପହଡ ଆଦି କାର୍ଯ୍ୟସୂଚୀରେ ରହିଥିବା ବେଳେ ପ୍ରତିକୂଳ ପାଗ ଯୋଗୁ କାର୍ଯ୍ୟକ୍ରମରେ ବିଳମ୍ବ ଘଟିଥିଲା।ରାତ୍ରୀ ପର୍ଯ୍ୟନ୍ତ ପ୍ରାୟ ପାଂଚହଜାର ରୁ ଉର୍ଦ୍ଧ୍ୱ ଜନସାଧାରଣ ସମବେତ ହୋଇଛନ୍ତି।ନେମାଳ ଥାନା ଆଇନ ଶ୍ରୁଂଖଳା ପରିସ୍ଥିତି ବଜାୟ ରଖିଛନ୍ତି
ନେମାଳ ପଦ୍ମବନ ପୀଠ, ମହାପୁରୁଷ ଅଚ୍ୟୁତାନନ୍ଦ ଚିର ରହସ୍ୟମୟ :- ଭାରତ ଧର୍ମ ସଂସ୍କ୍ରୁତିରଦେଶ
କାହିଁ କେଉଁ ଯୁଗରୁ ଧର୍ମ ସଂପ୍ରଦାୟ ଭାଇଚାରା ଭିତ୍ତିରେ ଚଳଣି ଲାଗିରହିଛି।ଏହାର ନିଛକଉଦାହରଣ ନିଜେ ମହାପୁରୁଷ ଅଚ୍ୟୁତାନନ୍ଦ।କିମ୍ବଦନ୍ତୀଅଛି ସିଦ୍ଧସାଧକ ମହାପୁରୁଷ ଅଚ୍ୟୁତାନନ୍ଦ ପ୍ରାୟ୬୦୦ ବର୍ଷତଳେ ଯେବେ ନେମାଳଠାରେ ତାଂକ ଆଶ୍ରମ ସ୍ଥାପନ କଲେ ତାହା ବଣ ଜଂଗଲରେ ପୂର୍ଣ ଥିଲା ସଂପ୍ରୁକ୍ତ ସ୍ଥାନଟି ଜଣେ ମୁସଲମାନ ଜମିଦାରକଂର ଥିଲା।ସେଠାରେ ପ୍ରତ୍ୟେହ କୁଢ କୁଢଗୋଅସ୍ଥି ଗଦା କରାଯାଉଥିଲା । ଫଳରେ ଗୋପାଳୁଣି ମନେ ସଫା କରିବାକୁ ଅସନ୍ତୋଷ ବ୍ୟକ୍ତ କରୁଥିଲେ।ଏହାଦେଖି ମହାପୁରୁଷ ଶୂନ୍ୟ ସାଧନା କଲେ ଯେ ପ୍ରତ୍ୟେହ ସେହି ହାଡସବୁ ଶୂନ୍ୟ ଶକ୍ତି ସଫା କରିଦେଲେ।ଏପରି ଅଲୌକିକ ଘଟଣା ଲୁଚି ଲୁଚି ଦେଖିବା ପରେ ସେହି ଦିନ ଠାରୁ ସଂପ୍ରୁକ୍ତ ମୁସଲମାନ ବ୍ୟକ୍ତି ଜଣକଂ ତାଂକର ବଡ ଭକ୍ତ ପାଲଟି ଗଲେ।ଏହି ପୀଠରେ ମୁସଲମାନ ହିନ୍ଦୁ କିଛି ବାରଣ ନାହିଁ ଓ ଭୋଗ ମୁସଲମାନକଂ ଘରୁ ଏଠାକୁ ଆସେ ବୋଲି ପ୍ରାୟ ଶ୍ରଦ୍ଧାଳୁ ସ୍ୱୀକାର କରିଛନ୍ତି। ଭାଇଚାରାର ଏହାଏକ ଉତ୍ତମ ନିଦର୍ଶନ ବୋଲି ପ୍ରମାଣମିଳିଛି।ଏମିତି ମହାପୁରୁଷକଂ ଅନେକ ଅଲୌକିକତା ଆଜି ଶହ ଶହ ବର୍ଷ ପରେ ବି ଲୋକମୁଖରେ ପ୍ରଚାରିତ। ମହାପୁରୁଷ ଜଣେଉତ୍ତମ ସମାଜ ସଂସ୍କାରକ,ଶୂନ୍ୟ ସାଧକ,ଯୋଗୀ ଓ ମହାନ୍ ଯୁଗପୁରୁଷ ଥିଲେ
ପୀଠକୁ ଏକପର୍ଯ୍ୟଟନ ସ୍ଥଳୀର ମାନ୍ୟତା ,ଉନ୍ନୟନ ନିମନ୍ତେ ବିପୁଳ ସରକାରୀ ଅନୁଦାନର ଆବଶ୍ୟକତା ରହିଛି।ଯେହେତୁ ମହାପୁରୁଷ କଂ ନାମରେ ଏହି ସାର୍ବଜନୀନ ଅନୁଷ୍ଠାନର କୌଣସି ସ୍ଥାୟୀ ଆୟର ପନ୍ଥା ନାହିଁ।ଏଣୁ ବର୍ଷ ସାରା ଉତ୍ସବ ଅନୁଷ୍ଠାନ ଓ ପର୍ବ ପର୍ବାଣୀ ନିମନ୍ତେ ଆସୁଥିବା ଶ୍ରଦ୍ଧାଳୁ ଓ ଭକ୍ତକଂ ଦାନ ଉପରେ ନିର୍ଭର କରିବା ଛଡାଉପାୟ ନାହିଁ।

