
ବେଆଇନ ବାଲିଉଠାଣ ଦ୍ଵିପାଞ୍ଚଳ ପ୍ରତି ବନ୍ୟା ଭୟ!!!
ମୋହନ ସରକାରଙ୍କ ପାଇଁ ନିଜ ଦଳର ଲୋକେ ଏବେ ବିପଦ!!!କଣ କରିବେ ଏବେ ସଚ୍ଚୋଟ ସରକାର??

କଟକ ଗ୍ରାମାଞ୍ଚଳ ଜିଲ୍ଲା (ନି.ପ୍ର)କଣ କରିବେ ଏବେ ସଚ୍ଚୋଟ ମୋହନ ସରକାର??ଯେ ଦିନେ ଖଣି ଅଞ୍ଚଳରୁ ବାରମ୍ବାର ନିର୍ବାଚିତ ହୋଇ ମଧ୍ୟ ଅସାଧୁ ଖଣିମାଫିଆ ଓ ପୁଲିସ ସହ ଲଢ଼ୁଥିଲେ,ଓ ନିଜକୁ ଗିରଫ କରା ଯାଉ ବୋଲି ଦାବି କରୁଥିଲେ,ଯାହାଙ୍କର ସଚ୍ଚୋଟତା,ସାଧୁତା ହିଁ ମୂଳ ପୁଞ୍ଜି,ଯେ ନିଜେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଉଚ୍ଚ ଆଦର୍ଶରେ ଅନୁ ପ୍ରାଣିତ,ଚାକଚକ୍ୟ ବିହୀନ ନିଜପୈତୃକ ଖପରୁଲି ଘରେ ରହି ଯୋଗୀର ଜୀବନ ବିତାଉଛନ୍ତି।ତାଙ୍କ ସରକାର ପାଇଁ ଆସୁଆସୁ କଣ୍ଟା ସାଜିଛନ୍ତି କେତେକ ସଦ୍ୟ ଆମଦାନୀ ଖଣିମାଫିଆ।ଲଘୁଖଣିଜ କୁହାଯାଉଥିବା ଓଡିଶାର ୧୮୬୮ଟି ନଦୀବାଲି ସୈରାତରେ ପ୍ରତି ରାତିରେ କୋଟିକୋଟି ଟଙ୍କାର ରାଜସ୍ବ ରାଜ୍ୟ ରାଜକୋଷ ବଦଳରେ ତାମିଲ ପକେଟକୁ ଯାଉ ଥିଲା।ହେଲେ ଏବେ ବି ସେଥିରେ କିଛି ବି ତ ଲଗାମ ଲାଗି ନାହିଁ,ବରଂ ଏଥିସହ ବିନାନିଲାମରେ ଦେବୀନଦୀରୁ ଆରମ୍ଭ ଓ କନ୍ଦଳନଦୀର ଜିରୋ ପଏଣ୍ଟ କୁହାଯାଉଥିବା କଟକଜିଲ୍ଲା,ଗୋବିନ୍ଦପୁର ଥାନାରୁ ଅନତି ଦୂର, ଅଣ୍ଡେଇସାହି ନିକଟରେ ମେସିନ୍ ଲଗେଇ ଶହ ଶହ ଟ୍ରିପ ନଦୀ ବାଲି ଦିନ ଓ ରାତି ବୋହି ନେଉଛନ୍ତି ମାଫିଆ ବୋଲି ଅଭିଯୋଗ ହୋଇଛି।ସବୁଠୁ ମଜ୍ଜା କଥା ଯେ ଅଭିଯୋଗକାରୀ ଓ ଗ୍ରାମବାସୀ ବିଜେପି ସମ ର୍ଥକ ହୋଇଥିବାସ୍ଥଳେ ବାଲିମାଫିଆ ବି ସଦ୍ୟଆମଦାନୀ ବିଜେପି ସଂଗ ଠକ,ସୁବିଧାସୁଯୋଗ ଉଣ୍ଡି ଫାଇଦା ଆଶାରେ ଏଣ୍ଟ୍ରି ମାରିଥିଲେ, ଯେତେ ବେଳେ କି ଓଡ଼ିଶାରେ ମୋଦୀ ସୁନାମି ବୋହିବା ଆରମ୍ଭ କରିଥିଲା। ଏବେ ମୁଖ୍ୟ ପ୍ରସଙ୍ଗ ଯେ ଏହି ବାଲି ଉଠାଣରୁ ସରକାରଂକ ରାଜକୋଷ କୁ ଟଙ୍କାଟିଏ ବି ଆସୁନଥିବା ବେଳେ ନଦୀବନ୍ଧ କଡ଼କୁ ଲାଗି ରହି ଥିବା ଗ୍ରାମବାସୀ ଓ ସମଗ୍ର ଦ୍ଵିପାଞ୍ଚଳ ପ୍ରତି ବନ୍ୟାଭୟ ଗ୍ରାସିଛି।ପୁରା ନଦୀବନ୍ଧ କୁ ହାଣି ଭାରିଯାନ ଉଠାଣ ରାସ୍ତାତିଆରି କରାଯାଇଛି।ପୁଲିସକୁ ଅଭି ଯୋଗ ଗଲା ପରେପରେ ମାଫିଆଙ୍କପାଖରେ ତାହା ଆଗ ପହଞ୍ଚିଯାଉଛି।ଫଳରେ ପୁଲିସ ପହଞ୍ଚିବା ଆଗରୁ ମାଫିଆ ଛପି ଯାଉଛନ୍ତି।
