ପ୍ରେମପ୍ରତାରଣା:ଯୁବତୀକୁଂ ହତ୍ୟା,ବିରିଡି ନଦୀପଠାରୁ ଗଳିତ ଶବକୁଉଦ୍ଧାର କଲା ପୁଲିସ
ଜଗତସିଂହପୁର ୧୭।୯ ( ଜିଲ୍ଲା ପ୍ରତିନିଧି) ଦୀର୍ଘ ୪୦ବର୍ଷପରେ ଇତିହାସ ପୁଣିଥରେ କଡଲେଉଟାଇଛି । ଯେଉଁ ବିରିଡିବ୍ଲକ ଅନ୍ତର୍ଗତ ଦେବୀନଦୀ ଶାଖା ବିଲୁଆଖାଇ ନଦୀ ପଠାରୁ ସାମ୍ବାଦିକା ଛବିରାଣୀକଂ ଗଣବଳାତ୍କାର ଓ ହତ୍ୟାର ଶୀକାର ଶବକୁ ପୁଲିସ ଉଦ୍ଧାର କରିଥିଲା ଆଜି ଆଉ ଥରେ ସେଇ ବିରିଡି ବ୍ଲକ ବିଲୁଆଖାଇ ପଠାରୁ ଆଉ ଜଣେ ତରୁଣୀର ରକ୍ତରଂଜିତ ଗଳିତ ଶବକୁ ବିରିଡିପୁଲିସ ଉଦ୍ଧାର କରିଛି । ସୂଚନାନୁଯାୟୀ,ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଭିଂଗାରପୁରର ନିହାରୀକା ପାତ୍ର ନିଜ ମାମୁଁଘର ବିରିଡିରେ ରହି ପାଠପଢୁଥିଲେ। ସେ ହାଜିପୁରର ଏକ ନର୍ସିଂ ଅନୁଷ୍ଠାନରୁ ଶିକ୍ଷାଲାଭପରେ କଟକର ଏକ ବେସରକାରୀ ଚିକିତ୍ସାଳୟରେ କାର୍ଯ୍ୟ କରୁଥିଲେ।ସେଠାରେ କାର୍ଯ୍ୟକରୁଥିବା ବିରିଡି ହାଜିପୁରର (ରାଜ) ଓରଫ କିଶୋର ଆଂଚଲ ସହ ପ୍ରେମ ସଂପର୍କ ଗଢିଉଠିଥିଲା । ତେବେ ପ୍ରାୟ ୮ଦିନ ହେଲା ନିହାରୀକା(୨୩) ନିଖୋଜ ଥିବାରୁ ମଧୁପାଟଣା ଥାନାରେ ଏତାଲା ହୋଇଥିଲା। ଆଜି ପ୍ରତ୍ୟୁଷରେ କିଛି ସ୍ଥାନୀୟ ଲୋକ ନୂଆପାରୀ ଗ୍ରାମ ପାଖ ବିଲୁଆଖାଇ ନଦୀପଠା ବେଣା ଓ ଜୁଣ ପରିବେଷ୍ଟିତ ଘାସବଣରେ ଏକ ମୁହଁବନ୍ଧା ଅଖାରେ କିଛି ପଡିଥିବା ଓ ସେଥିରୁ ପଚାଗନ୍ଧ ବାହାରୁଥିବା ଜାଣିବାକୁ ପାଇଥିଲେ। ସେମାନେ ବିରିଡି ପୁଲିସକୁ ଖବର ଦେବାପରେ ପୁଲିସ ସେଠାରେ ପହଂଚି ଅନୁସଂଧାନ ଆରମ୍ଭ କରିଥିଲା । ପଲିଥିନ ଅଖା ପୁଲିସ ଖୋଲିବାପରେ ସେଥିରେ ଏକ ଲୁଗାରେ ବନ୍ଧା ହୋଇଥିବା ହାତଗୋଡ ବନ୍ଧା ଅବସ୍ଥାରେ ଥିବା ମ୍ରୁତ ଯୁବତୀର ରକ୍ତ ରଂଜିତ ପଚାଶବ ଉଦ୍ଧାର ହୋଇଥିଲା । ସାଇଣ୍ଟିଫିକଟିମ ର ପରୀକ୍ଷାନିରୀକ୍ଷାପରେ ମଧୁପାଟଣା ଥାନାରେ ପୂର୍ବ ଏତାଲାକ୍ରମେ ମ୍ରୁତା ଯୁବତୀକଂ ପରିବାରକୁ ଖବର ଦିଆଯାଇଥିଲା । ସେମାନକଂ ଚିହ୍ନଟପରେଏହା ନିହାରୀକାକଂ ର ଶବ ବୋଲି ନିଶ୍ଚିତ ହୋଇଥିଲା । ପାରିପାର୍ଶ୍ୱିକ ଅବସ୍ଥାକୁ ଲକ୍ଷ୍ୟ କଲେ ଏହା ଜଣିକିଆ କାମ ହୋଇ ନ ଥାଇ ପାରେ ,ଓ ହତ୍ୟାକାଣ୍ଡର ସ୍ଥାନ ବି ଏଠାରେ ନୁହେଁ ବୋଲି ପ୍ରତୀୟମାନ ହେଉଛି ।ତେବେ ଘଟଣାଟି ପ୍ରେମ ସଂପର୍କ ଜନିତ ବୋଲି ନିହାରୀକାକଂ ମା’ ପ୍ରତିମା ଓ ପରିବାର ଲୋକେ ଅଭିଯୋଗ କରିଥିବାରୁ ଦୈହିକ ପ୍ରେମ ସଂପର୍କ ପରେ ବିବାହ ଦାବୀରୁ ଏପରି ଯୋଜନାବଦ୍ଧ ହତ୍ୟାବୋଲି ଆଶଂକା ପ୍ରକାଶ ପାଉଛି। ଫେରାର ଅଭିଯୁକ୍ତର ଗିରଫ , ବ୍ୟବଛେଦ ରିପୋର୍ଟ ମିଳିବାପରେ ଘଟଣାର ବାସ୍ତବ ଚିତ୍ର ପଦାକୁ ଆସିବ ବୋଲି ବିଶ୍ୱାସ କରାଯାଉଛି ।

