
ବିରୋଧୀ ବାମ୍ଫରେ ସିଝିଗଲା ବିଜେଡି;ପ୍ରମୋଦ ଓ ସମର୍ଥକ ନିରାଶ

କଟକ ଗ୍ରାମାଞ୍ଚଳ (ନି.ପ୍ର)ବଢୁଥିବା ପ୍ରମୋଦ ବି ରୋଧୀଙ୍କ ହାୱାରେ କଣ୍ଟାପଡ଼ା ପଞ୍ଚାୟତ ସମିତି ବିଜେଡି ହାତରୁ ଖସିଯିବା ପରେ ଏବେ ବଡ଼ ନିରା ଶ ଅବସ୍ଥାରେ ପ୍ରମୋଦ ଓ ତାଙ୍କ ସମର୍ଥକ ମାନେ, ଘାଇ ସବୁ ମୁକୁଳା ଯେତେ ବନ୍ଧେଇଲେ ବି ସୋଲ ପରି ଭାସି ଯାଉଛି ସେ ସୁଅରେ।ଏଣିକି ସୁଅ ବି ପ୍ରଖର ହେବାରେ ଲାଗିଲାଣି।ଏହାର ପ୍ରଭାବ ଆ ଜି ପ୍ରମୋଦ ବିଜେଡି ଓ ବିରୋଧୀ ବିଜେପି ମଧ୍ୟ ରେ ଆଜିର ତୁ… ତୁ… ମେ ..ମେ ରୁ ସ୍ପଷ୍ଟ ହୋଇ ଛି।ଆଜି ଥିଲା କଟକଜିଲ୍ଲା,ନିଆଳି ନିର୍ବାଚନ ମ ଣ୍ଡଳୀ ଅନ୍ତର୍ଗତ କଣ୍ଟାପଡ଼ା ପଞ୍ଚାୟତସମିତିବୈଠ କ।ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ବୈଠକ ଆରମ୍ଭ ହୋଇଥିଲା।ମଞ୍ଚରେ ଥିଲେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଜିନ୍ନାଭୋଇ,ଉପାଧ୍ୟକ୍ଷ ଜଚିନ୍ଦ୍ର ବରା ଳ,ନିଆଳି ବିଧ୍ୟାୟକ ଡାକ୍ତର ପ୍ରମୋଦ ମଲ୍ଲିକ, ଜଗତସିଂହପୁର ଲୋକସଭା ସାଂସଦଙ୍କ ପ୍ରତିନିଧି ବିମାନ ବିହାରୀ ବେହେରା ଅତିରିକ୍ତ ବିଡ଼ିଓ ରୁବୀ ତପସ୍ଵିନୀ ଦାସ,କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ କୁମାର ସାମନ୍ତରାୟ,ଜିଲ୍ଲାପରିଷଦ କ୍ରୀଷ୍ଣାରାଣୀ ବେହେରା,ପୀୟୂଷ ମିଶ୍ର ପ୍ରମୁଖ।ଆମ ଓଡ଼ିଶା ନବୀନ ଓଡ଼ିଶାରେ କାମକୁ ନେଇ ଆରମ୍ଭ ହୋଇ ଥିଲା ବାକ ବିତଣ୍ଡା,ଗାଇଡଲାଇନ ଦେଖାଇ ବିଜେ ଡି ବିରୋଧୀ ଦଳକୁ ଚାପି ଦେବାକୁ ଚେଷ୍ଟା କରି ଥିଲା, ଏ ମିତିକି ନିଜେ ବିଧାୟକ ସମିତି ଅଧ୍ୟକ୍ଷା ଙ୍କର ଏଥିରେ କିଛିନାହିଁ ବୋଲି କହିବା ପରେ ସମିତି ଅଧ୍ୟକ୍ଷା ସୁଶ୍ରୀଜିନ୍ନା ବାରମ୍ବାର ଠିଆହୋଇ ଗର୍ଜିଥିଲେ,ଏମିତିକି ଜିଲ୍ଲା ପରିଷଦ ସଦସ୍ୟ ପୀୟୂ ଷ ମିଶ୍ର ବିଧ୍ୟାୟକଙ୍କୁ ସମର୍ଥନ ଦେବାକୁ ଚେଷ୍ଟା କରି ବି ବିଫଳ ହୋଇଥିଲେ।ଅପର ପକ୍ଷରେ ଡିମିରି ପଞ୍ଚାୟତ ସରପଞ୍ଚ ଅଭିଷେକ ମହାପାତ୍ର ଜିନ୍ନାଙ୍କ ସପକ୍ଷରେ ଗର୍ଜିଥିଲେ।ମଝିରେ ବ୍ରାହ୍ମଣ ସାଇଲୋ ସମିତି ସଦସ୍ୟ ପ୍ରଶାନ୍ତ କୁମାର ପାଢ଼ୀ ଓ ଜିନ୍ନାଙ୍କ ମଧ୍ୟରେ ପରିସ୍ଥିତି ପୁରା ମୁହାଁମୁହିଁ ହୋଇ ଯାଇଥିଲା।ଏସବୁ ଭିତରେ ଅଧ୍ୟକ୍ଷା ଯିନ୍ନା ଓ ଉପାଧ୍ୟକ୍ଷ ଯଚିନ୍ଦ୍ର ବରାଳ ଖୁବ୍ ଖୁସ ମିଜାଜରେ ଥିବା ଦେଖିବାକୁ ମିଳିଥିବାସ୍ଥଳେ ପ୍ରମୋଦ କେମିତି ନିରାଶରେ ଭାଙ୍ଗିପଡ଼ିଥିଲେ ଏହା ଆମେ କହୁ ନାହୁଁ,ଯାହା ଫଟୋ ଓ କ୍ୟାମେରା କହୁଛି ତାହା ଆପଣ ବି ଦେଖନ୍ତୁ।

କୁଣିଆ ହୋଇ ଆସିଥିଲେ ମାମଲତ୍କାର ସାଜୁଥିଲେ,ମହିଳା ଚେୟାରମାନଙ୍କ ବର୍ଷଣ ଖାଇ ବାମ୍ଫରେ ସିଝିଗଲେ