ପ୍ରେମୀ -ଯୁଗଳ ଫେରାର !ଜଣେ କନିଆଁକୁ ଦୁଇ ବର ଆଶାୟୀ ? ଜଣେ ହେଲା ଶିଶୁପାଳ
କଟକ ୧।୯ (ସ୍ୱ.ପ୍ର) କଟକ ଜିଲ୍ଲା ଗୋବିନ୍ଦପୁର ଥାନାନ୍ତର୍ଗତ ସାଇଲୋ ଝାରପଡା ପଂଚାୟତ,ଝାରପଡା ଗ୍ରାମ ବାରିକ ସାହିରୁ ଜଣେ ବି.ଜେ.ଡି ର ଛାମୁଆ କର୍ମୀକଂ ଝିଅକୁ ଭୋଦଳ ଗ୍ରାମର ଜଣେ ଦଳିତ ବର୍ଗ ଯୁବକ ଧରି ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି ।ଫଳରେ ବିଜେଡି କର୍ମୀଜଣକଂ ଚାପରେପଡି ପୁଲିସଏହି ପ୍ରେମୀଯୁଗଳ କୁଂ ଧରିବାକୁ ପ୍ରାଣ ପଣେ ଉଦ୍ୟମ ଚଳାଇଛି ।ଅପରପକ୍ଷରେ ପ୍ରେମୀ ଯୁଗଳ ଧରା ନପଡି ଆଇନଗତ ଭାବେ କିପରି ବିବାହ ମାନ୍ୟତା ହାସଲ କରିବେ ସେମାନେ ବିଭିନ୍ନ ସ୍ଥାନରେ ଲୁଚି ବୁଲୁଛନ୍ତି ।ସୂଚନା ଯୋଗ୍ୟ କି,ପରକୀୟା ଅବୈଧ ପ୍ରେମରେ ଉବୁଟୁବୁ ମା ‘ ର ପ୍ରେମକୁ ଝିଅ ବିରୋଧ କରିବାରୁ ମା’ ତାକୁ ନିଜ ବାପଘରେ ଛାଡିଥିଲା ହେଲେ ସେଠାରେ ଝିଅର ପ୍ରେମ ବି ମା ‘କୁ ବଳିଗଲା ,ଫଳରେ ପ୍ରେମିକ ସହ ମାମୁଁଘରୁ ଲୁଚିପଳେଇବାର ୩ ଦିନପରେ ତା ନିଜ ଘରକୁ ମାମୁଁ ଘରୁ ଖବର ଆସିଲା । ଅପରପକ୍ଷରେ ଅନ୍ୟଜଣେ ଯୁବକ ଯେ କି ବାପର ଟେଣ୍ଟହାଉସ କାମରେ ସାହାଯ୍ୟ କରୁଥିଲା ତାହାର ହଂସପାଳ ନିକଟ ନହରକଣ୍ଟାରେ ଘର,ସେ ବି ଉକ୍ତ ଝିଅକୁ ଭଲପାଉଥିଲା ଓ ବାହାହେବାକୁ ମନ କରିଥିଲା । ତା ସହ ବିବାହ ସ୍ଥିର ହୋଇ ମୁଦିପିନ୍ଧା ସରିଛି ।କେବଳ ବରଘର ମୁଦିପିନ୍ଧେଇ ସାରିଥିଲେ ବିବାହ ପାଇଁ ତିଥି ଓ ଲଗ୍ନ ଧରା ହୋଇଥାନ୍ତା ,ଏମିତି ଘଟଣାରୁ ସେ ଏବେ ଶିଶୁପାଳ ହୋଇଛି ,ଯଦିଓ ସଂପୂର୍ଣ ଆଶା ଛାଡିନି।ସେ ଏକଥା ଜାଣିବାପରେବାହା ହେବାକୁ ରାଜି ଥିବାରୁ ଏବେ କିଛି ମଧ୍ୟସ୍ଥ ପ୍ରେମିକର ମାଉସୀଘର କୁହାଯାଉଥିବା ବରଡା ରେ ପ୍ରେମୀଯୁଗଳ ଲୁଚିଥିବା ଖବର ପାଇ ସେଠାକୁ ବୁଝାଶୁଝା କରି ଆଣିବାକୁ ଯାଇଛନ୍ତି।ଦେଖାଯାଉ ଆଗାମୀ ଦିନରେ ଏ ଚୋର -ପୁଲିସ ଖେଳଭିତରେ ବିଜେଡି ବାପାର ରାଜନୈତିକ ପଶାପାଲିରେ କିଏ ଜିତୁଛି ସମୟ କହିବ। ତେବେ ମା’ ର ଅବୈଧ ପ୍ରେମ କାହାଣୀ ସାଂଗକୁ , ଝିଅକୁ ବାହା ହେବାକୁ ଦୁଇ ଆଶାୟୀ ଯୁବକକଂ ପ୍ରେମ, ଅଂଚଳରେ ବେଶ୍ ଚର୍ଚ୍ଚା ର ଖୋରାକ ଯୋଗାଇଛି।