ଦୁର୍ନିତି ରାଜ୍ୟଖବର

ମାତୃଭାଷାକୁ ହତ୍ୟା କରୁଛି କିଏ??

Spread the love

ଗୋଟିଏ ପଟେ ବଙ୍ଗ(ପଶ୍ଚିମ ବଙ୍ଗଳା) ଅନ୍ୟପଟେ ବିହାର ଭିତରେ ହଜିଯିବାକୁ ବସିଥିଲା ମୂମୂର୍ଷୁ ଓ ଡ଼ିଆ ଜାତି,ଭାଷା ଓ ରୁଚି।ଭାଷା ଭିତ୍ତିରେ ଗଠିତ ରାଜ୍ୟ ଓଡ଼ିଶାକୁ ସ୍ଵତନ୍ତ୍ର ଏକ ପ୍ରଦେଶରେ ପରିଣ ତ କରିବାକୁ ଓ ରାଜାରାଜୁଡ଼ା ଶାସନାଧୀନ ଗଡ଼ ଜାତ ଅଞ୍ଚଳକୁ ପରାଧୀନ ଭାରତରେ ଏହି ସ୍ୱତନ୍ତ୍ର ଓଡ଼ିଶାରେ ମିଶାଇବାକୁ ଯେଉଁ ମହାମନିଷୀ ମା ନେ ଅକ୍ଲାନ୍ତ ତ୍ୟାଗ ସ୍ବୀକାର କରିଯାଇଛନ୍ତି ସେମା ନଙ୍କ ଦାନ,ଅବଦାନ ଅତୁଳନୀୟ।ତଥାପି ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଷଢେ଼ଇକଳା ଓ ଖରସୁଆଁ ଓ ଡ଼ିଶା ସ୍ୱତନ୍ତ୍ର ପ୍ରଦେଶରୁ ବଞ୍ଚିତ ହୋଇ ରହିଗଲେ।ସେହି ପୀଡ଼ିତମାନେ ଓ ସେମାନଙ୍କ ଆଗାମୀ ବଂ ଶଧର ଯେଉଁ ସମସ୍ୟାର ଆଜି ସମ୍ମୁଖୀନ ହେଉ ଛନ୍ତି ତାହା ଭାରତ ବିଭାଜନ ପରେ ପାକିସ୍ତାନରେ ରହିଯାଇଥିବା ହିନ୍ଦୁ ପରିବାର ଗୁଡ଼ିକ ଭୋଗୁଥିବା ନିର୍ଯ୍ୟାତନା ଠାରୁ କୌଣସି ଗୁଣରେ କମ୍ ନୁହେଁ।ଅଥଚ ଦୁଃଖ ଓ ପରିତାପର ବିଷୟ ଯେ,ଭାଷା ଭି ତ୍ତିରେ ଗଠିତ ଓଡ଼ିଶା ରାଜ୍ୟର ମୁଖ୍ୟମନ୍ତ୍ରୀ ଦୀର୍ଘ ୨୨ବର୍ଷର ଶାସନକାଳ ମଧ୍ୟରେ ନିଜ ମାତୃଭାଷା ରେ ସ୍ପଷ୍ଟ ଭାବେ ପଦେ କେବେ ନା କିଛି କହି ପା ରିଲେ ନା ଓଡ଼ିଆଙ୍କ ବେଦନା/ସମ ବେଦନାର ଧାର ଧାରି ପାରିଲେ!ଏହା ବୋଧହୁଏ ସାରା ଭା ରତ ବର୍ଷରେ ଏକ ବିରଳଘଟଣା,ଯେଉଁଠି କି ନି ଜ ମାତୃଭାଷା ଜାଣି ନଥିବା ଜଣେ ରାଜନେତା ସେହି ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ।ଯେତେ ତିର୍ଯ୍ୟକ୍,ଛବିଳ ମଧୁବର୍ଣ୍ଣବୋଧ,ସିଲଟ ଖଡ଼ି,ଉପ ହାର,ଭାଷା ଆନ୍ଦୋଳନ ପ୍ରବକ୍ତା ମାନଙ୍କ ସକଳ ଉ ଦ୍ୟମ ବ୍ୟର୍ଥ ପ୍ରମାଣିତ ହୋଇଛି।ଯେଉଁଠି ଆଇନ ରେ ବ୍ୟବସ୍ଥା ରହିଛି କି ଉଚ୍ଚ ପ୍ରଶାସନିକ ଅଧିକା ରୀ ଜଣେ ଯଦି ଅଣ ଭାଷାଭାଷୀ ଅଞ୍ଚଳରୁ ଅବ ସ୍ଥାପିତ ହୋଇଥାନ୍ତି କିମ୍ବା ଭାରତୀୟ ପ୍ରଶାସନିକ ସେବାରେ ବଦଳି ହୋଇ ଆସନ୍ତି ତାଙ୍କୁ ସେହି ରା ଜ୍ୟର ୭ମ ଶ୍ରେଣୀର ମାତୃଭାଷା ଯୋଗ୍ୟତା ହାସ ଲ କରିବା ବାଧ୍ୟତାମୂଳକ ଅଟେ।ଅଥଚ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ସେହି ରାଜ୍ୟର ମାତୃଭାଷା ଜାଣନ୍ତି ନାହିଁ।ଏହାର କୁଫଳ ଏବେ ଏହି ଓଡ଼ିଆ ଭାଷାଭିତ୍ତିକ ଗଠିତ ରାଜ୍ୟରେ ପୁଣିଥରେ ମାତୃ ଭାଷା ହରାଇବାର ଆଶଙ୍କା ବଳବତ୍ତରହେବାରେ ଲାଗିଛି।କାରଣ ଯେଉଁଠି ନିଜେ ମୁଖିଆ ନିଜ ମା ତୃଭାଷା ଜାଣୁନାହାନ୍ତି,ସେଠାରେ କର୍ମଚାରୀ ମାନ ଙ୍କ ଭୁଲ ଭଟକାକୁ ଜାଣିବେ ଓ ଧରିବେ କେମିତି ??ନିଜର ଆଖି ନଥିଲେ ପରଆଖିରେ କେତେ ଦିନ ଆଉ ଦେଖିହେବ?ତେଣିକି ପରକାନ କୁହା ହିଁ ଏକମାତ୍ର ଭରସା,ତାହା ଭୁଲହେଉ କି ଠିକ୍ ହେଉ।ଏହାର ନମୁନା ଓ ପ୍ରମାଣ ଦେଖନ୍ତୁ:- (୧)୧୬ନମ୍ବର ଜାତୀୟରାଜପଥ ଅନ୍ତର୍ଗତ କଟ କ -ଭୁବନେଶ୍ୱର ମଧ୍ୟରେ ପ୍ରତାପନଗରୀ ଓ ଭାଣ ପୁର ବୋଲି ଗୋଟିଏ ଗ୍ରାମରନାମ ସରକାରୀ ରେକର୍ଡ ଓ ଦସ୍ତାବିଜରେ ରହିଛି ଯାହାକୁ ପରାଧୀ ନ ଭାରତର ବ୍ରିଟିଶଶାସକ ମାନେ ମଧ୍ୟ ବଦଳାଇ ନାହାନ୍ତି।ଅଥଚ ଓଡ଼ିଆ ଅଧିକାରୀ ଉକ୍ତସ୍ଥାନର ନା ମ ‘ଭାନପୁର’ ବୋଲି ସୁଚନା ଫଳକଟିଏ ଲେଖି ମାରିଛନ୍ତି।ସେହି ସ୍ଥାନୀୟ ଅଧିବାସୀଙ୍କୁ ଏହା କଷ୍ଟ ଦେଇଥିବ କି ନା ତାହାତ ଭିନ୍ନକଥା,କିନ୍ତୁ ଶୁଣିବା, ଦେଖିବା ଲୋକଙ୍କୁ ଯଥେଷ୍ଟ କଷ୍ଟଦେଇଛି।ଯାହା ର ନାମ ଯାହା ତାହାକୁ ବିକୃତ ବିକଳାଙ୍ଗ କରି ଡାକିଲେ ଆମମାନଙ୍କୁ କେମିତିଲାଗେ??ଥରେ ଆମେ ଚିନ୍ତାକରିବା ଦରକାର।ନଈ ଯେତେ ବା ଙ୍କରେ ବହିଲେ ବି ‘ନାଉରିଆ ମୁଣ୍ଡଖାଏ ‘ଏପରି କଥାଟିଏ ଅଛି।ତେଣୁ ନବୀନବାବୁଙ୍କ ସୁ-ଶାସନ ରେ ଏପରି ଅନେକ ସ୍ଥାନରେ ମାତୃଭାଷାହତ୍ୟା ଘଟଣା ଆଦୌ ବିରଳ ନୁହେଁ।ଯଦି ଏହାକୁ ଆମେ ସାମାନ୍ୟତ୍ରୁଟି ବୋଲି ଧରିବା,ତେବେ ‘ଭ ‘କୁ ‘ବ ‘କରି ତାହାକୁ ବାନପୁର ଲେଖିବାରେ ଆପତ୍ତି ହେ ବ କାହିଁକି?କେହିହୁଏତ ସଫେଇ ଦେଇ କହି ପା ରନ୍ତି ଓଡିଆଫଣ୍ଟ ‘ଣ ‘କମ୍ପ୍ୟୁଟର ନେଇ ନ ଥିବ!ତେବେ ତେଲେଙ୍ଗାପେଣ୍ଠ ,ନରାଜ ମୁଣ୍ଡଳି ଏସବୁ ଅକ୍ଷର କମ୍ପ୍ୟୁଟର ନେଲା କେମିତି???କେବଳ ସେତିକି ନୁହେଁ (୨)ଅନ୍ୟ ଏକ ବିରାଟ ଫଳକ ନବୀନବାବୁଙ୍କ ଫଟୋସହିତ ଗ୍ରାମ୍ୟଉନ୍ନୟନ ବି ଭାଗପକ୍ଷରୁ କଟକ ଓ ଖୋର୍ଦ୍ଧା ମଧ୍ୟସ୍ଥଳ ଚିତଳପୁ ର ଗ୍ରାମ ନିକଟରେ,ରାସ୍ତା ପାର୍ଶ୍ବରେ ଲଗାଯାଇଛି।ଏଠାରେ ଚିତଳପୁର ନାମବି ‘ଚିତଲପୁର’ ବୋଲି ଲେଖାଯାଇଛି।ସବୁଠାରୁ ଗୁରୁତର ପ୍ରମାଦ ଯେ ଏହି ଫଳକରେ ପ୍ରାଚୀକୁ କେନାଲ ବୋଲି ଦର୍ଶା ଯାଇଛି।ଗଙ୍ଗାଠାରୁ ୧୦୦ବର୍ଷ ପ୍ରାଚୀନ ପ୍ରାଚୀ ନଦୀ ଆଜି ଏକ ମୃତନଦୀରେ ପରିଣତ ହୋଇ ଥାଇପାରେ ମାତ୍ର ଆମେ ଆମର ଭବିଷ୍ୟତ ବଂ ଶଧର ମାନଙ୍କ ଲାଗି ଇତିହାସକୁ ନିଜେ କିପରି ବିକୃତ,ବିକଳାଙ୍ଗ,କଦର୍ଥ କରିପାରିବା??କେନାଲ ଖୋଳାଯାଏ,ନଦୀ ପ୍ରାକୃତିକ ସୃଷ୍ଟି ଏକଥା କଣ ଓଡ଼ିଶାର ସେହି ଅଧିକାରୀମାନଙ୍କୁ ଶିକ୍ଷକ ପଢ଼େ ଇ ନଥିବେ!!!???ଗୀତଗୋବିନ୍ଦ,ଶ୍ରୀ ଜୟଦେବ, ପ୍ରାଚୀନଦୀ,କେନ୍ଦୁଲି ସମ୍ପର୍କରେ ଜାଣି ନଥିବା ଜ ଣେବ୍ୟକ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦବୀନିମନ୍ତେ ପଦବାଚ୍ୟ କି?ଏହି ତ୍ରୁଟିପାଇଁ ଜନଆନ୍ଦୋଳନ ମୁ ଣ୍ଡ ଟେକିବା ଆଗରୁ,ଓଡ଼ିଶାର ମାନ୍ୟବର ମୁଖ୍ୟ ମନ୍ତ୍ରୀ ସାଧାରଣ ଜନତାଙ୍କୁ କ୍ଷମାମାଗିବା ଉଚିତ୍ ନୁହେଁ କି?ଯେଉଁ ଅଧିକାରୀ ପ୍ରାଚୀକୁ କେନାଲ ଲେଖାଇଛନ୍ତି ସେ କହିପାରିବେ ଉକ୍ତ କେନାଲ ଖୋଳିଥିବା ଯନ୍ତ୍ରୀଜଣକ କିଏ???ସରକାର ଅବି ଳମ୍ବେ ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବିହେ ଉଛି।

ଆଞ୍ଚଳିକ ବିକାଶ ପରିଷଦ କର୍ମକର୍ତ୍ତା ଓ ପ୍ରଶାସନ

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]