breaking News Headline ଅପରାଧ ଜିଲ୍ଲାଖବର

ପୁଲିସ କାର୍ଯ୍ୟାଳୟ ସମ୍ମୁଖରେ ବୋମାମାଡ!ପୁଲିସକୁ ଚାଲେଞ୍ଜ

Spread the love

ଅଡଶପୁର ସ୍ଥିତ ସଦର ଉପଖଣ୍ଡ ପୁଲିସ କାର୍ଯ୍ୟାଳୟ ସମ୍ମୁଖରେ ଆଜି ରାତି ପ୍ରାୟ ୮.୩୦ ବେଳେ ଅଜଣା ଦୂର୍ବୃତ୍ତଙ୍କ ଦ୍ଵାରା ଏକ ବୋମାମାଡ ଘଟଣା ସମଗ୍ର ପୁଲିସ ପ୍ରଶାସନ ପ୍ରତି ଅପରାଧୀଙ୍କ ଆହ୍ବାନ ପାଲଟିଛି।

କଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର) ୨୨/୩ କଟକ ଗ୍ରାମାଞ୍ଚଳ ଜିଲ୍ଲା ପୁଲିସ ର ଅଡଶପୁର ସ୍ଥିତ କଟକ ସଦର ଉପଖଣ୍ଡ ପୁଲିସ କାର୍ଯ୍ୟାଳୟ ନିକଟରେ ଆଜି ରାତି ପ୍ରାୟ ସାଢେ଼ ଆଠଟା ସମୟରେ ଅଜଣା ଦୁର୍ବୃତ୍ତଙ୍କ ଦ୍ଵାରା ଏକ ଶକ୍ତିଶାଳୀ ବୋମା ମାଡ଼ ହୋଇଛି। ଘଟଣା ସମ୍ପର୍କରେ ଅଡଶପୁର ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ସୁବ୍ରତ ଦାସ ସ୍ଥାନୀୟ ଓଲଟପୁର ଥାନାରେ ଏକ ଲିଖିତ ଅଭିଯୋଗ ଦେବା ପରେ ପୁଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।ଘଟଣା ସ୍ଥଳକୁ ଲାଗି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ,ପଞ୍ଚାୟତର ଏକ କାର୍ଯ୍ୟାଳୟ ମଧ୍ୟ ରହିଛି।କେତେକ ବିଶ୍ଵସ୍ଥ ସୂତ୍ରର ସୁଚନା ମୁତାବକ ପଞ୍ଚାୟତ ପକ୍ଷରୁ କେତେକ ଘର ବ୍ୟବସାୟୀଙ୍କୁ ଭଡ଼ା ଦିଆଯାଇ ଥିଲା।ଏହାର ବଜାର ଦର ଠାରୁ ଅତି ସ୍ୱଳ୍ପ ମୂଲ୍ୟ ହୋଇ ଥିବାରୁ ନବ ନିର୍ବାଚିତ ସରପଞ୍ଚ ଏହାର ମୂଲ୍ୟ ବୃଦ୍ଧି ନିମନ୍ତେ ନୋଟିସ ଜାରି କରିଥିଲେ।ଫଳରେ ଏଥିରେ କେତେକ ଅସନ୍ତୋଷ ହୋଇଥିଲେ।ଘଟଣା ସମୟରେ ସରପଞ୍ଚ ମଧ୍ୟ ସେହି ଗୃହ ନିକଟରେ ଆଲୋଚନା କରୁଥିଲେ।ତେଣୁ ଭୟଭୀତ କରିବାକୁ ଏପରି କେହି କରିଥାଇ ପାରେ ବୋଲି ଆଶଙ୍କା କରା ଯାଉ ଛି।ତେବେ ଏହାର ଅନ୍ୟ କିଛି କାରଣ ମଧ୍ୟ ଥାଇପାରେ,ଯାହା ପୁଲିସର ଅନୁ ସନ୍ଧାନ ପରେ ସ୍ପଷ୍ଟ ହେବା ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]