
ପାକିସ୍ତାନ ଆର୍ଥିକ ଦେବାଳିଆ ଅବସ୍ଥାରେ ! ଜଳଭଣ୍ଡାର ନିର୍ମାଣ ଦୁର୍ନୀତି ପ୍ରସଙ୍ଗ ପଚାରିବାରୁ ମନ୍ତ୍ରୀ ଦେଲେ ପାକିସ୍ତାନୀ ଗଣମାଧ୍ୟମକୁ ଶକ୍ତଚାପୁଡ଼ା,ସମ୍ମିଳନୀ ବର୍ଜନ କଲେ ସାମ୍ବାଦିକ।
ଲାହୋର :ପାକିସ୍ତାନର ଆର୍ଥିକ ଅବସ୍ଥା ଦେବାଳିଆ। ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦରକୁ ନେଇ ସାରା ଦେଶରେ ଅସନ୍ତୋଷ ବ୍ୟାପିବାରେ ଲାଗିଲାଣି । ହେଲେ ପାକିସ୍ତାନ ରାଜନେତା ନାନା ଦୁର୍ନୀତିରେ ବ୍ୟାପୃତ ରହି ରାଜକୋଷକୁ ଲୁଟିନେବାରେ ଲାଗିଛନ୍ତି।ଅଥଚ ପାକିସ୍ତାନ ଗଣମାଧ୍ୟମ ଏହି ଦୁର୍ନୀତି ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ପଚାରିବାରୁ ଖପା ଓ ଉତ୍ତେଜିତ ମନ୍ତ୍ରୀ ଅତ୍ୟନ୍ତ ଉତ୍ତ୍କ୍ଷୀପ୍ତ ଉତ୍ତର ଦେଇଥିଲେ।ଫଳରେ ଆହୂତ ସାମ୍ବାଦିକ ସମ୍ମିଳନୀ ଭଣ୍ଡୁର ହୋଇ ଯାଇଥିଲା।ସମସ୍ତ ସାମ୍ୱାଦିକ ସମୁହ ବର୍ଜନ କରିଛନ୍ତି।ପରିସ୍ଥିତି ଏପରି ହୋଇଛି ଯେ ସଂପୃକ୍ତ ମନ୍ତ୍ରୀ କ୍ଷମା ମାଗିଲେ ବି ନିସ୍ତାର ମିଳିନାହିଁ।
ପ୍ରାପ୍ତ ସୂଚନା ଅନୁଯାୟୀ,ଜଳ ସମ୍ପଦ ମନ୍ତ୍ରୀ ଫଇଜଲ ଭାଦୁଆ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ।ଏଥିରେ ଉପସ୍ଥିତ ଏକ ଦୈନିକ ଇଂରାଜୀ ଖବର କାଗଜର ପ୍ରତିନିଧି ଉପସ୍ଥିତ ଥିଲେ। ସଂପୃକ୍ତ ସାମ୍ବାଦିକ ଜଣଙ୍କ ମନ୍ତ୍ରୀଙ୍କୁ ପଚାରି ଥିଲେ ଯେ” ୩୦୯ ବିଲିୟନ୍ ଅର୍ଥରେ ନିର୍ମିତ ହେବାକୁ ଯାଉଥିବା ମହମନ୍ଦ୍ ଜଳ ଭଣ୍ଡାର ପ୍ରକଳ୍ପର ଟେଣ୍ଡରରେ ପ୍ରଧାନ ମନ୍ତ୍ରୀଙ୍କ ବାଣିଜ୍ୟ,ବୟନ ଶିଳ୍ପ,ପୁଞ୍ଜି ଲଗାଣ ପରାମର୍ଶ ଦାତା ଅବଦୁଲ ରଜାକ ଦାଉଦ୍ ଙ୍କ ଫାର୍ମ ଦେଶକନ୍ ବିଡର ଅଛନ୍ତି”।ମନ୍ତ୍ରୀ ତତ୍ କ୍ଷଣାତ ରାଗିଯାଇ ସଂପୃକ୍ତ ସାମ୍ବାଦିକଙ୍କୁ କହିଥିଲେ ଯେ ତୁମେ କେବଳ ବୟସରେ ବଡ ବୋଲି ମୁଁ ଉତ୍ତର ଦେଉଛି,ନଚେତ୍ ତୁମ ପ୍ରଶ୍ନର କିଛି ବି ଉତ୍ତର ଦେଇ ନ ଥାନ୍ତି।ଏହା କହି ମାଇକ୍ରୋ ଫୋନକୁ ଠେଲି ଦେଇଥିଲେ।ଘଟଣାଟି ବିଜୁଳି ବେଗରେ ଉପସ୍ଥିତ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା।ସେମାନେ ମିଳିତ ଭାବରେ ଏହି ଘଟଣାର ନିନ୍ଦା କରିବା ସହିତ,ନିଜ ନିଜ ସଂସ୍ଥା ପକ୍ଷରୁ ରଖା ଯାଇଥିବା ମାଇକ୍ରୋ ଫୋନ ଗୁଡ଼ିକୁ ହଟାଇ ନେଇ ଆହୂତ ସାମ୍ବାଦିକ ସମ୍ମିଳନୀକୁ ବର୍ଜନ କରିଥିଲେ।ଏମିତିକି ମନ୍ତ୍ରୀ ଭାଦୂଆଙ୍କ କ୍ଷମା ପ୍ରାର୍ଥନା ପରେ ବି ନିସ୍ତାର ମିଳି ନଥିଲା।ବିଶ୍ବବ୍ୟାପୀ ପାକିସ୍ତାନୀ ଗଣ ମାଧ୍ୟମର ଏହି ଦୁଃସାହସକୁ ପ୍ରଶଂସା କରାଯାଇଛି।







