breaking News ଅଂଚଳ ଖବର ଜିଲ୍ଲାଖବର

ନର୍ସନିହାରିକା ହତ୍ୟାକାଣ୍ଡ ପରେ ଆଉଜଣେ ନର୍ସ ଲୋରାରାଣୀକଂ ଜୀବନ ବିପଦରେ !

Spread the love
ସେବିକା ଲୋରା ରାଣି ସାହୁକଂ ନିର୍ଯ୍ୟାତନା ବୟାନ ୨୪।୧୧।୨୦୧୯

ନର୍ସ ନିହାରିକା ହତ୍ୟାକାଣ୍ଡ ଘଟଣା ଲୋକକଂ ମନରୁ ଲିଭି ନ ଥିବା ବେଳେ।ନିଆଳି ଠାରେ ଥିବା ଆଉଏକ ବେସରକାରୀ ଚିକିତ୍ସାଳୟରେ କାର୍ଯ୍ୟରତ ନର୍ସ ଲୋରାରାଣିକଂ ଜୀବନ ଏବେ ପ୍ରେମିକରୁ ସ୍ୱାମୀ ପାଲଟିଥିବା ଯୁବକକଂ ଦ୍ୱାରା ବିପନ୍ନ ହୋଇଛି ଫଳରେ ନିଆଳି ପୁଲିସର ସହାୟତା ସେ ଲୋଡିଛନ୍ତି । ପ୍ରଥମେ ପ୍ରେମ,ତାପରେ ମିଠା ପ୍ରତିଶ୍ରୁତି , ଆଉ ସାତଜନ୍ମକୁ ସାଥୀ ହେବା ନିଷ୍ପତ୍ତିରେ ହୋମ ନିଆଁକୁ ସାକ୍ଷୀରଖି ବିବାହ । ଅଳ୍ପକେତୋଟି ଦିନର କାମନା ବାସନା ଚରିତାର୍ଥ ପରେ ପ୍ରତାରଣା।ତେବେ ପ୍ରତାରଣା ତ କିଏକାହାକୁ ଦେଇଛି ତାହା ସମୟ କହିବ।ଆସନ୍ତୁ ଜାଣିବା ଘଟଣାର ସବିଶେଷ କାହାଣୀ।ନିଆଳି ଥାନା ନୂଆ ଗାଁର ଧନେଶ୍ୱର ସାହୁ ଜଣେ ଚାଷବନ୍ଦୀରେ ପରିବାର ପ୍ରତିପୋଷଣ କରୁଥିବା ବ୍ୟକ୍ତି । ଝିଅ ଲୋରାରାଣିକୁଂ ବହୁକଷ୍ଟରେ ପାଠ ପଢେଇ ଥିଲେ।ନିଆଳିର ବେସରକାରୀ ସେବାସଦନରେ ଲୋରାରାଣୀ ନିଯୁକ୍ତି ପାଇ ନିଜ ପରିବାରକୁ ପ୍ରାପ୍ତ ଦରମାରେ ଦୁଃଖେସୁଖେ ଚଳାଇନେବାରେ କିଛି ସାହାଯ୍ୟ କରୁଥିଲେ ।ସେବାସଦନରେ କାର୍ଯ୍ୟରତ କର୍ମଚାରୀ ଜ୍ଞାନେଶ କୁମାର ଜ୍ୟୋତି ରଂଜନ ମିଶ୍ରକଂ ସହିତ ପ୍ରେମ ସଂପର୍କ ଗଢିଉଠିଲା । ଉଭୟ କୋର୍ଟ ମ୍ୟାରେଜ କଲେ ,ଓ ବେଦୀ ବାହାଘର ବି ହୋଇଥିଲା।ଏତେ ପରେମାତ୍ର ଅଳ୍ପ କେତୋଟି ଦିନର ସୁଖ ସଂସାର ଚୁନା ହେବାକୁ ଆରମ୍ଭ କଲା।ଲୋରାରାଣୀକଂ ଅଭିଯୋଗ ଅନୁଯାୟୀ ପ୍ରେମିକରୁ ସ୍ୱାମୀ ପାଲଟି ଥିବା ଜ୍ଞାନେଶକଂ ପରକୀୟା ପ୍ରୀତି ଧରାପଡିଲା।ନିଜ ଦରମା ସହ ସେ ଲୋରାରାଣିକଂ ଦରମା ବି ନେଇଯାଉଥିଲେ । ଏଥିସହିତ ସେ,ତାଂକ ମା’ଓ ମାଉସୀ ମିଶି ଲୋରାକୁଂ ଦେଢଲକ୍ଷ ଟଂକା ଯୌତୁକ ଦାବୀରେ ମାନସିକ ତଥା ଶାରୀରିକ ନିର୍ଯ୍ୟାତନା ଦେଉଥିଲେ।ଜୀବନରୁ ମାରିଦେବାକୁ ଧମକ ବି ଦେଇଥିଲେ ।ଅଗତ୍ୟା ଉପାୟ ନ ପାଇ ଲୋରା ନିଆଳି ପୁଲିସରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଅଭିଯୁକ୍ତ ମାନେ କେଉଁଆଡେ ଚାଲିଯାଇଛନ୍ତି।ଆମପ୍ରତିନିଧି ସେମାନକଂ ଘରେ ପହଂଚି ମତାମତ ନେବାକୁ ଚାହିଁଥିଲେ ମାତ୍ର ସେମାନେ ମିଳି ନ ଥିଲେ ଘର ଚାବିପଡିଥିଲା ଲୋରାକଂ ଶାଶୁ ଶକୁନ୍ତଳା ମିଶ୍ର କାଳିଆ ଘାଇ ଘୋଡାଟିକିଲି ଗାଁ ରେ ଅଂଗନୱାଡି କର୍ମୀଅଛନ୍ତି ସେଠାରେ ସେ ଥାଇପାରନ୍ତି ଭାବି ଆମ ପ୍ରତିନିଧି ପହଂଚିଥିଲେ କିନ୍ତୁ ପାଇ ନ ଥିଲେ । କେନ୍ଦ୍ରର ହେଲପର କଳ୍ପନାମିଶ୍ର କହିଥିଲେ କି ସେ ୧୬ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଅସୁସ୍ଥତା ନିମନ୍ତେ ଛୁଟି ନେଇଛନ୍ତି ।ତେବେ କୁଆଡେ ଗଲେ ଶକୁନ୍ତଳା ମିଶ୍ର ?କେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି ?ଅଭିଯୋଗ ପରେ ନିଆଳି ସି.ଡି.ପି.ଓ ଛୁଟି ମଂଜୁର କଲେ କିପରି ?ଗିରଫ ଭୟରେ ଅଭିଯୁକ୍ତକୁଂ ଖସାଇବାରଏହା ଚକ୍ରାନ୍ତ ନୁହେଁ ତ ?ଆମ ପ୍ରତିନିଧି ତଦନ୍ତକାରୀ ଅଧିକାରୀକଂ ପ୍ରତିକ୍ରିୟା ସଂଗ୍ରହ ନିମନ୍ତେ ନିଆଳି ଥାନାରେ ପହଂଚି ଥିଲେ ମାତ୍ର ଥାନାରେ କେହି ନ ଥିଲେ । ପିଡୀତ ମାନକଂ ବୟାନ ପାଠକ ମାନକଂ ଅବଗତି ନିମନ୍ତେ ପେଶ୍ କରୁଛୁ।ଆଜିର ପ୍ରେମ ଓ ନାରୀର ସୁରକ୍ଷା ନେଇ ପ୍ରଶ୍ନବାଚୀ ସ୍ରୁଷ୍ଟି ହୋଇଥିବାରୁ ସରକାର ଗୁରୁତ୍ୱ ଦେବାକୁ ଦାବୀ ହୋଇଛି ।

Leave a Reply

Your email address will not be published. Required fields are marked *

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]