ଦେଶ-ପରଦେଶଖବର ସଂପାଦକୀୟ....

ମାନବବାଦର ଗଣହତ୍ୟା!ହିନ୍ଦୁ ବିତାଡିତ,ଜାମ୍ମୁକୁ ମୁସଲମାନ ବହୁଳ କରିବାରେ ଦାୟୀ ନେତା!

Spread the love

ସଂପାଦକୀୟ…….

ମାନବବାଦର ଗଣ ହତ୍ୟାକରି ଭାରତର ଭୂଃସ୍ୱର୍ଗ କୁହାଯାଉଥିବା ଜାମ୍ମୁ କାଶ୍ମୀରର ଜାମ୍ମୁକୁ କିପରି ନିର୍ଦ୍ଦିଷ୍ଟ କେବଳ ଇସଲାମିକ ଧର୍ମାବଲମ୍ବୀରେ ବରବାଦ କରାଯାଉଛି, ଧର୍ମନିରପେକ୍ଷତାର ଡିଣ୍ଡିମ ପିଟି କୁମ୍ଭୀର କାନ୍ଦଣା କାନ୍ଦୁଥିବା ଦେଶର ଦୁଇପ୍ରମୁଖ ନେତା ଫାରୁକ ଅବଦୁଲ୍ଲାହ ଓ ଘୁଲାମ ନବୀ ଆଜାଦକଂ ମୁଖା ଖୋଲିଛନ୍ତି ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବି ଅଂକୁର ଶର୍ମା।ଏକ ସାମ୍ବାଦିକ ସମ୍ମିଳନୀରେ ସେ ଯେଉଁ ବିସ୍ଫୋରକ ତଥ୍ୟ ପ୍ରକାଶ କରିଛନ୍ତି ତାହା ଯେତିକି ଭୟାନକ ତତୋଧିକ ମାରାତ୍ମକ।ମାନବବାଦ ଗଣ ହତ୍ୟାର ପ୍ରମାଣ ତଥ୍ୟ ସୂଚନା ସରକାରୀ ନଥିପତ୍ର ଆଧାରରେ ସେ ରଖିଛନ୍ତି।ତାଂକ ବକ୍ତବ୍ୟରେ କହିଛନ୍ତି କି ଜାମ୍ମୁକୁ ଏକ ମୁସଲମାନ ବହୁଳ ଅଂଚଳରେ ପରିଣତ କରିବାକୁ ଏହି ଦୁଇନେତା ଶୀର୍ଷ ଦାୟୀତ୍ୱ ନିଭାଇଛନ୍ତି।ଯାହା କି ଜିହାଦୀର ଅଂଶ ବିଶେଷ।ମୁହଁରେ ଧର୍ମ ନିରପେକ୍ଷତାର ପ୍ରବକ୍ତା ସାଜିଥିବା ଏହି ଦୁଇ ନେତା ଜାମ୍ମୁକୁ ମୁସଲମାନ ବହୁଳ ସାମ୍ରାଜ୍ୟରେ ପରିଣତ କରିବାକୁ ଆଲୋକ ଦେଖାଇ ନିଜେ ବାଟ କଢେଇଛନ୍ତି।ଜଂଗଲ,ନଦୀ ଓ କେନାଲ କିସମ ହଜାର ହଜାରଏକର ସରକାରୀ ଜମିକୁ ଜବରଦଖଲ, ଅବରୋଧରେ ଗଢିଉଠିଛି ଲକ୍ଷାଧିକ ମୁସଲମାନ ବସ୍ତି,ନିଜେ ଏହି ଦୁଇନେତା ଏପରି ସୁନ୍ଦର ଜଂଗଲାଂଚଳକୁ କବ୍ଜାକରି ରଖି ଏହାଉପରେ ଘର ଓ ରାସ୍ତା ନିର୍ମାଣ କରିଛନ୍ତି।ପିଡିପି, ନ୍ୟାସନାଲ କନଫରେନସ,କଂଗ୍ରେସ ସବୁ ଗୋଟିଏ ରାସ୍ତାରେ।ହଜାର ହଜାରଏକର ନଦୀ ଓ କେନାଲ ଜମିକୁ କୌଶଳରେ ମୁସଲମାନ ବହୁଳ ବସ୍ତିରେ ପରିଣତ କରାଯାଇଛି।ହିନ୍ଦୁ ବହୁଳ ଅଂଚଳରେ ଯେଉଁ ମୁସଲମାନ ବ୍ୟକ୍ତି ଜାଗା କିଣିବେ ସେମାନକୁଂ ୩୦% ସବସିଡ୍ ଦିଆଯାଉଛି ଫଳରେ ଗରୀବ ହିନ୍ଦୁଚାଷୀକଂ ଜମିକୁ ଜବରଦଖଲ କରି ପ୍ରଥମେ ବିବାଦ ସ୍ରୁଷ୍ଟି କରାଯାଉଛି ଓ ଏଥିରେ ମୁସଲମାନ ୱାକଫ ବୋର୍ଡ ମଧ୍ୟସ୍ଥ ସାଜି ଇସଲାମିକ ଦେଶ ଟଂକାରେNGO ମାଧ୍ୟମରେ ବିକ୍ରି ଖର୍ଦ୍ଦି କରାଯାଉଛି।ଆତଂକବାଦୀକଂ ଅର୍ଥରେ ଏସବୁ ହେଉଛି।ଧରାଯାଉ ହିନ୍ଦୁ ବହୁଳ ଅଂଚଳରେ ବିବାଦ ଇଗାଇ ଜମିର ମୂଲ୍ୟ ୧କୋଟିକୁ ଧାର୍ଯ୍ୟ ହେଲେ, ୩୦ଲକ୍ଷଟଂକାର ସବସିଡ ଦିଆଯାଉଛି।ଡେମୋଗ୍ରାଫିକୁ ଏଭଳି ବଦଳାଇ ଦିଆ ଯାଇଥିବାର କେତେକ ଗୁରୁତ୍ୱପୂର୍ଣ ନଜିର ( ଯଥା:- ସରକାରକଂ ରୋଷନୀ ଯୋଜନା ଯାହାର ସେ ତୀବ୍ର ବିରୋଧ କରିଥିଲେ) ସେ ଉପସ୍ଥାପନ କରିଛନ୍ତି।କୋର୍ଟରେ ଦାଖଲ ସତ୍ୟପାଠ,ଗଠିତ କମିଶନ ଯତପରୋନାସ୍ତି ଘରଘର ବୁଲି ଜମି ଖସଡା,ପ୍ଲଟ ନମ୍ବର ଆଧାରରେ ଏହିସବୁ ତଥ୍ୟ ସଂଗ୍ରହ ଓ ଅନୁଶୀଳନ କରିଛନ୍ତି।ତାଂକ ତଥ୍ୟ ଅନୁଯାୟୀ ୫୦୦ ତାମିଲ ପରିବାରକୁଂ ମାଇଗ୍ରେସନ ବଳରେ ଏଠାରେ ଇସଲାମିକ ପୁନର୍ବସତି ସ୍ଥାପିତ ହୋଇଛି ।୧୯୯୦-୨୦୨୦ ମଧ୍ୟରେ ଅନ୍ୟୁନ ୧ଲକ୍ଷ ନୂଆ ମୁସଲମାନ ବସ୍ତି ସରକାରୀ ଜମି ନଦୀ,କେନାଲଶଯ୍ୟା,ଜଂଗଲ କିସମ ଜମିରେ ଜବରଦଖଲରେ ହୋଇଛି।କେବଳ ୧୯୯୦ରୁ ୧୯୯୪ ମସିହା ମଧ୍ୟରେ ଥିବା ମସଜିଦ ସଂଖ୍ୟା ୩ରୁ ବଢି ୧୦୦ରୁଅଧିକ ହୋଇଛିଏହି ଡେମୋଗ୍ରାଫିକାଲ ପରିବର୍ତ୍ତନର ହାର ସର୍ବାଧିକ ବୋଲି ଏହା ଉପରେ ଗବେଷଣା କରୁଥିବା ବିଜ୍ଞାନୀ ମାନେ ମତ ଦେଇଛନ୍ତି।ନରୱାଲ,ରଂଗୁଡା,କାଶୀମ ନଗର ୪୪ ନମ୍ବର ଜାତୀୟ ରାଜପଥ ଜମ୍ମୁ -ଅଖନୂର ଲଦାଖୀ କଲୋନୀ,ପୁଂଚ, ଭଟେଣ୍ଡି,ଗୋଡା ବ୍ରାହ୍ମଣ,ବଗାନି,ଥାଟର ଫ୍ଲାଟ,ଗୁଂଜର ମହଲା ,ଚାକବୁଲବାଲ,ଭାରତ ନଗର,ଲକ୍ଷ୍ମୀନଗର, ପିରବାବାମହଲା,ରମଜାନ, ହାଇଦରପୁର,ରାୟପୁର ଆଦି ଅଂଚଳରେ କେବଳ ୩୦ ମସଜିଦ ଥିବା ଦର୍ଶାଇଛନ୍ତି।ଧର୍ମନିରପେକ୍ଷତାର ପରିଚୟ ଦେବାକୁ ଯ‍ାଇ ୧୯୯୦ କାଶ୍ମୀର ହିନ୍ଦୁକଂ ନରସଂହାର କଥା ସେ ଉଦାହରଣ ଦେଇଛନ୍ତି ।ନୂତନ କେନ୍ଦ୍ରଶାସିତ ଅଂଚଳ ହେବା ପରେ ବି ବିଜେପି ସେଠାରେ ଏହାକୁ ରୋକିବାକୁ କୌଣସି ପଦକ୍ଷେପ ନେଇ ନ ଥିବା ଅଭିଯୋଗ ସେ ଉଠାଇ କହିଛନ୍ତି କି ପରିସ୍ଥିତି ଏବେ ଯାହା ଆଗକୁ ଟାଇମବମ ଫାଟିଲେ କେହି ବି ବଂଚିବେନି। ତେଣୁ ଏହାକୁ ରୋକାଯିବା ଜରୁରୀ।ବେଆଇନ ଭାବେ ନିର୍ଦ୍ଦିଷ୍ଟ ଧର୍ମ ଭିତ୍ତିରେ ହିନ୍ଦୁମାନକୁଂ ବଂଚିଚ କରି ମୁସଲମାନକୁଂ ଥଇଥାନ କରାଯାଉଛି ,ତାହାପୁଣି ସରକାରୀ ପ୍ରୋତ୍ସାହନରେ ଯାହାର ସେ କଡା ସମାଲୋଚନା କରିଛନ୍ତି।ବେଅ‍ାଇନ୍ ମୁସଲମାନ କଲୋନୀ ଗଢିବାକୁ ରେଳପଥ ଟ୍ରାକ,ସେତୁ ଓ ପୋଲ ଗୁଡିକର ଉଭୟ ପାଖ ବି ଏଥିରୁ ବାଦଯାଇନି।ଏହିସବୁ କାର୍ଯ୍ୟରେ ପୁଲିସ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ବି ସାମିଲ ଅଛନ୍ତି।ବହୁ ଗରୀବ ହିନ୍ଦୁକଂ ଚାଷ ଜମିକୁ ଛଡେଇ ନେଇ ଧର୍ମବିଶେଷରେ ମୁସଲମାନକୁଂ ବଣ୍ଟନ କରାଯାଇଛି ।ଏପରି ନଜିର କଠୁଆ,ଆର.ଏସ୍.ପୁରା,ଉଦ୍ଧମପୁର, ସାମ୍ବା ,ପୁନଚି ମହଲା ସମେତ ବହୁ ଅଂଚଳରେ ଘଟିଛି। ଜମ୍ମୁକୁ ଏହାଦ୍ୱାରା ବରବାଦ କରାଯାଉଛି ଫଳରେ ଆଗାମୀ ଦିନରେ ଏହା ଭୟକଂର ପରିସ୍ଥିତି ସ୍ରୁଷ୍ଟି କରିବ ।(ଅଂକୁରଶର୍ମାକଂ ସାମ୍ବାଦିକ ସମ୍ମିଳନୀର ଫଟୋ (earlypost daily newspaper ସୌଜନ୍ୟରୁ ପ୍ରାପ୍ତ)

Leave a Reply

Your email address will not be published. Required fields are marked *

ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପଥରେ କେନ୍ଦ୍ରରେ ଆଉଥରେ ମୋଦୀ ସରକାର!!

Spread the love

Spread the loveବ୍ୟୁରୋ ନିଉଜ,୨୫/୦୫ ସାଧାରଣ ନିର୍ବାଚନର ଅନ୍ତିମଚରଣ କେବଳ ଏବେବାକି,ସମସ୍ତଙ୍କ ମନରେ […]

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ:ରାଜ୍ୟ ବାର କାଉନସିଲ ମାନେ ଅଧିବକ୍ତା ପଞ୍ଜିକରଣ ଦେୟ ୬୦୦ଟଙ୍କାରୁ ଅଧିକ ନେଇପାରିବେ ନାହିଁ

Spread the love

Spread the loveକଟକ(ସ୍ଵ.ପ୍ର)ଦେଶର ସର୍ବୋଚ୍ଚ ଅଦାଲତ ମାନ୍ୟ ବର ସୁପ୍ରିମ କୋର୍ଟଙ୍କ ଐତିହାସିକ […]

ଏସ.ଭି ନିର୍ତାର,ଓଲଟପୁରର ନୂତନ ୧୦୦ ଶଯ୍ୟା,କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

Spread the love

Spread the loveଓଲଟପୁର ସ୍ଥିତ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତି […]