ଦେଶ-ପରଦେଶଖବର

ଫାଶିପାଇଁ ନିଆଗଲା ଗଳାମାପ:ତୁହାଇ ତୁହାଇ କାନ୍ଦୁଛନ୍ତି ୪ ନିର୍ଭୟା ଗଣ ବଳାତ୍କାରୀ

Spread the love

ତିହାର ଜେଲରେ ବନ୍ଦୀଥିବା ଚାରୀ ନିର୍ଭୟା ଗଣ ବଳାତ୍କାରୀ ଏବେ ତିହାର ଜେଲର କଡା ସୁରକ୍ଷା ଭିତରେଫାସି ସମୟ ଯେତିକି ଯେତିକି ପାଖେଇ ଆସୁଛି ତୁହାଇ ତୁହାଇ ସେତିକି କାନ୍ଦୁଛନ୍ତି ୪ଅପରାଧୀ।ଜେଲ ପରିସରରେ ଫାଶିର ଡମି (ଅଭ୍ୟାସ କାର୍ଯ୍ୟ) ଚାଲିଛି।ଶନିବାର ଚାରି ଦୋଷୀକଂ ଗଳାର ମାପ ଫାଶି ଦଉଡା ନିମନ୍ତେ ନିଆଯାଇଛି।ଏହି ମାପରେ ଫାଶି ପ୍ରସ୍ତୁତ କରାଯିବ।ପ୍ରତ୍ୟେକକଂ ଉଚ୍ଚତା ,ଓଜନ ଅଲଗା ଅଲଗା ମପାଯାଇଛି।ଆସନ୍ନ ମ୍ରୁତ୍ୟୁକୁ ଖୁବ୍ ନିକଟରୁ ଦେଖୁଥିବା ୪ଜଣ ଖୁବ୍ କାନ୍ଦୁଛନ୍ତି। ଜେଲ କର୍ତ୍ତ୍ରୁପକ୍ଷକଂ ସୂଚନାନୁଯାୟୀ ଫାଶି ଦେବା ଆଗରୁ ଏହି ଚାରିଜଣକଂ ଡମି ପ୍ରସ୍ତୁତ କରାଯାଇ ଫାଶିଦେବାର ଅଭ୍ୟାସ କରାଯାଉଛି।ଦୋଷୀକଂ ଶେଷ ଇଛା ମୁତାବକ ପରିବାର ବର୍ଗକୁଂ ଭେଟିବା ସୁଯୋଗ ଦିଆଯାଉଛି।ଦୋଷୀ ମୁକେଶର ମା ପୁଅକୁ ଭେଟିବାକୁ ଜେଲକୁ ଦେଖିବାକୁ ଆସିଥିଲେ ।ଅନ୍ୟମାନକୁଂ ଭେଟିବାକୁ କେହି ଆସିନାହାନ୍ତି । ତିହାର ଜେଲ କର୍ତ୍ତ୍ରୁପକ୍ଷ କହିଛନ୍ତି କି କୋର୍ଟକଂ ଦ୍ୱାରା ମ୍ରୁତ୍ୟୁର ପରୱାନା ଜାରୀ ହେବା ପରେ ନିର୍ଭୟା ଘଟଣାର ସମସ୍ତ ଦୋଷୀକୁଂ ଅଲଗା ଅଲଗା ଜେଲରେ ରଖାଯାଉଛି।ଉତ୍ତର ପ୍ରଦେଶରୁ ୨ଜଣ ଘାତକ ମଗାଯାଇଛି।ଅପରପକ୍ଷରେ ୪ଦୋଷୀକଂ ମଧ୍ୟରୁ ବିନୟଶର୍ମା ଓ ମୁକେଶ ସିଂହକଂ ଦ୍ୱାରା ଦାଖଲ କ୍ୟୁରେଟିଭ ପିଟିସନ ଉପରେ ସୁପ୍ରିମ କୋର୍ଟ ୧୪ଜାନୁଆରୀରେ ଶୁଣାଣୀ କରିବାକୁ ରହିଛି । ବିଚାରପତି ରମନ୍ନା,ବିଚାରପତି ଅରୁଣ ମିଶ୍ର, ବିଚାରପତି ନରିମାନ,ବିଚାରପତି ଭାନୁମତି, ଓ ବିଚାରପତି ଅଶୋକ ଭୂଷଣକଂ ବେଂଚ ଏହି ପିଟିସନଉପରେ ଶୁଣାଣୀ କରିବେ ।

ମଂଗଳବାର ୭ଜାନୁଆରୀ ୨୦୨୦ରେ ଦିଲ୍ଲୀର ପାତିଆଲାହାଉସ କୋର୍ଟ ନିଭୟା ମାମଲାର ଚାରି ହତ୍ୟାକାରୀ ପବନ ଗୁପ୍ତା ,ମୁକେଶ ସିଂହ,ବିନୟଶର୍ମା,ଓ ଅକ୍ଷୟ ଠାକୁରକୁଂ ଫାଶି ୱାରେଣ୍ଟ ଜାରୀକଲେ ଓ ୨୨ଜାନୁଆରୀ ୨୦୨୦ ସକାଳ ୭ଟାବେଳକୁ ସମୟ ଧାର୍ଯ୍ୟ କଲେ । ଦିଲ୍ଲୀର ତିହାର ଜେଲ ୩ ନମ୍ବରରେ ଏହି ଫାଶି ଘର ପ୍ରସ୍ତୁତ ହେଲା

୧୬ ଡିସେମ୍ବର ୨୦୧୨ ରେ ୨୩ ବର୍ଷୀୟା ମହିଳାକୁଂ ଚଳନ୍ତା ବସ ଭିତରେ ଅତି ନିର୍ଦ୍ଦୟ ଭାବରେ ୬ ଅଭିଯୁକ୍ତ ଗଣ ବଳାତ୍କାର ପରେ ଗାଡିରୁ ବାହାରକୁ ଫିଂଗିଦିଆ ଯାଇଥିଲା। ୬ ଅଭିଯୁକ୍ତକୁଂ ଧରାଯିବାପରେ ଜଣେ ନା ବାଳକକୁ ବାଳଅପରାଧୀ ଭାବେ ସୁଧାର ଗ୍ରୁହକୁ ପଠାଯାଇଥିଲା।ଅନ୍ୟଜଣେ ବିଚାରାଧୀନ ବନ୍ଦୀ ରାମସିଂହ ତିହାର ଜେଲରେ ଫାଶିଦେଇ ଆତ୍ମହତ୍ୟା କରିଥିଲା

ଦିଲ୍ଲୀର ତିହାର କେନ୍ଦ୍ରୀୟ କାରାଗାର ନଂ ୪
ତିହାରଜେଲରେ ବିଚାରାଧୀନ ଅବସ୍ଥାରେ ଫାଶିଦେଇ ଆତ୍ମହତ୍ୟା କରିଥିବା ନିର୍ଭୟା ମାମଲାର ଅଭିଯୁକ୍ତ ରାମସିଂହ
ଫାଶିଦେବାକୁ ପ୍ରସ୍ତୁତ ଘାତକ ପବନ ଜହ୍ଲାଦ
ତିହାର ଜେଲ

Leave a Reply

Your email address will not be published. Required fields are marked *

ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପଥରେ କେନ୍ଦ୍ରରେ ଆଉଥରେ ମୋଦୀ ସରକାର!!

Spread the love

Spread the loveବ୍ୟୁରୋ ନିଉଜ,୨୫/୦୫ ସାଧାରଣ ନିର୍ବାଚନର ଅନ୍ତିମଚରଣ କେବଳ ଏବେବାକି,ସମସ୍ତଙ୍କ ମନରେ […]

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ:ରାଜ୍ୟ ବାର କାଉନସିଲ ମାନେ ଅଧିବକ୍ତା ପଞ୍ଜିକରଣ ଦେୟ ୬୦୦ଟଙ୍କାରୁ ଅଧିକ ନେଇପାରିବେ ନାହିଁ

Spread the love

Spread the loveକଟକ(ସ୍ଵ.ପ୍ର)ଦେଶର ସର୍ବୋଚ୍ଚ ଅଦାଲତ ମାନ୍ୟ ବର ସୁପ୍ରିମ କୋର୍ଟଙ୍କ ଐତିହାସିକ […]

ଏସ.ଭି ନିର୍ତାର,ଓଲଟପୁରର ନୂତନ ୧୦୦ ଶଯ୍ୟା,କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

Spread the love

Spread the loveଓଲଟପୁର ସ୍ଥିତ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତି […]