ଦୁର୍ନିତି ରାଜ୍ୟଖବର

ପୁଲିସକୁ ଲଗେଇ:ପ୍ରେମ-ବିବାହିତା ମହିଳାଙ୍କ ଶଙ୍ଖା, ସିନ୍ଦୁର ଥାନାରେ ଖୋଲିନେଲାସ୍ବାମୀ!!

Spread the love

କଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)ଧର୍ମ ନଗରରୁ ଆ ସିଥିଲେ ରାତିକ ପାଇଁ,ଅଭିନେତ୍ରୀ ହୋଇ!ହେଲେ ଯୁବକଙ୍କ ମିଠା,ମତୁଆଲା ପ୍ରେମର ଜାଲରେ ଫସି ଗଲେ।ଯାଜପୁର ଜିଲ୍ଲା ଶ୍ରୀଅନନ୍ତ ବାସୁଦେବଙ୍କ ମ ନ୍ଦିରରେ,ଠାକୁର ସାକ୍ଷୀରଖି ହିନ୍ଦୁ ରୀତିନୀତିରେ ବାହାହେଲେ!ପୁଣି ଯାଜପୁର ନୋଟାରିରେ ବାହା ହୋଇଥିବାର ସତ୍ୟପାଠ ବି ଦାଖଲ କଲେ,ତହୁଁ କଟକ ଜିଲ୍ଲା ଓଲଟପୁର ଥାନା ଅନ୍ତର୍ଗତ ଶ୍ରୀ ଦକ୍ଷି ଣେଶ୍ୱର ମହାଦେବଙ୍କ ମନ୍ଦିରରେ ବୈଦିକ ରୀତି ନୀତି ଅନୁଯାୟୀ ବଡପାଟସୁନ୍ଦରପୁର ଗ୍ରାମର ବ୍ରା ହ୍ମଣ ବେନୁମିଶ୍ର ହୋମଯଜ୍ଞ କରି ବିବାହକୁ ସ୍ଵୀକୃତ କଲେ,ଉଭୟ ପତି-ପତ୍ନୀ ଭାବେ ପୁଅ ଘରେ କିଛି ମାସ ରହି ଚଳିଲେ,ମାତ୍ର ଏତେ ସବୁ ସତ୍ତ୍ୱେ ସମା ଜର ତଥାକଥିତ ଗ୍ରାମ୍ୟ ବଡପଣ୍ଡା ମାନଙ୍କ ନାଲି ଆଖି,ଗୋବିନ୍ଦପୁର ଥାନା ପୁଲିସ ଆଲୋକ ଷଡ଼ ଙ୍ଗୀଙ୍କୁ ଲଗାଇ ଗର୍ଭବତୀ ଥିବା ମହିଳାଙ୍କ ହାତରୁ ଜବରଦସ୍ତ ଶଙ୍ଖା ଖୋଲି ନେଲେ,ମଥାରୁ ସିନ୍ଦୂର ପୋଛି ଦେଲେ!ଓ ଘରୁ ତଡ଼ିଦେଲେ!ଅସହାୟ ମ ହିଳା ଜଣକ ଈଶ୍ୱରଙ୍କୁ ହାତ ଟେକିଦେଇ କେଉଁ ଆଡେ ନିଖୋଜ ହୋଇଗଲେ!ଏଥି ପାଇଁ ଥାନାରେ ୧ଲକ୍ଷ ୩୭ହଜାର ୫୦୦ଟଙ୍କା ନଗଦ କାରବାର ବି ହେଲା।୫୦ଟଙ୍କିଆ ନନ-ଜୁଡ଼ିସିଆଲ ଷ୍ଟାମ୍ପପେ ପର୍ ଉପରେ ଏହି ଅମାନବୀୟ କାର୍ଯ୍ୟକୁ ମାନ ବୀୟ କରିବାକୁ ଲେଖାପଢି ବି କରାହେଲା।ଏବେ ଏକ କନ୍ୟାସନ୍ତାନକୁ ଜନ୍ମ ଦେଇ ମହିଳାଜଣକ ଜୀବନସଂଗ୍ରାମ କରୁଛନ୍ତି, ଅପରପକ୍ଷରେ ଥାନା ରେ ହୋଇଥିବା ଏହି ବେଆଇନ୍ ନ୍ୟାୟ ଓ ଉତ୍ତୋ ଳିତ ଫଟୋ ଉପରେ ସମ୍ବଲପୁର ଜିଲ୍ଲା,କୁଚିଣ୍ଡା ଅଞ୍ଚଳର ଜଣେ ସୂଚନାଅଧିକାର କର୍ମୀ କଟକ ସ ଦର ପୁଲିସ ଉପଖଣ୍ଡ ଅଧିକାରୀଙ୍କୁ ଯେଉଁ ତଥ୍ୟ ମାଗିଥିଲେ,ଏଥିରେ ସଂପୃକ୍ତ ପୁଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବଦଳରେ ଯେଉଁ ଉତ୍ତର ଦି ଆଯାଇଛି ତାହା ବିରୁଦ୍ଧରେ ଓଡ଼ିଶା ମାନବ ଅ ଧିକାର କମିଶନଙ୍କ ନିକଟରେ ମାମଲା ରୁଜୁହୋ ଇଛି।ଫଳରେ ଏବେ ଦୁଇ ପୁଲିସବାବୁଙ୍କ ନାକ ରେ ପାଣି ପଶିବାକୁ ଯାଉଛି।

ହରପାର୍ବତୀ ମନ୍ଦିର ମଣ୍ଡପ ଯାଜପୁର ଠାରେ ଉଭୟ ପରିବାର ,ପୁରୋହିତ,ଭଦ୍ରଲୋକ ,ସାକ୍ଷୀ ମାନଙ୍କ ଉପସ୍ଥିତିରେ ବିବାହର ରସିଦ
ଯାଜପୁର ନୋଟାରିଙ୍କ ନିକଟରେ ୦୫.୦୩.୨୦୨୧ ବିବାହର ସତ୍ୟପାଠ

ହେଲେ ଏହି ମହିଳାଙ୍କର ଭୁଲ ରହିଲା କେଉଁଠି? ଭୁଲ ହେଲା ଏତିକି ଯେ ତାଙ୍କର ଦଳିତ ଜାତିରେ ଜନ୍ମ ନେବା !!!!ଘଟଣା ଅନୁଯାୟୀ କଳା ପ୍ରତି ଥିବା ରୁଚି ଯୋଗୁ ଭଦ୍ରକଜିଲ୍ଲା,ଧାମନଗର ଥାନା,ପାହାଡ ପୁର ଗ୍ରାମର ଆନନ୍ଦ ସେଠୀଙ୍କ ଝିଅ ମମତା ସେଠୀ (୩୦)ବିଭିନ୍ନ ଡ୍ରାମା ଅନୁଷ୍ଠାନରେ ଅତିଥି କଳାକାର ଭାବେ ଅଭିନୟ କରିଥାନ୍ତି।କଟକ ଜିଲ୍ଲା,ଗୋବିନ୍ଦ ପୁର ଥାନା,ବଡ଼ପାଟସୁନ୍ଦରପୁର ଠାରେ ପ୍ରତିବର୍ଷ ସରସ୍ଵତୀ ପୂଜାକୁ ଗେଷ୍ଟ ଅଭିନେତ୍ରୀ ହୋଇ ଆସିଥି ଲେ।ଗ୍ରାମର ଯୁବକ ବିକାଶ କୁମାର ସ୍ବାଇଁ(୨୫) ପିତା:- ବିହାରୀ ସ୍ୱାଇଁ ତାଙ୍କ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ତାଙ୍କୁ ଭଲ ପାଇ ବସିଲେ।ଉଭୟଙ୍କ ଘର ପରିବାରଙ୍କ ଜାଣତ ରେ ଯାଜପୁର ନୋଟାରିଙ୍କ ପାଖରେ ୫.୩.୨୦୨୧ରେ ଉଭୟ ଯାଜପୁର ଜିଲ୍ଲା,ବଳରାମପୁର ଠାରେ ଥିବା ଶ୍ରୀ ଅନନ୍ତ ବାସୁଦେବଙ୍କ ମନ୍ଦିରରେ ବିବାହ କରିଥିବାର ସତ୍ୟପାଠ ଦାଖଲ କରିଥିଲେ।୨୬.୦୪.୨୦୨୧ରେ ଯାଜପୁର ଜିଲ୍ଲା,ହରପାର୍ବତୀ ମନ୍ଦିର ବିବାହ ମଣ୍ଡପରେ ରସିଦ ନମ୍ବର ୨୫୩/୨୦୨୧ରେ ବିବାହ ସମ୍ପନ୍ନ ହେଲା।ଯହିଁରେ ପୂଜକ ପ୍ରହଲ୍ଲାଦ ପଣ୍ଡା ପିତା:ପ୍ରାଣକୃଷ୍ଣ ପଣ୍ଡା ଗ୍ରାମ ରତାପାଟ ମୁଖ୍ୟ ସାକ୍ଷୀ ଅଟନ୍ତି।ଏଥିରେ ମମତାଙ୍କ ପିତା ଆନନ୍ଦ ସେଠୀ ଓ ବିକାଶ ସ୍ୱାଇଁଙ୍କ ପିତା ବିହାରୀ ସ୍ୱାଇଁ ଉପସ୍ଥିତ ଥିଲେ ବୋଲି ଉଲ୍ଲେଖ ଅଛି।ଏତେ ସବୁ ପରେ ପୁନଶ୍ଚ ବିକାଶଙ୍କ ପଞ୍ଚାୟତକୁ ଲାଗିଥିବା ବାଗଲ ପୁର ପଞ୍ଚାୟତ,ଶ୍ରୀ ଦକ୍ଷିଣେଶ୍ୱରଙ୍କ ମନ୍ଦିରରେ ପୂଜକ ବ ଡପାଟସୁନ୍ଦରପୁର ଗ୍ରାମର ବେନୂମିଶ୍ର ହୋମ ଯଜ୍ଞ ଆଦି କରି ଉଭୟଙ୍କ ବିବାହକୁ ସ୍ଵୀକୃତ କରାଇ ଥିବାର ଭିଡିଓ ରେକର୍ଡ ରହିଛି।ବିକାଶଙ୍କ ଘରକୁ ତାଙ୍କ ସହିତ ମମତା ଆସି ପତି-ପତ୍ନୀ ଭାବେ ଚଳିବାପରେ ଗର୍ଭବତୀ ହେଲେ।ଏଭଳି ସମୟରେ ଜାତିକୁ ପ୍ରସଙ୍ଗକରି ଗ୍ରାମର କେତେକ ଚାପ ପକାଇଲେ।ଗୋବିନ୍ଦପୁର ଥାନାର ଜନୈକ ଏ ଏସ ଆଇ ଆଲୋକ ଷଡ଼ଙ୍ଗୀଙ୍କ ଦ୍ଵାରା ମମତାଙ୍କୁ ଥାନାକୁ ନେ ଇ ତାଙ୍କ ଉପସ୍ଥିତିରେ ହାତର ଶଙ୍ଖା ଖୋଲାଇ ଓ ମଥାର ସିନ୍ଦୂରକୁ ସ୍ବାମୀ ବିକାଶ ଫେରାଇ ନେଲେ! ଓ ମମତାଙ୍କୁ ତଡ଼ି ଦିଆ ଗଲା କେହି ଜଣେ ବି ଏମିତିକି କୌଣସି ଗଣ ମାଧ୍ୟମ ମଧ୍ୟ ଏପରି ହୃଦୟ ବିଦାରକ,ନୃଶଂସ,ଅମାନୁଷିକ କାର୍ଯ୍ୟକୁ ବିରୋଧ କଲେ ନାହିଁ।ମମତା କୁଆଡେ ଗଲେ? ତାଙ୍କର ନୂତନ ଜନ୍ମିତ ଶିଶୁକନ୍ୟା ଏବେ କେଉଁଠି?ତାହା କୁ ନେଇ ଉଠିଛି ପ୍ରଶ୍ନ।ପୁଲିସ ଜଣେ ମହିଳାଙ୍କୁ ନ୍ୟାୟ ଦେବା ବଦଳରେ କେମିତି ମା ‘କୁ ସମ୍ମାନ ଦେଇଛି ତାହା ଏବେ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଛି ।ଘଟଣାଟି ଏବେ ରାଜ୍ୟ ମାନବାଧିକାର କମିଶନଙ୍କୁ ଯାଇଛି।

ଗୋବିନ୍ଦପୁର ଥାନା ଏ ଏସ ଆଇ ଆଲୋକ ଷଡ଼ଙ୍ଗୀଙ୍କ ସହାୟତାରେ ଦଳିତ ବିବାହିତା ମହିଳାଙ୍କୁ ତଡ଼ିଦେଲେ୧ଲକ୍ଷ ୩୭ ହଜାର ୫୦୦ ଟଙ୍କା କାରବାରରେ ସଂସାର ଭାଙ୍ଗିବାର ଦସ୍ତାବିଜ୍,ଦଲିଲ ସମ୍ପାଦିତ। ଏହା ପରଠାରୁ ଅସହାୟା ମହିଳାଙ୍କ ଖୋଜ ଖବର ଆଉ ମିଳୁନି, ଏ ଭିତରେ ଏକ ଶିଶୁ କନ୍ୟାକୁ ସେ ଜନ୍ମ ଦେଇଥିଲେ,ଏହି ଶିଶୁ କନ୍ୟା ଓ ମହିଳାଙ୍କ ଖବର କଣ କେହି ସେଥିନେଇ କହି ପାରୁ ନାହାନ୍ତି।
କଟକ ଗ୍ରାମାଞ୍ଚଳ ପୁଲିସ ଜିଲ୍ଲା,ଗୋବିନ୍ଦପୁର ଥାନା ଏ ଏସ ଆଇ ଆଲୋକ କୁମାର ଷଡଙ୍ଗୀ
ଉକ୍ତ ପୁଲିସ କର୍ମଚାରୀ ଓ ସଂପୃକ୍ତ ଏସଡିପିଓଙ୍କୁ ପକ୍ଷଭୁକ୍ତ କରାଯାଇ ଏପରି ଅମାନବୀୟ କାର୍ଯ୍ୟ ବିରୁଦ୍ଧରେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ରୁଜୁ ହୋଇଛି ମାମଲା।

ସୂଚନା ଅଧିକାର ଆଇନରେ ସଦର ଉପଖଣ୍ଡ ପୁଲିସ ଅଧିକାରୀଙ୍କୁ ସମ୍ବଲପୁର ଜିଲ୍ଲା,କୁଚିଣ୍ଡା, ଅର୍ଦ୍ଦାବାହାଲର ସମୀର ନାୟକ ଏ ସଂକ୍ରାନ୍ତ ଫଟୋ ପଠାଇ

Leave a Reply

Your email address will not be published. Required fields are marked *

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]