breaking News ଅଂଚଳ ଖବର ଜିଲ୍ଲାଖବର ଦୁର୍ଘଟଣା ରାଜ୍ୟଖବର

ପୋଲଭାଂଗିଗଲା!ଅଧାରେ ଝୁଲି ରହିଚି ବାଲିବୋଝେଇ ଟ୍ରକ୍,ଅଳ୍ପକେ ବର୍ତ୍ତିଲେ ଚାଳକ।

Spread the love

ଏକ ବାଲିବୋଝେଇ ହାୱା ପୋଲଉପରେ ଯାଉଥିବା ବେଳେ ପୋଲ ମଝିରୁ ଭାଂଗିଯିବାରୁ ବାଲିସହ ଟ୍ରକଟି ପୋଲ ଅଧାରେ ଝୁଲି ରହିଛି। ଚାଳକ ନିଜ ଜୀବନ ବଂଚେଇବାରେ ଏକପ୍ରକାର ସକ୍ଷମ ହୋଇଛନ୍ତି ।ପ୍ରାପ୍ତ ସୂଚନାନୁଯାୟୀ କାକଟପୁର ବ୍ରାଂଚ କେନାଲ (କେ.ବି.ସି) ର ଗୋବିନ୍ଦପୁର ବଜାର ନିକଟରେ ଥାନା ଆଡକୁ ଯାଇଥିବା ରାସ୍ତାରେ ନିର୍ମିତ ଏହି ପୋଲଟି ବହୁ ପୁରୁଣା ପ୍ରାୟ ୪୦ବର୍ଷରୁ ଉର୍ଦ୍ଧ୍ୱ ହେଲାଣି ।ତେଣୁ ଏହାର ପୁନଃ ନିର୍ମାଣ ନିମନ୍ତେ ଦୀର୍ଘଦିନରୁ ଦାବୀ ହୋଇଆସୁଥିଲା ମାତ୍ରଏଥିପ୍ରତି କେହି ଧ୍ୟାନ ଦେଉ ନ ଥିଲେ । ପୋଲର ବାଡା ଭାଂଗି ପଡିଥିବାବେଳେ ଅନେକଥର ଛୋଟ ବଡ ଦୁର୍ଘଟଣା ମଧ୍ୟ ଘଟିଥିଲା।ତଥାପି ବି ଭାଗଏହାକୁ ବିପଦଶଂକୁଳ ଘୋଷଣା କରୁ ନ ଥିଲା କିମ୍ବା ଭାରୀଯାନ ଚଳାଚଳକୁ ମଧ୍ୟ ନିଷେଧ କରା ଯାଇ ନଥିଲା।କେନାଲରେ ଭରାପାଣି ଚାଲିଥିବା ବେଳେ ଆସନ୍ନ ବାତ୍ୟା “ବୁଲବୁଲ”ର ତାଣ୍ଡବ ଆଜି ଅପରାହ୍ନରୁ ଆରମ୍ଭ ହୋଇଛି ଏହି ସମୟରେ ମାତ୍ରାଧିକ ପରିମାଣର ବାଲି ଲଦି ଉକ୍ତ ଦୁର୍ବଳ ପୋଲଉପରେ ହାଇୱାଟି ଯାଉଥିବା ବେଳେ ଅଧାରେ ପୋଲ ଦୁଇଖଣ୍ଡ ହୋଇ ଭାଂଗି ଯାଇଥିଲା ଚାଳକ ନିଜ ଜୀବନ ବଂଚାଇବାକୁ ଗାଡିଛାଡି ଓହ୍ଲାଇ ପଳାଇବାରେ ସକ୍ଷମ ହୋଇଥିଲେ।ଏବେ ଉଭୟପଟରୁ ସମସ୍ତପ୍ରକାର ଯୋଗାଯୋଗ ବିଛିନ୍ନ ହୋଇଯାଇଛି ।

କେବିସି କେନାଲର ଗୋବିନ୍ଦପୁର ନିକଟରେ ପୋଲ ଭାଂଗିପଡିଲା ଅଧାରେ ଝୁଲି ରହିଛି ବାଲି ବୋଝେଇ ହାଇୱା:ଅଳ୍ପରେ ବର୍ତ୍ତିଲେ ଚାଳକ (ସତ୍ୟାନୁସଂଧାନ) (୮/୧୧/୨୦୧୯)

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]