ଦୁର୍ନିତି

ବିଜେଡି ମାନିଆ ପ୍ରାଥମିକ ଶିକ୍ଷକ,ନାଏବ ସରପଞ୍ଚ ନିର୍ବାଚନରେ ଧରାପଡ଼ି ୮ ଘଣ୍ଟା ହେଲା ଉତ୍ୟକ୍ତ ଜନତାଙ୍କ ଦ୍ୱାରା ଅଟକ; ପାଟସୁନ୍ଦରପୁର ହାଟ ପୁଲିସ ଛାଉଣୀ!

Spread the love

ପ୍ରାଥମିକ ଶିକ୍ଷକରୁ,ସି.ଆର.ପି କୁ ପଦୋନ୍ନତି ପରେ କଣ୍ଟା ପଡ଼ା ବ୍ଲକରେ କାର୍ଯ୍ୟରତ ଶିକ୍ଷକ ଅଜିତ ମହାପାତ୍ର।ମାତ୍ର ଶିକ୍ଷକତା ଅପେକ୍ଷା ନିଜକୁ ବିଜେଡିର ଅନୁଗତ କର୍ମୀ ଭାବେ ନିଜ ପରିଚିତି ମଜଭୁତ ନିମନ୍ତେ ଉଦ୍ୟମ ଜାରି ରଖିଥିବା ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା।ଶିକ୍ଷକଙ୍କ ପ୍ରତି ସହାନୁ ଭୂତି,ନ୍ୟାୟ ପାଇଁ ଲଢେଇ ବଦଳରେ ଶିକ୍ଷକ ପ୍ରତାପ ମଲ୍ଲି କଙ୍କୁ ନିରାଶ ମୂଳକ ପରାମର୍ଶ ଦେଉଥିଲେ ବୋଲି ଅଭି ଯୋଗ ହୋଇଥିଲା।ହେଲେ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ସପକ୍ଷରେ କାର୍ଯ୍ୟ କରି ବିଜେପି ପ୍ରାର୍ଥୀଙ୍କୁ ହରାଇବା କୁ ପ୍ରିଜାଇଡିଂ ଅଫିସର ଭାବେ ପକ୍ଷପାତ ପନ୍ଥା ଧରା ପଡି ଗଲା।ଫଳରେ ୮ ଘଣ୍ଟାରୁ ଉର୍ଦ୍ଧ୍ବ ପଞ୍ଚାୟତ କାର୍ଯ୍ୟାଳୟରେ ଅଟକ ରହିବା ସହିତ ସମଗ୍ର ପଞ୍ଚାୟତ କାର୍ଯ୍ୟାଳୟ ବାହାର ପୁଲିସ ଛାଉଣୀରେ ପରିଣତ ହୋଇଛି

କଟକ ଗ୍ରାମାଞ୍ଚଳ ପ୍ରତିନିଧି,୧୧/୩ ପ୍ରାପ୍ତ ସୂଚନା ଆଧାରରେ ଜଣା ପଡ଼ିଛି ଯେ,ସି.ଆର୍.ପି,ପ୍ରାଥମିକ ଶିକ୍ଷକ ଅଜିତ ମହାପାତ୍ର କଣ୍ଟା ପଡ଼ା ବ୍ଲକ ବଡ଼ପାଟସୁନ୍ଦରପୁର ପଞ୍ଚାୟତର ନାଏବ ସରପଞ୍ଚ ନିର୍ବାଚନ ନିମନ୍ତେ ପ୍ରିଜାଇଡିଂ ଭାବେ ଆଜି ଉକ୍ତ ପଞ୍ଚାୟତ କାର୍ଯ୍ୟା ଳୟରେ ପହଞ୍ଚିଥିଲେ।ମଞ୍ଜୁବାଳା ଭୋଇ ବିଜେପି ସମର୍ଥିତ ପ୍ରାର୍ଥୀ ଥିବା ବେଳେ କୃଷ୍ଣଚନ୍ଦ୍ର ଭୋଇ ବିଜେଡି ସମର୍ଥିତ ଥିଲେ। ଉଭୟ ଙ୍କୁ ୧୦ଟି ଲେଖା ସମାନ ସମାନ ଭୋଟ ମିଳିଥିଲା।ମାତ୍ର ଅଭି ଯୋଗ ଅନୁଯାୟୀ ଟାଇ ହୋଇଗଲେ ଗୁଳା ପଡ଼ିବ,ଓ ବିଜେଡି ସମର୍ଥିତ ପ୍ରାର୍ଥୀ କାଳେ ଜିତି ନ ପାରିବେ ସେଥିଲାଗି ଶ୍ରୀ ମହା ପାତ୍ର ବିଜେପି ସମର୍ଥିତ ମଞ୍ଜୁବାଳାଙ୍କ ଗୋଟିଏ ଭୋଟକୁ ନାକଚ ଦର୍ଶାଇ ଥିଲେ।ଫଳରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହେଲା।ବିଡ଼ିଓ ସନ୍ତୋଷ କୁମାର ପତିଙ୍କୁ ଘଟଣାରେ ହସ୍ତକ୍ଷେପ ନିମନ୍ତେ ଦାବି ହେଲା,ବିଡ଼ିଓ ଶ୍ରୀ ପତି ଘଟଣା ସ୍ଥଳରେ ପହଞ୍ଚି ଲେନ୍ସ ଓ ସ୍କେଲ ସାହାଯ୍ୟରେ ଯାଞ୍ଚ କରି ନିର୍ଣ୍ଣୟ ଦେଲେ ଯେ ଯେହେତୁ ମୋହରର ୮୫%ମଞ୍ଜୁବାଳାଙ୍କ ପକ୍ଷରେ ରହିଛି ତେଣୁ ଏହା ନାକ ଚ ନୁହେଁ।ସର୍ବ ସମକ୍ଷରେ ଏହି ରାୟ ପ୍ରଦାନ କରି ବିଡ଼ିଓ ଚାଲି ଗଲା ପରେ ବି ପ୍ରୀଜାଇଡିଂ ଅଫିସର ଶ୍ରୀ ମହାପାତ୍ର ଏହାକୁ ମାନି ନ ଥିଲେ।ହେଲେ ଲୋକେ ନ ଛୋଡବନ୍ଦା ତେଣୁ ଶ୍ରୀ ମହାପାତ୍ର ଏ ପର୍ଯ୍ୟନ୍ତ ଆନ୍ଦୋଳନକାରୀଙ୍କ ଦ୍ଵାରା ଅଟକ ଅଛନ୍ତି।ସମଗ୍ର ସ୍ଥାନ ଏବେ ପୁଲିସ ଛାଉଣୀରେ ପରିଣତ ହୋଇଛି।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]