ଦୁର୍ନିତି

ମଣିକଂ ହାତରେ ପଣ୍ଡାକଂ ଦଣ୍ଡା !

Spread the love

(ଲଘୁପାକ) ଦି ଜଣକଂ ଘର ପାଖାପାଖି।କହିବାକୁ ଗଲେ ଗୋଟାଏ ଜାତି,ଗୋଟାଏ ଗାଁ,ଗୋଟାଏ ସାହି,ଖାଲି,ଏକାନାହି ଦି ଖଣ୍ଡ ନୁହଁ ଯାହା।ଦି ଜଣକଂ ବାପା ଗୋଟାଏ ମନ୍ଦିରରେ ପୂଜାଉଜା ଠାକୁର ପାଣିଦେଇ ପେଟ ପୋଷୁଥିଲେ।ପାଠ ପଢିବା ବୟସରେ ଦିହିଁକଂ ବାପା ଆଗପଛ ହେଇ ଉପରକୁ ବାଟ କାଟିଲେ।ବୟସରେ ଦି ଚାରିବର୍ଷ ବଡଟା ବାପା ସୁକ୍ରୁତରୁ ଠାକୁରେ ଜନ୍ମରୁ ନିଦାଘ ଛୋଟା କରି ଜନ୍ମ କରିଚନ୍ତି,ନିଦାଘ ବଦମାସ ବି,ଚାଲିଗଲା ଶଗଡରେ ହାତମାରିଦବ।ବହୁତଆଡୁ ଦିହ ଦରଜିଆ ଓଷଦପତ୍ର ଖାଇ ଟିକେ ସବ୍ରାତରେ ଅଛି।ପାଠ ତ ପଢିଲେନି,ନଈପୋଖରୀ ପହଁରାଠୁ ବିଲରେ ଗୁଲିଗେଣ୍ଡା,ମୀନ ଚିପିବାଯାଏ କାମକରି ଦିନସାରା କାଦୁଅ ସାଲୁବାଲୁରେ ଘରକୁ ଫେରିବା ପରେ ମା’ ଖାଇବାକୁ ଦେବାରେ ଟିକେ ବିଳମ୍ବହେଲେ ମାର ଧର। ବିଧବା ମା’ ବାପା ଗଲାପରେ ବାହାର ଲୋକ ଏସବୁ କାରନାମା ଦେଖି ରାଣ୍ଡି ଛୁଆଟା ବୋଲି କହିଲେ।ତଥାପି ସୁଧୁରିଲେ ନି।କେତେ କାହାର ପରାମର୍ଶ ବି ପାଣିରେ ପଡିଲା ଦିନେ ବିଧବା ମା’ କାନ୍ଦିକି ଆତ୍ମହତ୍ୟା କରିଦେବାକୁ ନିଷ୍ପତ୍ତି ପୁଅକୁ କହିଲା।ଏ କଥାଶୁଣି ପୁଅର ହେଜ ପଶିଲା। ଭାବିଲା ବାପା ଗଲାପରେ ମା’ ଯଦିଚାଲିଯିବ ତାହାଲେ ସେ ରହିବ କୋଉଠି?ଖାଇବ କଣ ?ପୁଅ କାନ୍ଦିଲା, ମା’ ବି । ଦୁହେଁ ବୁଝା ବୁଝି ନିଜ ଭିତରେ ହେଲେ।ମା ଦେଖିଲା ଓଷଦ ପୁଅକୁ ଠିକ ଧରିଚି,ଏତିକି ବେଳେ ଓରଉଣ୍ଡି ମା କହିଲା ଠାକୁରକୁଂ କେତେ ନେହୁରା ହେଇ ଡାକିଥିଲି ଠାକୁରେ ପୁଅ ଟାଏ ଦବ,ତା ଛାଇରେ ମୋ ଦିନ କଟିଯିବ, ଠାକୁରେ ଡାକଶୁଣିଲେ ହେଲେ ଭୋଳାନାଥ ନିଶାରେ ଥିଲେ କି କଣ ତାଳଗଛୁଟାଏ ଦେଇପକେଇଲେ ଛାଇ ଜମାରୁ ନାହିଁ ।ଆରେ ଦୁର୍ଭାଗ୍ୟକୁ ବାପ ସିନା ଚାଲିଗଲା ପାଠ ପଢେଇପାରିଲିନି ହେଲେ ପଢ ନପଢ,ମନ୍ତ୍ର ଜାଣ ନ ଜାଣ ଠାକୁର ପାଣିଦେଲେ ପା’ ତୋ ପଇସା କିଏ ଖାଇବ? ପଇସା କମେଇବା ନିଶାରେ ତହିଁ ପରଦିନ ସାଇର ଆର ନନାକୁ ସାଥୀକରି ଦୁହେଁ ନିଜନିଜ ବାପମାନକଂ ବ୍ରୁତ୍ତି ଧରିଲେ।ଦୁହେଁତ ଖୁସ ,ଘରଲୋକେ ବି ଖୁସ ଏ ଅଚାନକ ବଦଳିବା ଦେଖି।ତେଣିକି ଠାକୁର ପାଖରେ,ମନ୍ଦିର ଭିତରେ କଣ ଗୁଣୁଗୁଣୁ ହେଇ ଶେଷକୁ ବଡପାଟିରେ’ ବିଶ୍ୱମ୍ବର ହେ ବିଦ୍ମହି … ତନ୍ନୋ ବିଷ୍ଣୁ ପ୍ରଚୋଦୟାତ୍ କହିଲେ ବି କେଡେ କେଡେ ପାଠୁଆ ଅଫିସର ପୁଅ ବି ଭୁଲ ଧରିପାରିବ ନା ମୁହଁଉଠେଇ ପଚାରିପାରିବାକୁ ସାହସ କୁଳେଇପାରିବ ଯେ ଶିବମନ୍ଦିରରେ ବିଷ୍ଣୁକଂ ମନ୍ତ୍ରରେ ପୂଜା କରୁଚ କଣ?କାରଣ ନନା ସାକ୍ଷାତ ଠାକୁରକଂ ଲୋକ କାଳେ ଅଭିଶାପ ଦେଇଦେବେ ନ ହେଲେ କହିଦେବେ ହଇଓଆମେ ଯଦି ମନ୍ତ୍ର ଜାଣିନୁ,ଭୁଲନକରୁଚୁଆଜିଠୁ ଆମପୂଜା ରହିଲା ନିଅ ଏଥର ତୁମେ ପୂଜାକର,ଆମେ ଚାଲିଲୁ।ତେଣିକି ପରିସ୍ଥିତି ପୁରା ସାଂଘାତିକ ଗାଁ ଟା ସାରାଲୋକ ଅଶାନ୍ତିହେବେ। କିଏ କହିବ ହଇଓ ବ୍ରାହ୍ମଣ ମୁଖେ ବେଦ ସାର,ତାକଂ ବାପା ତାଂକ ବାପା ପାଂଚପିଢୀ ଗଲାଣି ସେଇଥିରେ ସେମାନେ ମନ୍ତ ଶିଖିନାହାନ୍ତି ହଉ ଯଦି ଜାଣି ନାହାନ୍ତି ନିଅ ଏଥର ତୁମେ ପୂଜାଉଜା ସମ୍ଭାଳ,ସେମାନେ ତ ଛାଡିଦେଇ ଗଲେ।ପୁଣି କିଏ କହିବ ସେ ନ ଜାଣିଲେ,ମନ୍ତ୍ରଭୁଲ କଲେ ତାଂକ ପାପ ତାଂକର,ଆମେ କହିବାକୁ କିଏ?ଦେବ ଦେବ ମହାଦେବ କିଏ?ପୁଣି ବିଷ୍ଣୁ କିଏ?ହରି ଆଉ ଶଂକର ମିଶି କି ପା ହରିଶଂକର।ସେମାନେ ସବୁ ଆଡେ ଅଛନ୍ତି।ଏ ଭିତରେ ନନା ମାନକଂ ସପକ୍ଷରେ ଗାଁ ର ପୁରା ଲୋକେ।ସମସ୍ତେ ସାଷ୍ଟାଂଗ ମୁଣ୍ଡିଆ ମାରି ଭୂଲମାଗି ଘରୁ ଡାକି କରି ମନ୍ଦିରକୁ ଆଣିଲେ, ନନା ମାନକଂ ଉତ୍ପାତ ବଢିଲା,କହିବ କିଏ?ଯିଏ କିଛି ବି କହିବ ତାକୁ ଗୋଟାଏ ବଡ ବିପଦକୁ ଘରୁ ବି ସାମ୍ନା କରିବାକୁ ପଡିବ।ଏଣିକି ନନାକଂ ଉପରେ ଲୋକକଂ ଭରଷା ବି ବଢିଛି,ମନ୍ଦିରରେ ନିଇତି ସଂଧ୍ୟାରେ ନନା ମାନକଂ ଟେଳା ଭକ୍ଷଣ ବି ବଢିଚି।ଏମିତିକି ସଂକ୍ରାନ୍ତି, ସୋମବାର ଭିଡବଢୁଥିବା ଦେଖି ପରିଶ୍ରମ ଆଳରେ ଘରୁ ବି ସୋମରସ ପାନ ଅଘୋଷିତ ଭାବେ ମଂଜୁର।ସେଇ ବିଶ୍ୱାସରେ ଝଡାଫୁଂକାଂରୁ ବି ଭଲଆୟ ହେଲାଣି।ମନ୍ଦିର ରେ ଗହଳି,ସୋମବାର,ସଂକ୍ରାନ୍ତିରେ ଆଉ ସୁନ୍ଦରୀ ମହିଳାକଂ ଭିଡ ଦେଖି ଉଲୁକୁମତ୍ତା ନନା ଦି ଜଣ ଭିନ୍ନାର୍ଥ ବୋଧକ ସାଧୁଶବ୍ଦ ବି ଫିଂଗିଲେଣି କେତେକ ସୁନ୍ଦରୀ ଦାନ୍ତ ନେଫେଡି ସହ୍ୟ ବି କରିନେଲେଣି,ଆଉ ପଂଜେ ସଂପୂର୍ଣ ପୁରୁଷ ନୁହେଁ ତ ଅର୍ଦ୍ଧନାରୀଶ୍ୱର କହିଲେ ଠିକ ହେବ କାରଣ ଦି ନନା ଯୋଉଦିନ ପରସ୍ପର ଅଶାଳୀନ ଭାବେ ମନ୍ଦିର ହତାରେ ଥଟା ମଜ୍ଜାରେ ଲୋକକଂ ଆଗରେ ଉଲଗ୍ନ ହୋଇ ଧରାଧରି ହେଲେ,ଭିନ୍ନାର୍ଥ ବୋଧକ,ନିଷିଦ୍ଧ ବୋଲିରେ କୁହାକୁହି ହେଲେ। ଜଣେ କିଏ ମହିଳା ମାନକୁଂ ବୁଝଉଥିଲା ହେ କିଛି ସେଗୁଡା ଭାବନା,କାଇଁ ନା ସେମାନେ ଟିକେ ଅଧିକା ଭାଂଗ ବୋଧେ ଆଜି ପକେଇ ଦେଇଚନ୍ତି।ଏକଥା ଉଦାହରଣର ଅସଲ କାରଣକୁ ଏବେ ଜାଣନ୍ତୁ।କଣ୍ଟାପଡା ନିଆଳିରେ ବହୁ ମହାପଂଡିତ,ପୁଲିସ ରେକର୍ଡରେ ନରହତ୍ୟା ଅଭିଯୁକ୍ତ,ମହିଳାଅସଦାଚରଣକାରୀ, ଦଳିତନିର୍ଯ୍ୟାତନାକାରୀ ସାମ୍ବାଦିକମାନେ ସବ ଜାନତାର ବାନା ବୋହୁଚନ୍ତି।ଏଠି ଲୋକେ ବି ସେମିତି,କ୍ୟାମେରାରେ ତାଂକ ମୁହଁ କେମିତି ଦେଖାଯିବ ସେଥିପାଇଁ ବଡ ବ୍ୟାକୁଳ । ତେଣୁ କାର୍ଯ୍ୟପଛେ ଅଣ ସାମ୍ବାଦିକର ହେଇଥାଉ।ପଣ୍ଡା ବାବୁକଂ ଓ.ଟି.ଭି ଏଠାରେ ଜଣେପ୍ରତିନିଧି ଦେଇଚନ୍ତି ହେଲେ ବୁମ ଧରିଚନ୍ତି କିଏ?ଟିକେ ଫଟୋ ଓ ଭିଡିଓ ଟିକୁ ଦେଖନ୍ତୁ !ବୁମ ଧରିବାରେ ଯେତିକି ଦୋଷ ନୁହେଁ ସବୁଠୁ ବଡଦୋଷ,ଯେ ଜଣେ ଚାନେଲ ସହ ଜଡିତ ନ ଥିବା ଖାଲି ନୁହେଁ,ବରଂ ସମାଜ ଖବରକାଗଜ ସହ ଜଡିତ ଥିବା ବ୍ୟକ୍ତି ଓ ଟିଭିଭି ପାଇଁ ଅଣ କ୍ଷମତାପନ୍ନ,ଅବାଂଛିତ ବ୍ୟକ୍ତି ସେ ଓ.ଟି.ଭି ସାକ୍ଷାତକାର ନେବ କେମିତି?ଏପରି ଅଧିକାର ଦେଲା କିଏ?ରାଜ୍ୟରେ,ଦେଶରେ ଏପରି ଆଉ କେଉଁ ସବୁ ଚାନେଲରେ ଏପରି ହୁଏ?ରାଜ୍ୟରେ ପ୍ରାୟତଃ ଏକ ନମ୍ବର ଓଡିଆ ଚାନେଲ ଭାବେ ମାନ୍ୟତା ପ୍ରାପ୍ତ ଚାନେଲରେ ଏହା କେତେଦୂର ଶୋଭନୀୟ?ସେଥିରେ ଏହା ବାଜିବ କେମିତି ?ସିଧାସଳଖ ଲୋକକଂ ସହ ଏହା ଧୋକ୍କାବାଜି ନୁହେଁ ତ ଆଉକଣ?ଆଜି ଏପ୍ରଶ୍ନ ସାଧାରଣ ଜନତାର ବୈଜୟନ୍ତ ପ୍ରେମୀ,ଓ.ଟି.ଭି ପ୍ରେମୀ ତଥା ସମସ୍ତ ଓଡିଆ ପ୍ରେମୀକୁଂ।ବୈଜୟନ୍ତ ବାବୁଏକଥା ଜାଣିଲେଣି ତ?କିଛିଦିନ ହେଲା ନିଯୁକ୍ତି ପାଇଥିବା ସଂପ୍ରୁକ୍ତ ପ୍ରତିନିଧିକଂ ସଂପର୍କରେ ବହୁଳ ଅଭିଯୋଗ ଥିଲା ଯେ ତାଂକୁ ମିଳିଥିବା ଓଟିଭି ଦଣ୍ଡାକୁ ଅନ୍ୟ ଗଣମାଧ୍ୟମ ପ୍ରତିନିଧି ବୁଲେଇ ଦେଖେଇ ବେଶ୍ ମୋଟା ଅଂକ ଚାନ୍ଦା ଆଦାୟ କରୁଛନ୍ତି !କାହିଁ ତାକଂଦଣ୍ଡା ସବୁ କୁଆଡେ ଗଲା କି?ନିଜରଦଣ୍ଡା ଥାଇ/ ନ ଥାଇ ଅନ୍ୟଜଣକଂର ଧରିବାକୁ ଲାଜ ଲାଗିଲାନି?ଚୋଲି କେ ପିଛେ କ୍ୟା ହୈ ? ନା ପେଟପାଇଁ ମାଧିଆ ଯୋଗୀ ?ଏହା ଗଣମାଧ୍ୟମର ଧାରାପ୍ରତି ଉଲଂଘନ ତଥା ଦୂରୁପଯୋଗ କି ନା ବିଚାର ଆପଣମାନକଂର ।

ବୈଜୟନ୍ତ ଜାଣିଲେଣି ତ?

OTV BOOM IN THE CLAUSE OF SAMAJ AND MISUSED BY UNAUTHERISED PERSON

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]