breaking News ଜିଲ୍ଲାଖବର ଦୁର୍ଘଟଣା ରାଜ୍ୟଖବର

ମଧ୍ୟାନ୍ନଭୋଜନ ରୋଷେଇବେଳେ ବିଧବା ପାଚିକାକଂ ହାତ ପୋଡିଗଲା:ଅର୍ଥାଭାବରୁ ଚିକିତ୍ସାରେବାଧକ, କର୍ତ୍ତ୍ରୁପକ୍ଷକଂ ଅମାନବୀୟତା,ଧରାଛୁଆଁ ଦେଉନାହାନ୍ତି!

Spread the love

ଅମାନବୀୟତାର ଚରମ ନିଦର୍ଶନ ! ମଧ୍ୟାହ୍ନ ଭୋଜନ ରୋଷେଇ ନିମନ୍ତେ ଡାବ ନାହିଁ କି ଭାତଛଣାଟିଏ ବି ଯୋଗାଇ ନଦେଇ ବିଦ୍ୟାଳୟ କର୍ତ୍ତ୍ରୁପକ୍ଷ ୪୦ ପିଲାକଂ ନିମନ୍ତେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ଗୋତି ଶ୍ରମିକ ପରି ନିୟୋଜିତ କରିଥିବା ଜଣେ ଗରୀବ ଓ ବିଧବା ମହିଳା ପାଚିକାକଂ ଭାତରୁ ପେଜ ଗାଳୁଥିବା ବେଳେ ଭାରସାମ୍ୟ ହରାଇ ତାହା ତାଂକ ହାତଉପରେ ଖସିପଡିବାରୁ ଦୁଇହାତ ଗୁରୁତର ଭାବେ ପୋଡିଯାଇଛି ଫଳରେ ସେ ଏବେ ମରଣ ସହ ଲଢୁଛନ୍ତି । ଅର୍ଥାଭାବ ଚିକିତ୍ସାରେ ବାଧକ ସାଜିଛି ।ଅଥଚ କର୍ତ୍ତ୍ରୁପକ୍ଷ ସୁ ଚିକିତ୍ସା ବନ୍ଦୋବସ୍ତ କରିବାତ ଦୂରର କଥା ମେଡିକାଲରେ ସାଲାଇନ ଲଗାଯାଇଥିବା ବେଳେ ନିଜେ ସଂଧ୍ୟା ପୂର୍ବରୁ ଘରକୁ କେମିତି ଫେରିବେ ସେଥିପାଇଁ ଅଧାରୁ ସାଲାଇନ ବନ୍ଦ କରାଇ ଘରକୁ ଚାଲ ଭଲହୋଇଯିବ କହିଥିଲେ ଓ ମେଡିକାଲରୁ ଫେରାଇ ଆଣିଥିବା ଅଭିଯୋଗ ହୋଇଛି ।ଘଟଣାଟି କଟକ ଜିଲ୍ଲା ,କଣ୍ଟାପଡାବ୍ଲକ ,କଣ୍ଟାପଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଂଗଳବାର ମଧ୍ୟାହ୍ନରେ ଘଟିଛି ।

ଶଯ୍ୟାଶାୟୀ ଥିବା ସସ୍ମିତା ସାହୁ (୨୭) କଂ ମାଆ କନକଲତା ସାହୁକଂ ସୂଚନାନୁଯାୟୀ ,ମଧ୍ୟାହ୍ନ ଭୋଜନ ପାଚିକା ଭାବେ ସସ୍ମିତା କାର୍ଯ୍ୟ କରୁଥିଲେ ୪୦ ପିଲାକଂ ନିମନ୍ତେ ରୋଷେଇ କରିବାକୁ ପଡୁଥିଲେ ହେଁ ଡାବ କି ଭାତଛଣା ଟିଏ ଯୋଗାଇ ଦି ଆ ଯାଉ ନ ଥିଲା ।ଏତେ ଜଣକଂ ଖାଦ୍ୟ ରନ୍ଧନ ପରେ ପେଜ ଗାଳିବାକୁ ପଡୁଥିଲା ମାତ୍ର ମଂଗଳବାର ହଠାତ୍ ପେଜଗାଳିବା ବେଳେ ହାତରୁ ଭାତହାଣ୍ଡି ତାକଂ ହାତଉପରେ ଖସିପଡିଥିଲା । ତାଂକ ଅବସ୍ଥା ଭଲନାହିଁ ଅଥଚ ମାନବିକତା ରୁ ଦୂରେଇଯାଇ କର୍ତ୍ତ୍ରୁପକ୍ଷ ଦୂରତା ରକ୍ଷାକରୁଛନ୍ତି। ବ୍ଲକ ଶିକ୍ଷାଧିକାରୀ ଦେବେନ୍ଦ୍ର କୁମାର ବାରିକ କୁଂ ଯୋଗାଯୋଗ କରାଯାଇଥିଲା ସେ ଘଟଣାକୁ ସ୍ୱୀକାର କରିଥିଲେ ହେଁ ଚିକିତ୍ସା କରାଯାଇଛି କହିଥିଲେ।

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]