ଜିଲ୍ଲାଖବର ଦୁର୍ଘଟଣା

ମଧ୍ୟାହ୍ନ ଭୋଜନ ପାଚିକାକଂ ହାତପୋଡିଯିବା ପ୍ରସଂଗ:ଘଟଣାର ୩ଦିନପରେ ପ୍ରଧାନ ଶିକ୍ଷୟତ୍ରୀକୁଂ ଚିଠିଲେଖି ମାନବିକତା କଥା ଉଠାଇଲେ ବ୍ଲକଶିକ୍ଷାଧିକାରୀ

Spread the love

ଗୋଟିଏ ହତା ,ଗୋଟିଏ ଫାଟକ , ପ୍ରଧାନଶିକ୍ଷୟତ୍ରୀକଂ କାର୍ଯ୍ୟାଳୟରୁ ବ୍ଲକଶିକ୍ଷାଧିକାରୀକଂ କାର୍ଯ୍ୟାଳୟ ର ଦୂରତା ମାତ୍ର ଅତିବେଶୀରେ ୨୦ କି ୩୦ ଫୁଟ ହେବଅଥଚ ଦୂର୍ଘଟଣାର ୩ ଦିନ ପରେ ଚିଠିଲେଖି ମାନବିକତାର ହାତ ପ୍ରସାରଣ କରିବାକୁ ବ୍ଲକ ଶିକ୍ଷାଧିକାରୀ ଦେଇଥିବା ପରାମର୍ଶ ଓ ଏହାର ନକଲ ଜିଲ୍ଲାପାଳ,ଜିଲ୍ଲା ଶିକ୍ଷାଧୀକାରୀକୁଂ ପଠାଇବା ସ୍ଥାନୀୟ ଅଂଚଳରେ କେବଳ ଯେ ହାସାସ୍ପଦ ବିବେଚିତ ହୋଇଛି ତା ନୁହେଁ ବରଂ ପିଡୀତାକଂ ପୋଡା ଘା’ରେ ଚୂନମାରିବା ସଦ୍ରୁଶ ହୋଇଛି ।ଏପରି କରି ସେ ନିଜର ଅମାନବୀୟ ଆଚରଣକୁ ଅଧିକ ପରିପୁଷ୍ଟ କରିଛନ୍ତି ବୋଲି ସର୍ବସାଧାରଣରେ କଟୁ ସମାଲୋଚନାର ଶରବ୍ୟ ହୋଇଛନ୍ତି , ଘଟଣାଅନୁଯାୟୀ,ସସ୍ମିତା ସାହୁ କଣ୍ଟାପଡା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଚିକା ଭାବେ କାର୍ଯ୍ୟ କରୁଥିଲେ। ବିଦ୍ୟାଳୟରେ ପ୍ରାୟ ୪୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି ।ଭାତ ରୋଷେଇର ଆବଶ୍ୟକୀୟ ଆସବାବପତ୍ର ନ ଥିବା ବେଳେ ଗତମଂଗଳବାର ଦିନ ପେଜଗାଳିବା ସମୟରେ ଭାରସାମ୍ୟ ହରାଇ ତାଂକର ଦୁଇହାତରେ ପେଜ ଢାଳିଯାଇଥିଲା ।ତେବେ ଏହି ଦୂର୍ଘଟଣାକୁ ଗଣମାଧ୍ୟମ ଗୁଡିକଠାରୁ ଯଥାସମ୍ଭବ ଦୂରେଇ ରଖାଯାଇଥିଲା ।ଗତକାଲି ଅପରାହ୍ନରେ “ସତ୍ୟାନୁସଂଧାନ” ନିକଟରେ ଏହି ଖବର ପହଂଚିଥିଲା।ପ୍ରଧାନ ଶିକ୍ଷୟତ୍ରୀ ସରସ୍ୱତୀ ଦେଇକୁଂ ମତାମତ ଜାଣିବାକୁ ଫୋନ ଯୋଗାଯୋଗ କରାଯାଇଥିଲେ ବି ସେ ଆଦୌ ଉଠାଇ ନଥିଲେ।ବ୍ଲକ ଶିକ୍ଷାଧିକାରୀ ଦେବେନ୍ଦ୍ର ବାରିକକୁଂ ମତାମତ ଲୋଡିବାରୁ ସେ ପ୍ରଧାନଶିକ୍ଷୟତ୍ରୀ ପିଡୀତାକୁଂ ଚିକିତ୍ସା ପାଇଁ ମେଡିକାଲ ନେଇଥିଲେ ବୋଲି କହି ଫୋନ କାଟିଥିଲେ ।ଏହି ଭିତ୍ତିରେ ଖବର ପ୍ରସାରଣ ହୋଇଥିଲା।ଏହାର ପ୍ରସାରଣ ପରେ ପରେ ବ୍ଲକଶିକ୍ଷାଧିକାରୀ ଶ୍ରୀ ବାରିକ ତରବରିଆ ଭାବେ ଏକପତ୍ର ପ୍ରଧାନଶିକ୍ଷୟତ୍ରୀକୁଂ ଲେଖି ମାନବିକତା ଦ୍ରୁଷ୍ଟି କୋଣରୁ ସମସ୍ତ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଏଠି ପ୍ରଶ୍ନ ଉଠୁଛି ,ଦୁର୍ଘଟଣା କେହି ଘଟାଇ ନ ଥାଏ ,ତାହା ଆପେ ଘଟିଥାଏ ।ଶ୍ରୀ ବାରିକ ସେଦିନ କାର୍ଯ୍ୟାଳୟରେ ଥିବା ଆମକୁ ସୂଚନା ଦେଇଥିବାରୁ ,ଓ ପ୍ରଧାନଶିକ୍ଷୟତ୍ରୀ ପିଡୀତାକୁଂ ମେଡିକାଲ ନେଇ ଚିକିତ୍ସା କରାଇଥିବା କହିଥିବାରୁ ତାହା ବାସ୍ତବରେ ମିଛ ଥିଲାକି ?ଯଦି ପ୍ରଧାନଶିକ୍ଷୟତ୍ରୀ ଚିକିତ୍ସା କରାଇ ଥିବା ସତ,ତେବେ କେଉଁ ପରିପ୍ରେକ୍ଷୀରେ ଘଟଣାର ୩ଦିନ ପରେ ଏମିତିକା ଚିଠି ଲେଖାଗଲା ?ଶ୍ରୀ ବାରିକ ନିଜର କେତେ ଓ କି ପ୍ରକାର ମାନବିକତା ପ୍ରଦର୍ଶନ କରିଛନ୍ତି ?ବରଂ ପିଡୀତା ଜଣେ ନିରାଶ୍ରୟା ଅତ୍ୟନ୍ତ ଗରୀବ ,ବିଧବା ମହିଳା । ୨ଝିଅକୁଂ ପ୍ରତିପାଳନରେ ସେ ଜୀବନ ଜୀବିକା ର ସଂଗ୍ରାମ ଜାରୀ ରଖୁଛନ୍ତି, ଅଥଚ ଚିକିତ୍ସାରେ ସାହାଯ୍ୟ ସହଯୋଗ ବଦଳରେ ଚିଠିଲେଖି କର୍ତ୍ତବ୍ୟ ସାରିଛନ୍ତି ।ଅପର ପକ୍ଷରେ ପ୍ରଧାନଶିକ୍ଷୟତ୍ରୀ ଓ ସ୍ଥାନୀୟ ସରପଂଚକଂ ସ୍ୱାମୀ ପ୍ରଶାନ୍ତ ମହଲ ଖବରର ପ୍ରସାରଣ ପରେ ଆଜି ଗାଡିକରି ସସ୍ମିତାକୁଂ କଟକ ବଡମେଡିକାଲ ନେବାସହ ଏଥିପାଇଁ ସମସ୍ତ ଖର୍ଚ୍ଚ ବହନକରିଛନ୍ତି ।କଳିଂଗ ଟି.ଭି ପକ୍ଷରୁ ସସ୍ମିତାକୁଂ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି,ପ୍ଲାଷ୍ଟିକ ସର୍ଜରୀ ଦରକାର ହେଲେ ସମସ୍ତ ବ୍ୟୟ ବହନ କରିବାର ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ମିଳିଛି ତାଂକର ଦୁଇଝିଅକଂ ପାଠପଢା ଦାୟୀତ୍ୱ ନେବାକୁ ମଧ୍ୟ ସଂସ୍ଥା ପ୍ରକାଶ କରିଛି ।ତେବେ ମାନବିକତା କାହାର ଅଛିବୋଲି କୁହାଯିବ ତାହା ପାଠକେ ବିଚାର କରିବେ ।

Leave a Reply

Your email address will not be published. Required fields are marked *

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]

ନିଆଳି ବିଧାନସଭାଆସନ: ବିଜେପି ପ୍ରାର୍ଥୀଙ୍କର ଅଞ୍ଚଳ ସମସ୍ୟାକୁ ବାଦ୍ ଦେଇ ଜାତୀୟ ଇସୁରେ ମିଶନ ପୂରଣ ହେବ କେମିତି?କମୁଛି ନିଜ ଘରର ସମର୍ଥନ?(ଭାଗ-୩)

Spread the love

Spread the loveକଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)ପୂର୍ବରୁ ଥିବା କଟକ ଜିଲ୍ଲା ଗୋବିନ୍ଦପୁର ବିଧାନସଭା […]