ମୁଖ୍ୟମନ୍ତ୍ରୀ ସଡକ ଯୋଜନା ନାଁ ରେ ୨କୋଟି ୬୩ଲକ୍ଷ ୫୨ହଜାର୧୯୪ ଟଂକା ଫଲସ ବିଲ୍ !
# ଅଭିଯୋଗ କୁ ମୁଖ୍ୟମନ୍ତ୍ରୀ ବି ଶୁଣିଲେନି #ହାଇକୋର୍ଟକଂ ନିର୍ଦ୍ଦେଶ ବି ପାଣିର ଗାର କଟକ ୩।୯(ସ୍ୱତନ୍ତ୍ରପ୍ରତିନିଧି)- କଟକ ଜିଲ୍ଲା ଗ୍ରାମ ଉନ୍ନୟନ ବିଭାଗ କାଣତରେ ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନାକୁ ଦେଖାଇ ଗମନାଗମନ ସୁବିଧା ଥିବା ଏକ ଅଂଚଳକୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ମଂଜୁର ୨କୋଟି ୫୯ ଲକ୍ଷରୁଉର୍ଦ୍ଧ୍ୱ ଟଂକା କିପରି ଚଳୁକରିଛି ତାହାର ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସବୁଠୁ ବିସ୍ମୟ ଜନକ ହୋଇଛି ମୁଖ୍ୟମନ୍ତ୍ରୀ ନବୀନପଟନାୟକକଂ ଶାସନକାଳରେ ଓ ତାଂକ ଦ୍ୱାରା ଶୁଭ ଉନ୍ମୋଚିତ ଉକ୍ତ ଯୋଜନାରେ ଏଭଳିଏକ ରାସ୍ତା ଆଦୌ ନ ଥାଇ ପାଖରେ ଥିବା ପୂର୍ବ ନିର୍ମିତ ପ୍ରଧାନମନ୍ତ୍ରୀ ରାସ୍ତାକୁ ଦେଖାଇ ଫଲସବିଲ କରାଯାଇଥିଲେ ବି ଖୋଦ ମୁଖ୍ୟମନ୍ତ୍ରୀକୁଂ ଲିଖିତ ଅଭିଯୋଗ ବି ଫଳଶୂନ୍ୟ ସାବ୍ୟସ୍ତ ହୋଇଛି ।କେବଳ ଏତିକି ନୁହେଁ, ମାମଲାରେ ମାନ୍ୟବର ଓଡିଶା ହାଇକୋର୍ଟ ରାଜ୍ୟପଂଚାୟତ ରାଜ୍ୟ ଶାସନ ସଚୀବକୁଂ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ବି ତାହାକୁ ଖାତିର ନାହିଁ । ପ୍ରାପ୍ତ ସୂଚନାନୁଯାୟୀ, କଣ୍ଟାପଡାବ୍ଲକ ବ୍ରାହ୍ମଣସାଇଲୋପଂଚାୟତ ଦେଇ ଇଛାପୁର- ଧାନମଣ୍ଡଳ ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯାଇଛି।ଉକ୍ତ ରାସ୍ତାଟି ଗ୍ରାମର ମଧ୍ୟଭାଗରେ ଯାଇଥିବା ବେଳେ, ଗୋଟିଏମୁଣ୍ଡ ଫୁଲନଖରା – ନିଆଳି ୬୦ନମ୍ବର ରାଜ୍ୟରାଜପଥକୁ ସଂଯୋଗ କରୁଛି।ଅନ୍ୟମୁଣ୍ଡ କଟକ -ଭୂବନେଶ୍ୱର ୧୬ନମ୍ବର ଜାତୀୟ ରାଜପଥରେ ମିଶିଛି।ଗାଁ ଭିତରେ ପଂଚାୟତ,ପଂଚାୟତସମିତି, ଜିଲ୍ଲାପରିଷଦ, ବିଧାୟକ ହାତପାଣ୍ଠି, ସାଂସଦ ପାଣ୍ଠି ସମେତ ଅନ୍ୟାନ୍ୟ ଯୋଜନାରେ ସାହି ଭିତରକୁ ରାସ୍ତା ବି ନିର୍ମିତ ହୋଇଛି।ନିୟମାନୁଯାୟୀ , ସବୁଦିନିଆ ରାସ୍ତାଟିଏ ନଥିବା କିମ୍ବା ପ୍ରଧାନମନ୍ତ୍ରୀ ସଡକ ଅନ୍ତର୍ଭୁକ୍ତ ନ ଥିବା ଗାଁକୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ସାମିଲ କରାଯିବ ବୋଲି ନିୟମାବଳୀରେ ସ୍ପଷ୍ଟ ଉଲ୍ଲେଖ ରହିଛି। ପ୍ରକଳ୍ପ ଚିହ୍ନଟ ଓ ଚୟନ କମିଟୀରେ ଜିଲ୍ଲାସ୍ତରରେ ଜିଲ୍ଲା ଗ୍ରାମଉନ୍ନୟନ ନିର୍ବାହୀଯନ୍ତ୍ରୀ ସଦସ୍ୟ ଅଛନ୍ତି।ଏହାସତ୍ତ୍ୱେ ୨୦୧୫ ମସିହାରେ ଆଦିକୁଣ୍ଡି – ନେତକୁଣ୍ଡି ରାସ୍ତା ନାମରେ ଏକ କାଳ୍ପନିକ ରାସ୍ତା ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ସାମିଲ ହେଲା।ଆଦିକୁଣ୍ଡିକୁ ନେତକୁଣ୍ଡି ସହ ଯୋଡିବା କୌଣସି ମତ୍ତେ ସମ୍ଭବ ନ ଥିବା ତଥା ପୂର୍ବରୁ ବିକଳ୍ପ ଯୋଗା ଯୋଗ ସତ୍ୱେ ଅଧିକାରୀ ମାନେ ଠିକାଦାରକଂ ସହ ହାତମିଳାଇ ଫଲସ ବିଲ କରିନେଇଛନ୍ତି। ମୁଖ୍ୟମନ୍ତ୍ରୀକୁଂ ଲିଖିତ ଅଭିଯୋଗ ବି ନିଷ୍ଫଳ ହୋଇଛି।ଓଡିଶା ହାଇକୋର୍ଟ ରେ ଏକ ରିଟ୍ ମାମଲା ନମ୍ବର ୬୦୮୨/୨୦୧୮ ରୁଜୁ ହୋଇ ଥିଲା ପ୍ରକାଶିତ ରାୟରେ ପଂଚାୟତ ରାଜ ସଚୀବଏହି ଅଭିଯୋଗର ୨ମାସ ମଧ୍ୟରେ ଶୁଣାଣୀ କରିବାକୁ ନିର୍ଦ୍ଦେଶ ଥିଲା ଅଥଚ ୧ବର୍ଷ ୩ମାସ ବିତିବାକୁ ବସିଲାଣି,ରାଜ୍ୟଉଚ୍ଚନ୍ୟାୟାଳୟକଂ ରାୟ କେବେ କାର୍ଯ୍ୟକାରୀ ହେବ ବୁଝାପଡୁନି ।
ହାଇକୋର୍ଟକଂ ରାୟର ନକଲ
କଣ୍ଟାପଡାବ୍ଲକ ର ସରକାରୀ ଭାବେ ସ୍ୱୀକ୍ରୁତ ମାନଚିତ୍ର