
ବିନା ଉତ୍ପାଦନରେ,ଅନ୍ୟର ସାମଗ୍ରୀକୁ ନିଜର ଦର୍ଶାଇ ଉତ୍ପାଦକ ପୁରସ୍କାର! ଓଡିଶାକୁ ଘୋର ଲଜ୍ଜା



ବିନା ନିଜସ୍ୱ ଉତ୍ପାଦନରେ ଅନ୍ୟର ଉତ୍ପାଦନକୁ ନିଜର ବୋଲି ଦର୍ଶାଇ ଉତ୍ପାଦନ କର୍ତ୍ତା ପ୍ରତିପାଦିତ,ଉପସ୍ଥାପିତ,ବିଜ୍ଞପିତ କରିବା,ଅନ୍ୟର ଉତ୍ପାଦିତ ସାମଗ୍ରୀ ଉପରେ ନିଜର ବୋଲି ଲେଖି ଟାମ୍ପରିଂ କରିବା,ଦର୍ଶାଇବା କପିରାଇଟ/ପାଟେଣ୍ଟ ଆଇନ ଅନୁଯାୟୀ ଅପରାଧ ଓ ଦଣ୍ଡନୀୟ।ଲୁଧିଆନାରେ ଦୁଇ ଚକିଆ ସାଇକେଲର ଫ୍ରେମ,ହାଣ୍ଡେଲ,ଆଦି ସମସ୍ତ ଅଂଶ ପ୍ରସ୍ତୁତ କରୁଥିବା କମ୍ପାନୀଟିକୁ ଉତ୍ପାଦନ କର୍ତ୍ତା କୁହାଯିବ ନା ସାଇକେଲର ପାର୍ଟ ଗୁଡିକୁ ପାଖ ସହରର ଜଣେ ହୋଲସେଲର ଠାରୁ କିଣିଆଣି,ଗାଁ ରେ ଫିଟିଂ କରି ସାଇକେଲ ଠିଆ କରୁଥିବା ମିସ୍ତ୍ରୀ/ଦୋକାନୀ ଟିକୁ ଉତ୍ପାଦନ କର୍ତ୍ତା କୁହାଯିବ?ସେ ମିସ୍ତ୍ରୀ ଜଣକଂ ସେହି ପ୍ରଦେଶରେ ନିଜକୁ ଉତ୍ପାଦନ କର୍ତ୍ତା ଦର୍ଶେଇ ଯଦି ପୁରସ୍କାର ପାଏ ତାହା କେବଳ ହାସାସ୍ପଦ ନୁହେଁ ବରଂ ଓଡିଶାକୁ ଘୋର ଲଜ୍ଜା ନୁହେଁ କି?ଏମିତି ଏକ ଘଟଣାର ପର୍ଦ୍ଦାଫାଶକୁ ନେଇ ଆଜି ଆମର ଏହି ବିଶେଷ ପ୍ରତିବେଦନ:-ଆସନ୍ତୁ ଜାଣିବା































