ପିଲାକୁଂ ବଂଟା ହେଉନି ଚପଲ,୨୫ହଜାରଟଂକା ଫନିସହାୟତାର ୬ମାସବିତିଲା ହୋଇନି କାମ,ମଧ୍ୟାହ୍ନ ଭୋଜନରେ ଅନିୟମିତତା !
ବିପର୍ଯ୍ୟସ୍ତ ପ୍ରାଥମିକ ଶିକ୍ଷା।ତାହାପୁଣି ଅନ୍ୟକେଉଁ ଉପାନ୍ତ ଅଂଚଳ ନୁହେଁ, ଓଡିଶାର ପୁରୁଣା ରାଜଧାନୀ ଓ ବର୍ତ୍ତମାନର ରାଜଧାନୀ ଠୁ ମାତ୍ର ୩୦ କି ୩୫ କି.ମି ଭିତରେ ଥିବା କଣ୍ଟାପଡା ଓ ନିଆଳି ବ୍ଲକ ଅଂଚଳ । ସରକାରକଂ ସକଳ ପ୍ରଚେଷ୍ଟା ,ସହାୟତା ତଥା ବିଭାଗୀୟ ଉଚ୍ଚ ଅଧିକାରୀକଂ ତ ତ୍ତ୍ୱାବଧାନ ଓ ଯାଂଚ କରିବାକୁ ଥିବା କ୍ଷମତା ସତ୍ତ୍ୱେ।କାହିଁକି ଏଭଳି ଘଟଣା ଗୁଡିକର ପୁନରାବ୍ରୁତ୍ତି ଦେଖିବାକୁ ମିଳୁଛି ? କାହିଁକି ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ ବୋଲି ସାଧାରଣ ରେ ବାର୍ତ୍ତା ଯା ଉଛି ? ଅଧିକାରୀ ନା ନିୟୋଜିତ ଶିକ୍ଷକ ଶିକ୍ଷୟତ୍ରୀ ମାନକଂଅମନଯୋଗୀତା ,ଅବହେଳା ନା ଅକ୍ଷମତା ? କାହାକୁ ଦାୟୀ କରାଯିବ ? ଏହାକଣ ପ୍ରାଥମିକ ଶିକ୍ଷା ଅଧ୍ୟାୟରେ ଏକ କଳା ତାଲିକା ନୁହେଁ କି ? ସରକାର ଏଥିନେଇ କେବଳ ଯୋଜନା ପ୍ରଣୟନ କିମ୍ବା ରାଜକୋଷ ରୁ ବିପୁଳ ଅର୍ଥରାଶି ବ୍ୟ ୟ କରିଦେଲେ ହେବ ନାହିଁ, କଠୋର ଅନୁଶାସନର କାର୍ଯ୍ୟକାରୀତା କୁ ତର୍ଜମା, ସମୀକ୍ଷା ଓ ଉତ୍ତରଦାୟୀ ନିତି ଆପଣାଇବା ଜରୁରୀ ଅଟେ। ଏହି କ୍ଷେତ୍ର ରେ ଗଣମାଧ୍ୟମ ଗୁଡିକୁ ଶତ୍ରୁ ନ ଭାବି ଖବର ଗୁଡିକର ଗୁରୁତ୍ୱ ଉପଲବ୍ଧି କରିବା ଆବଶ୍ୟକ । ଆମେ ଏଠାରେ କଣ୍ଟାପଡା ଓ ନିଆଳି ଦୁଇଟି ବ୍ଲକ ର ଦୁଇଟି ଘଟଣାର ନମୁନା ମାତ୍ର ପେଶ୍ କରୁଛୁ । ପ୍ରଥମଟି କଣ୍ଟାପଡା ବ୍ଲକ , ଗୋବିନ୍ଦପୁର ପଂଚାୟତ, କୂଳଶଂଖୁଆ ପ୍ରାଥମିକ ବିଦ୍ୟାଳୟ , ଯେଉଁଠି ଫନିବାତ୍ୟା ବିଧ୍ୱସ୍ତ ଶିକ୍ଷାନୁଷ୍ଠାନ ଟିକୁ ମରାମତି ନିମନ୍ତେ ସରକାର ୨୫ ହଜାର ଟଂକା ଦେଇଥିଲେ ୬ମାସ ବିତିଲାଣି ,ମରାମତି ହୋଇନି । ଗରୀବ ଛାତ୍ର ଛାତ୍ରୀକୁଂ ସରକାର ଯୋଗାଇଥିବା ଚପଲ ବଂଟା ନ ହୋଇ ଶ୍ରେଣୀ କକ୍ଷରେ ପଡି ରହିଛି । ଅଥଚ ଗରୀବ ବାପ ମା’ ଚପଲହଳେ ପାଇବାକୁ ଚାହିଁ ଦିନ ଗଣୁଛନ୍ତି । ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ତଥ୍ୟରେ ବି ତାଳ ମେଳ ନାହିଁ । ଏ ବାବଦରେ ପ୍ରଧାନଶିକ୍ଷକ ଯୋଗେନ୍ଦ୍ରନାଥ ସାହୁକୁଂ ପଚାରିବାରୁ ସେ କଣ କହୁଛନ୍ତି ତାହା ଭିଡି ଓ ରୁ ଦେଖନ୍ତୁ । ଦ୍ୱିତୀୟ ଘଟଣାଟି ନିଆଳି ବ୍ଲକ ,କପାସି ପଂଚାୟତ , ପୋଦନା ସରକାରୀ ପ୍ରାଥମିକ ବିଦ୍ୟାଳୟର ୧୯୬୨ ମସିହାରେ ପ୍ରତିଷ୍ଠିତ ଉକ୍ତ ଶିକ୍ଷାନୁଷ୍ଠାନରେ ବିଦ୍ୟାଳୟକୁ ପାଠପଢିବାକୁ ଆସିଥିବା ନା ବାଳକ ଛାତ୍ର ମାନକୁଂ ବିଦ୍ୟାଳୟର ସୁ ଉଚ୍ଚ କାନ୍ଥ ଓ ପ୍ରାଚୀର ରଂଗକରିବାକୁ ବାଉଁଶ ଭାରା ବାନ୍ଧିବା କୁ ବିପଦ ଜନକ ବାଉଁଶ ଭାରାଉପରେ ଚଢାଯାଇ ଓ ଜଂଗଲୀ ଆ ବଣ ବୁଦାରେ ନିୟୋଜିତ କରାଯାଇଛି । ପୁଣି ବିଦ୍ୟାଳୟ ପୋଷାକରେ ! ଦେଖିବାକୁ କେହି ନାହିଁ । ଦେଖିବା ଲୋକ ଯଦି ବାଡ ହୋଇ ଫସଲ ଖାଇବେ ତେବେ ଦେଖିବ କିଏ ? ରାଜ୍ୟରେଏକ ଶିକ୍ଷାପ୍ରଶାସନ ଯେ ଅଛି ତାହା ଭାବିବାରେ କୁଣ୍ଠିତ ହେବାକୁ ପଡୁଛି ।ଏ ଦୁଇଟି ଦ୍ରୁଶ୍ୟ କେବଳ ନୁହେଁ ଏମିତି ପ୍ରତ୍ୟେହ ଅନେକ ଘଟଣା ଦ୍ରୁଷ୍ଟି ଗୋଚର ହେଉଛି ।ଅଥଚ ଅଧିକାରୀ ମାନେ ସରକାରକଂ ଦରମା ପାଇ ନୀରବ ରହିଛନ୍ତି।