ପୁଲିସ ମୁଖ୍ୟାଳୟ ଓ କୋର୍ଟ ପାଖରେ ଚାଲିଛି ଜୁଆଆଡା!ପ୍ରଶାସନ ଜାଣି ଅଜଣା

ସୁବର୍ଣପୁର/ସୋନପୁର ୧୨/୯ (ସହର ପ୍ରତିନିଧି) ସୁବର୍ଣପୁର ଜିଲ୍ଲା ସୋନପୁର ସହର ର ପେଣ୍ଠସ୍ଥଳୀ କୁହାଯାଉଥିବା ଘୋଡାଘାଟପଡା ନିକଟରେ କଲେଜରୋଡ୍,ସରକାରୀ ମହାବିଦ୍ୟାଳୟ, ଜିଲ୍ଲାର ପୁଲିସ ଏସ.ପି ଅଫିସ ଠାରୁ ମାତ୍ର ୨୦୦ମିଟର ଦୂରତା, କଚେରୀ ଠାରୁ ୧୦୦ମିଟର ,ଓ ସୋନପୁର ଥାନା ଠାରୁ ୫୦୦ମିଟର ଦୂରତାରେ ନିୟମିତ ଭାବେ ଏକ ଜୁ ଆ ଆଡା ଚଳାଯାଉଛି ।ଫଳରେ ଛାତ୍ର,ଯୁବକ ,ବହୁ ଗରୀବ ଲୋକେ, ଓ ଦିନମଜୁରୀଆ ବାଟବଣା ହୋଇ ସର୍ବସ୍ୱାନ୍ତ ପାଲଟିଲେଣି । ଜିଲ୍ଲାର କେତେକ ତଳିଆ ପୁଲିସ କର୍ମଚାରୀ ବି ଏଥିରେ ସାମିଲଥିବା ଓ ଜୁଆରୁ ବଟି ଆଦାୟ କରୁଥିବାରୁ ଘଣ୍ଟ ଘୋଡାଉଥିବା ଅଭିଯୋଗ ହେଉଛି। ୧୫ଦିନ ହେବ ଏଭଳି ଏକ ଗୁରୁତ୍ୱପୂର୍ଣ ସ୍ଥାନରେ ନିୟମିତ ଜୁଆ ଖେଳ ଚାଲିଥିଲେବି ଜିଲ୍ଲାର ପୁଲିସ ମୁଖ୍ୟ କିପରି ଜାଣି ନପାରୁଛନ୍ତି ସେଥିନେଇ ଅଂଗୁଳି ଉଠିଛି । ରାଜ୍ୟ ଗ୍ରୁହ ବିଭାଗ ସଚୀବ ଓ ମୁଖ୍ୟମନ୍ତ୍ରୀ ଦ୍ରୁଷ୍ଟି ଦେବାକୁ ଦାବୀ ହେଉଛି।