
ପୁଲିସ ବିନା ଖାକିରେ କାହିଁକି??

କଟକ ଜିଲ୍ଲା ଗ୍ରାମାଞ୍ଚଳ (ପ୍ରତିନିଧି ଭଗବାନ ଭୋଇ)
———————————————————–
କଟକଜିଲ୍ଲା,ଗୋବିନ୍ଦପୁର ଥାନା ବ୍ରିଟିଶ ସରକାରଙ୍କ ଅମଳର ଥାନା।ଏମିତିକି ୧୯୩୬ ମସିହା ଓଡ଼ିଶା ପୁଲିସ ସ୍ଥାପନ ହେବା ଆଗରୁ ଗୋରା ଫଉଜଙ୍କୁ ନେଇ ଥାନା କାର୍ଯ୍ୟାରମ୍ଭ କରିଥିବା ଏକ ଐତିହାସିକ ଦସ୍ତାବିଜ୍ ଭାବେ ଆଜି ବି ସ୍ମୃତିକୁ ବହନ କରି ଚାଲିଛି।ସମୟ କ୍ରମେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ଓ ଓଡ଼ିଶା ପୁଲିସ ମାନୁଆଲକୁ ଆଧାର କରି ପୁଲିସ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ପରିଚାଳନା କରୁଛି।ଉକ୍ତ ଅଧୀନରେ ପୁଲିସକୁ କର୍ତ୍ତବ୍ୟ ସମ୍ପାଦନ ବେଳେ ସରକାର ଯୋଗାଇ ଦେଇଥିବା ୟୁନିଫର୍ମ ପରିଧାନ କରିବା ବାଧ୍ୟତା ମୂଳକ ଅଟେ। ବିଶେଷତଃ କୌଣସି ଗୁରୁତର ମାମଲାର ତଦନ୍ତ,ପରିଚାଳନା ବେଳେ, ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ ପରିଦର୍ଶନ,କୋର୍ଟ କଚେରୀରେ ସରକାରୀ କାର୍ଯ୍ୟ ନିର୍ବାହ ବେଳେ ଉକ୍ତ ନିୟମ କଡ଼ା କଡି ଭାବେ ପାଳନ କରିବା କଥା।ମାତ୍ର ଶୃଙ୍ଖଳା ବିଭାଗ ହୋଇଥିଲେ ହେଁ ବିଭାଗୀୟ ବିଶୃଙ୍ଖଳାକୁ ଉପରିସ୍ଥ ଅଧିକାରୀ ମାନେ ଅନେକ ସମୟରେ ଅଣଦେଖା କରିଥାନ୍ତି,ଫଳରେ ଶୃଙ୍ଖଳା ଭଙ୍ଗକାରୀ ପୁଲିସ ବାବୁମାନେ ଲଗାମ ଛଡ଼ା କିମ୍ବା ନିଜକୁ ହିରୋ ମନେକରି ବିଭାଗୀୟ କାର୍ଯ୍ୟ ସମ୍ପାଦନ ବେଳେ ବି ୟୁନିଫର୍ମ ପରିଧାନ କରିବାକୁ ଘୃଣ୍ୟ ମାନେ କରିଥାନ୍ତି।ଏଥିପାଇଁ ସେମାନଙ୍କ ପ୍ରତି କିଛି ବି ଦଣ୍ଡ ବିଧାନ ହୋଇ ନ ଥାଏ।କଟକ ଗ୍ରାମାଞ୍ଚଳ ପୁଲିସ ଜିଲ୍ଲା ଅନ୍ତର୍ଗତ ,ଗୋବିନ୍ଦପୁର ଥାନାର ଜଣେ ଏ ଏସ ଆଇ ଆଲୋକ କୁମାର ଷଡଙ୍ଗୀଙ୍କୁ ଏଭଳି ନିୟମ ଭାଙ୍ଗି ଥିବା ସାଧାରଣରେ ଦୃଷ୍ଟି ଗୋଚର ହୋଇଛି।ଏଥିନେଇ ଉକ୍ତ ପୁଲିସ କର୍ମଚାରୀଙ୍କୁ ପଚରା ଯିବାରେ ସେ ଉକ୍ତ ଗଣ ମାଧ୍ୟମ ପ୍ରତିନିଧିଙ୍କ ପ୍ରତି କ୍ରୋଧିତ ହୋଇଥିବା ଜଣା ପଡିଛି।ପ୍ରାପ୍ତ ସୂଚନା ଅନୁଯାୟୀ, ଧାନମଣ୍ଡଳ ଗ୍ରାମ ର ବିଶ୍ବମ୍ବର ପାଢ଼ୀ ନାମକ ଜଣେ ଅତି ଗରିବ ଯୁବକ କରୋନା କାଳରେେ ପରିବାର ପ୍ରତି ପୋଷଣ ନିମନ୍ତେ ଏକ ଚା,ବିସ୍କୁଟ,ଓ ପରିବା ଦୋକାନ କରିଥିଲେ।ଉକ୍ତ ଦୋକାନକୁ ବିଜୁଳି ସଂଯୋଗ ନିମନ୍ତେ ବିଭାଗକୁ ଅନ ଲାଇନ୍ ରେ ଧାର୍ଯ୍ୟ ଦେୟ ଦାଖଲ କରିଥିଲେ।ସଂଯୋଗ ବର୍ଷେ ପରେ ବି ମିଳି ନ ଥିଲା।ଫଳରେ ଅଗତ୍ୟା ଉପାୟ ନ ପାଇ ତଳିଆ କିଛି ବିଜୁଳି କର୍ମଚାରୀଙ୍କୁ ନିଜ ଦୁଃଖ ଜଣାଇ ଥିଲେ।ସେମାନଙ୍କ ପରାମର୍ଶ ଓ ଜାଣତରେ ମାସିକିଆ ଦେଇ ସଂଯୋଗ ପାଇଥିଲେ।ସଂଯୋଗ ଦେବାକୁ ଇନ କ୍ଵାରି କରିବା ନିମନ୍ତେ ଅଧିକାରୀଙ୍କୁ ନେହୁରା ହୋଇ ଡାକି ଆଣିଥିଲେ।ମାତ୍ର ରାସ୍ତା ସମ୍ପ୍ରସାରଣ ବେଳେ ଭାଙ୍ଗି ପଡ଼ି ନଇଁଥିବା ଖୁଣ୍ଟ ମରାମତି କିମ୍ବା ନୂତନ ଖୁଣ୍ଟ ନ ବସାଇ ବିଜୁଳି ଅଧିକାରୀ ନୂଆ ଖୁଣ୍ଟ ଲାଗି ମୋଟା ଅଙ୍କ ଦାବି କରିବାରୁ ଓ ନ ଦେଇ ପାରିବା ଯୋଗୁଁ ବିଜୁଳି ହୂକରେ ନେଇଛ,କେଶ ଦେବାକୁ ଗରିବ ହିତାଧିକାରୀ ଜଣଙ୍କୁ ଧମକ ଚମକ ମିଳିଥିଲା।ଏଥିରୁ ଯୁକ୍ତି ତର୍କ,ଓ ସ୍ଥାନୀୟ ଲୋକଙ୍କ ଏହାକୁ ସମର୍ଥନ ଯୋଗୁ ବିଜୁଳି କର୍ମଚାରୀ ଜଣକ ଥାନାରେ ହତ୍ୟା ଉଦ୍ୟମର ଲିଖିତ ଆରୋପ କରିଥିଲେ।ଘଟଣାର ତଦନ୍ତ କରିବାକୁ ଥାନାର ଏ ଏସ ଆଇ ଆଲୋକ କୁମାର ଷଡଙ୍ଗୀ ଆସିଥିଲେ।ହେଲେ ବିନା ପୁଲିସ ପୋଷାକରେ ଗଣ୍ଡଗୋଳ ସ୍ଥଳକୁ ଏପରି ତଦନ୍ତ କୁ ସାଧାରଣରେ ତୀବ୍ର ସମାଲୋଚନା କରାଯାଇଛି।ଏ ସମ୍ପର୍କରେ ଗଣ ମାଧ୍ୟମ ଉପରେ ସେ ବିଶେଷ ପ୍ରତିକ୍ରିୟା ଶିଳ ଓ ପ୍ରତିଶୋଧ ପରାୟଣ ହୋଇପଡ଼ିଥିବା କଟକ ଜିଲ୍ଲାା ଗ୍ରାମାଞ୍ଚଳ ଏସ ପି ଙ୍କ ନଜରକୁ ଟୁଇଟର ଯୋଗେ ଅଣାଯାଇଛି।ମାତ୍ର ଏ ପର୍ଯ୍ୟନ୍ତ ପଦକ୍ଷେପ ସମ୍ପର୍କରେ ଜଣା ପଡ଼ିନାହିଁ।