ଦୁର୍ନିତି

ପୁଲିସ ରେକର୍ଡରେଅପରାଧୀ, ସମାଜ କାଗଜରସାମ୍ବାଦିକ ?

Spread the love

ରହସ୍ୟ କଣ ? କଟକ ୨୦।୯(ସ୍ୱ.ପ୍ର)- ସାମ୍ବାଦିକ ଜଗତ ପାଇଁ କଳଂକ ର ଖବର। ପୁଲିସ ରେକର୍ଡରେ ଦୁର୍ଦ୍ଦାନ୍ତ ଅପରାଧୀ,ଉତ୍କଳ ମଣିକଂ ମାନସ ସଂନ୍ତାନ, ପରାଧୀନ ଭାରତରେ ସ୍ୱାଧୀନତା ଆନ୍ଦୋଳନର ମୁକ୍ତିମଶାଲ ଜାଳିଥିବା “ସମାଜ” ଖବର କାଗଜର ସାମ୍ବାଦିକ ସାଜିଥିବା ଘୋର ଲଜ୍ଜାର ବିଷୟ ନୁହେଁ କି ?ଏକଥା ଆମେ କହୁନୁ ସୂଚନାଧିକାର ଆଇନରେ ପୁଲିସ ଠାରୁ ମିଳିଥିବା ତଥ୍ୟ ଏହାର ପ୍ରମାଣ। ସେଇ ପ୍ରମାଣକୁ ଆମେ ଆଜି ପାଠକ କଂ ଅବଗତି ନିମନ୍ତେ ଏଠାରେ ପେଶ୍ କରୁଛୁ ,ସେମାନେ ବିଚାର କରନ୍ତୁ ଯେ ସମାଜ ଖବର କାଗଜ ଏତେ ତଳକୁ ଖସିଯାଇଛି ଯେ ଏହାର ପ୍ରତିନିଧି ହେବାକୁ ଜଣେ ଉପଯୁକ୍ତ ପ୍ରାର୍ଥୀ ମିଳୁନାହାନ୍ତି। ଏକଥା ଯେ ସମାଜ କର୍ତ୍ତ୍ରୁପକ୍ଷ ଆଦୌ ଜାଣି ନାହାନ୍ତି ସେ କଥା ନୁହେଁ । ସବୁକାଗଜପତ୍ର ହାତରେ ଧରେଇ ଦିଆ ଯାଇଛି , ହେଲେ ଫଳ ଶୂନ ।ଏବେ କଥାଉଠିଲାଣି କି ନିଜକୁ ସମାଜ କାଗଜର ସାମ୍ବାଦିକ ବୋଲି ପରିଚୟ ଦେଇ କଟକ ଗ୍ରାମାଂଚଳ ଏସ.ପି କୁଂ କହି ଗୋବିନ୍ଦପୁର ଥାନାର ଜଣେ ମ୍ରୁତ ହୋମଗାର୍ଡ କଂ ବିଧବାପତ୍ନୀକୁଂ ପ୍ରେମ ନିବେଦନ ଓ ହଟହଟାର କାହାଣୀ। ରାସ୍ତା, ବାଟ,ଘାଟ ସବୁଠି ଚର୍ଚ୍ଚା ଲୋକେହସୁଛନ୍ତି କହୁଛନ୍ତି “ସେଇଦିନୁ ଜଗାଦାସ ଗାଁ କୁ ଫେରିନି…. “ନାଟକ କଥା । କେଉଁ ଜଗାଦାସ ?? ଆମ ଅନୁସଂଧାନ କେବେ ଫେଲ ମାରିନି ।ଧିରେ ଧିରେ ଖୋଲିବୁ ସବୁ କଥା।ହେଲେ କିଏ ସେ ଜଗାଦାସ ? କାହିଁକି ଫେରିନି ସେ ? ମରିଚି ନା ବଂଚିଛି ? ସମାଜ କାଗଜରେ ସୁପ୍ରିମ କୋର୍ଟ କଂ ରାୟ ଜାତୀୟ ରାଜପଥ ପାର୍ଶ୍ୱରେ ମଦ ଦୋକାନ ଲାଇସେନ୍ସ ନ ଦେବାକୁ ଥିଲା ମାତ୍ର ଅଡଶପୁର ଡେଟଲାଇନରେ ସମାଜକାଗଜରେ ରାୟର ଓଲଟା ବାହାରିଲା ।ଅଦାଲତ ଅବମାନନା ମାମଲା ରୁଜୁ ହେଲା ରାୟ ସମାଜ କାଗଜ ବିରୁଦ୍ଧରେ ଗଲା ଅଥଚ କାଗଜ କର୍ତ୍ତ୍ରୁପକ୍ଷକଂ ଚୈତନ୍ୟଉଦୟ ହେଲାନି ଏସବୁ ସେଇ ଗୋଟିଏ କାଗଜ ନିର୍ଦ୍ଦିଷ୍ଟ ଜଣକଂ କଥା। ଅଡଶପୁର ରେ ସରକାରୀ ଜମି ଅବରୋଧ ରୁ ବର୍ତ୍ତିବାକୁ ହାଇକୋର୍ଟରେ ମିଥ୍ୟା ସତ୍ୟପାଠରେ ଭୂମିହୀନ ବୋଲି ଦର୍ଶାଇବା ବି ସେଇଏକା ନାଟକର ଅନ୍ୟ ଏକ ଦ୍ରୁଶ୍ୟ । ତେବେ ସେଇ ମାମଲାରେ ଅନ୍ୟଏକ ମିଥ୍ୟା ସତ୍ୟପାଠ କୋର୍ଟକଂ ନଜରକୁ ଆସିଲା ପରେ ରେକର୍ଡ ତଲବ ହୋଇଛି ଯଦି ମିଛ ଜଣାପଡେ ନ୍ୟାୟାଳୟ ବଡ ଆର୍ଥିକ ଦଣ୍ଡ ଦେବେବୋଲି ରାୟ ଦେଇଛନ୍ତି ପାପର ଘଡା ପୁରାହେଲା ଯାଏ ବି ସମାଜ କାଗଜଏହି ବ୍ୟକ୍ତି ଜଣକୁଂ ଛାଡିପାରୁନି କାହିଁକି ? ରହସ୍ୟ ଟା କଣ ? ଆହୁରି ଅଛି କାପଡ ଖୋଲି ଗନ୍ଧ ଚାରି ଆଡକୁ ମହକିବା ଯାଏ।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]